ଆଇନ ସେବାପ୍ରାଧୀକରଣ ପକ୍ଷରୁ ପାରା ଲିଗାଲ ସ୍ଵେଚ୍ଛାସେବୀ ତାଲିମ ଶିବିର ଅନୁଷ୍ଠିତ

ଫୁଲବାଣୀ : ଜିଲ୍ଳା ଆଇନ ସେବା ପ୍ରାଧୀକରଣ ଫୁଲବାଣୀ ପକ୍ଷରୁ କୋର୍ଟ ପରିସର ମଧ୍ୟରେ ଥିବା ଲିଗାଲ ସେଲ ଦ୍ୱାରା ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଡାଳିମ ଶିବିରକୁ ଏସଡ଼ି ଯେ ଏମ ର ମାନ୍ୟବର ଜିଲ୍ଲା ଦୌରାଜଜ୍ ବିଚାରପତି ତଥା ଆଇନସେବା ପ୍ରାଧିକରଣ ଅଧ୍ଯକ୍ଷ ସତ୍ୟପୀର ମିଶ୍ର ଙ୍କ ଦ୍ଵାରା ଉଦଘାଟିତ ହୋଇଥିଲା l ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଭିଜିଲାନ୍ସ, ଫୁଲବାଣୀ ସମର ବିଳାସ ବେହେରା, ଅତିରିକ୍ତ ଜିଲ୍ଲା ଦୌରାଜଜ୍ ପୋସ୍କୋ ଫୁଲବାଣୀ ରାଜେଶ ଦାଶ, ଚିଫ ଜୁଡିସିଆଲ ମାଜିଷ୍ଟ୍ରେଟ ଫୁଲବାଣୀ ଶ୍ରୀମତୀ ବନାଳି ତ୍ରିପାଠୀ, ଆସିଷ୍ଟାଣ୍ଟ ସେକସନ ଜର୍ଜ ମହିଳା କୋର୍ଟ ଫୁଲବାଣୀର ବିଶ୍ଵ କଲ୍ୟାଣୀ ମିଶ୍ର, ମିସ ଲୋପାମୁଦ୍ରା ଆଚାର୍ଯ୍ୟ ( ପ୍ରୋବେଶନ ) ବଦ୍ରୀନାଥ (ପ୍ରୋବେଶନ) ଶ୍ରୀମତୀ ବିଶ୍ୱକଲ୍ୟାଣୀ ମିଶ୍ର ( ଅତିରିକ୍ତ ସିଭିଲ ଜର୍ଜ )ଙ୍କ ସମେତ ଆଇନସେବା ପ୍ରାଧିକରଣ ସଚିବ ଅନୁଶିଳା ରୟ, ଫୁଲବାଣୀ ଯୋଗଦାନ କରିଥିଲେ l ଉକ୍ତ ତାଲିମ ଶିବିରରେ ଉପସ୍ଥିତ ଥିବା ପାରା ଲିଗାଲ ସ୍ଵେଚ୍ଛାସେବୀ ମାନଙ୍କ ଭୂମିକା ଆଜିକାର ସମାଜରେ କିପରି ରହିବା ଉଚିତ ତାରି ଉପରେ ତାଲିମ ପ୍ରଦାନ କରାଯାଇଥିଲା । କାରଣ କେତେକ ସ୍ଥାନରେ କାର୍ଯ୍ୟ କରୁଥିବା ପାରା ଲିଗାଲ ସ୍ୱେଚ୍ଛାସେବୀ ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ ଅଟେ ବୋଲି ପ୍ରକାଶ କରିଥିଲେ । ପାରା ଲିଗାଲ ସ୍ୱେଚ୍ଛାସେବୀ ମାନେ ବିଭିନ୍ନ ପରିସ୍ଥିତିରେ ନିଜର କାର୍ଯ୍ୟ ସମ୍ପାଦନ କରିଥାନ୍ତି । ଯାହାକି ସେମାନେ କାର୍ଯ୍ୟ କରୁଥିବା ସମୟରେ ବେଳେ ବେଳେ ଆଇନ କାନୁନ ଦୃଷ୍ଟିରୁ କଣ କରିବେ କଣ ନକରିବେ ଏହି ପରି ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି,ସେହି ପରି ପରିସ୍ତିତିକୁ ମୁକାବିଲା କରିବା ପାଇଁ ସ୍ୱେଛାସେବୀ ମାନଙ୍କୁ ଆଇନ କାନୁନ ବିଷୟରେ ତାଲିମ ପ୍ରଦାନ କରାଯାଇଥିଲା I ଆରକ୍ଷୀ ଅଧିକାରୀ କିମ୍ବା ସରକାରୀ କର୍ମଚାରୀ ମାନଙ୍କ ଉପରେ ସେମାନଙ୍କର ପର୍ଯ୍ୟବେକ୍ଷଣ ର ଭୂମିକା ନାହିଁ । ପାରା ଲିଗାଲ ସ୍ୱେଚ୍ଛାସେବି ଅର୍ଥ ପ୍ରତିଜ୍ଞାବଧ ସ୍ୱେଚ୍ଛାଚାରୀ ପଦବୀର ପ୍ରକୃତ ଉଦେଶ୍ୟ ନିଶୁଳ୍କ ସେବା ପ୍ରଦାନ କରୁଥିବା ବ୍ୟକ୍ତିଙ୍କୁ ବୁଝାଏ l
କେବଳ ଯାତାୟତ ବାବଦକୁ ସ୍ୱେଚ୍ଛାସେବୀ ମାନଙ୍କୁ କିଛି ଅର୍ଥ ପ୍ରଦାନ କରାଯାଇଥାଏ, ଯେଉଁ ବ୍ୟକ୍ତିଙ୍କୁ ସ୍ଵେଚ୍ଛାସେବୀ ମାନେ ସହାୟତା ଦେଉଛନ୍ତି ଅଭିଯୋଗ ବିଷୟବସ୍ତୁ ଉପରେ ଭଲଭାବେ ଅବଗତ ହୋଇଥିବା ଆବଶ୍ୟକ l ସ୍ଵେଚ୍ଛାସେବୀ ମାନେ ସର୍ବଦା ମନେରଖିବା ଉଚିତ ଯେ ତାଙ୍କର କର୍ତ୍ତବ୍ୟ ସମାଜର ପଦ ପାଇଁ ନୁହେଁ ବରଂ ତାଙ୍କର ଉଚ୍ଚକୋଟିର ସେବାରୁ ହିଁ ମିଳିଥାଏ l ସେମାନଙ୍କ ଶାଳୀନତା ଓ ନରମ ବ୍ୟବହାରରୁ ହିଁ ତାଙ୍କର ମୂଲ୍ୟବାନ ଭାଗୀଦାର ଭାବେ ଆରକ୍ଷା କର୍ମଚାରୀ ଓ ସରକାରୀ କର୍ମଚାରୀ ମାନଙ୍କର ପ୍ରିୟ ପାତ୍ର ହୋଇଥାନ୍ତି ଓ ନିଜର ସେବା ମନୋଭାବ ସମାଜରେ ଅବହେଳିତ, ନିର୍ଯ୍ୟାତିତ ଜନସାଧାରଣ ଙ୍କୁ ଉତ୍ତମ ରୂପେ ଆଇନ ସହାୟତା ଯୋଗାଇ ସେମାନଙ୍କର ନ୍ୟାୟିକ , ସମାଜିକ ପାରିବାରିକ ସମାଧାନ କରି ଆବେଦନ ଦାତାଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବାରେ ସକ୍ଷମ ହୋଇପାରିଥାନ୍ତି ବୋଲି ମଞ୍ଚାସୀନ ଅତିଥିବୃନ୍ଦ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଆଜିର ତାଲିମ ଶିବିରରେ ସିଏଲ ଏସ୍ ଏ ଫୁଲବାଣୀର ମୋଟ ୨୫ ଜଣ ଯଥା ବାଲିଗୁଡ଼ା, ଦାରିଙ୍ଗବାଡ଼ି, କୋଟଗଡ଼ ଜି ଉଦୟଗିରି ଓ ତୁମୁଡ଼ିବନ୍ଧ କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଂଚଳ
ସ୍ୱେଛାସେବୀଙ୍କୁ ତାଲିମ ପ୍ରଦାନ କରାଯାଇ ଥିଲା l ଏହି ଶିବିରକୁ ଡି ଏଲ ଏସର ସମସ୍ତ କର୍ମକର୍ତ୍ତା ସହ‌ଯୋଗ କରି ସାଫଲ୍ୟ ମଣ୍ଡିତ କରିଥିଲେ l

nis-ad
Leave A Reply

Your email address will not be published.