ବିଜେପି ଗୋସାଇଁନୂଆଗାଁ ମଣ୍ଡଳ ପକ୍ଷରୁ ସଦସ୍ୟତା ଅଭିଯାନ ୨୦୨୪ ପାଇଁ ଅନୁଷ୍ଠିତ ହେଲା କର୍ମଶାଳା

ବ୍ରହ୍ମପୁର, ୨୬/୮ : ଭାରତୀୟ ଜନତା ପାର୍ଟି ଗୋସାଇଁନୂଆଗାଁ ମଣ୍ଡଳ ପକ୍ଷରୁ ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଆଜି ମଣ୍ଡଳ ସ୍ତରୀୟ “ସଦସ୍ୟତା ଅଭିଯାନ କର୍ମଶାଳା” ସ୍ଥାନୀୟ ଗୋସାଇଁନୂଆଗାଁ ସ୍ଥିତ ଦଳୀୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ବିଜେପି ଗଞ୍ଜାମ ଜିଲ୍ଲା ସଭାପତି ଡ଼ା.ସୁବାସ ସାହୁ,ବ୍ରହ୍ମପୁର ବିଧାୟକ କେ.ଅନିଲ କୁମାର,ସଦସ୍ୟତା ଅଭିଯାନ ଗୋସାଇଁନୂଆଗାଁ ମଣ୍ଡଳ ସଂଯୋଜକ ତଥା ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ, ଆସ୍କା , ବ୍ରହ୍ମପୁର ଏବଂ କନ୍ଧମାଳ ତିନୋଟି ଲୋକସଭା କ୍ଷେତ୍ର ଦାୟୀତ୍ଵରେ ଥିବା ଦଳର ବରିଷ୍ଠ ନେତା ସୁନିଲ କୁମାର ସାହୁ, ବ୍ରହ୍ମପୁର ମହାନଗର ପ୍ରଭାରୀ ରାମ ପ୍ରସାଦ ସାମଲ ପ୍ରମୁଖ ଯୋଗ ଦେଇ ମାର୍ଗଦର୍ଶନ କରିଥିଲେ । ସେହିଭଳି ଆସନ୍ତା ୩୧ ତାରିଖ ସୁଦ୍ଧା ବୁଥସ୍ତରୀୟ କର୍ମଶାଳା ଆୟୋଜନ କରାଯିବ ବୋଲିି ନିଷ୍ପତ୍ତି ନିଆଯାଇଛି । ଆସନ୍ତା ସେପ୍ଟେମ୍ୱର ୧ତାରିଖରୁ ଦେଶବ୍ୟାପୀ ବିଜେପିର ସଦସ୍ୟତା ଅଭିଯାନ ଆରମ୍ଭ କରାଯିବ । ଉଭୟ ଅନଲାଇନ ଏବଂ ଅଫ ଲାଇନ ମାଧ୍ୟମରେ ସଦସ୍ୟତା ଗ୍ରହଣ କରାଯିବ । ଆଜି ଏହାକୁ ନେଇ ବିଜେପି ଗୋସାଇଁନୂଆଗାଁ ମଣ୍ଡଳ ପକ୍ଷରୁ ସ୍ୱତନ୍ତ୍ର ଭାବେ ସଦସ୍ୟ ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯାନ ୪୫ ଦିନ ଚାଲିବ । ଦଳୀୟ କାର୍ଯ୍ୟକର୍ତ୍ତା ମାନେ ଆଗକୁ ଆସି ଅଧିକ ଲୋକଙ୍କୁ ବିଜେପିରେ ସାମିଲ କରାଇବା ଲାଗି ବୁଥ୍ ରୁ ପ୍ରାଥମିକ ସଦସ୍ୟତା ଅଭିଯାନ ଆରମ୍ଭ ହେବ । ଆଗାମୀ ଦିନରେ ଗୋସାଇଁନୂଆଗାଁ ମଣ୍ଡଳକୁ ଶକ୍ତିଶାଳୀ ସଂଗଠନ ହିସାବରେ ଶିଖରରେ ପହଞ୍ଚାଇବାକୁ ଦଳୀୟ ନେତୃବୃନ୍ଦ ଆଜି ସଂକଳ୍ପ ନେଇଛନ୍ତି । ସଂଗଠନର ଆତ୍ମା ହେଉଛି ପ୍ରାଥମିକ ସଦସ୍ୟତା ବୋଲି ଦଳୀୟ ନେତୃବୃନ୍ଦ ତାଙ୍କ ଅଭିଭାଷଣ ରଖିଥିଲେ । ସଦସ୍ୟତା ଗ୍ରହଣ କାର୍ଯ୍ୟକ୍ରମ ପାଇଁ କାର୍ଯ୍ୟକର୍ତ୍ତା ମାନେ ଲୋକଙ୍କ ପାଖକୁ ଯାଇ ସଂପର୍କ ସ୍ଥାପନ କରିବେ । ତୃଣମୂଳ ସ୍ତରରେ ସଙ୍ଗଠନକୁ ସୁଦୃଢ କରିବା ଏବଂ ନୂତନ ସଦସ୍ୟ ସଂଗ୍ରହ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । ସେହିପରି ପ୍ରଥମ ଥର ମତଦାତା ହୋଇଥିବା ବା ହେବାକୁ ଯାଉଥିବା ଯୁବକ ଓ ଯୁବତୀମାନଙ୍କୁ ଯୋଗାଯୋଗ କରି ସେମାନଙ୍କୁ ଦଳର ସଦସ୍ୟ ଭାବେ ସାମିଲ କରାଯିବ । ସାଧାରଣ ଜନତାଙ୍କୁ ୮୮୬୦୧୪୭୧୪୭ ନଂ ରେ ମିସ୍ କଲ୍ ଦେଇ ଭାରତୀୟ ଜନତା ପାର୍ଟିର ପ୍ରାଥମିକ ସଦସ୍ୟ ହେବାକୁ କୁହାଯିବ ବୋଲି ଦଳୀୟ ନେତୃବୃନ୍ଦ କହିଛନ୍ତି । ଆଜିର ଏହି କର୍ମଶାଳାରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସମ୍ପାଦକ ବାଳକୃଷ୍ଣ ସାମନ୍ତରା,ନିବେଦିତା ପାଢ଼ୀ,ସୁଶିଳା ମଲ୍ଲିକ,ଜିଲ୍ଲା ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ବର୍ଷା ବିଦ୍ୟୁସ୍ମିତା,ମୋନିତା ଦାସ,ବରିଷ୍ଠ ଆଇନଜୀବି ତଥା ବିଜେପି ନେତା ପିତବାସ ପଣ୍ଡା,ବିଶିଷ୍ଟ ସମାଜସେବୀ ତଥା ବିଜେପି ନେତା ଲଳିତ ମଙ୍ଗରାଜ,ଆଇନଜୀବି ତଥା ବରିଷ୍ଠ ନେତା ରବୀନ୍ଦ୍ର ସାହୁ,ମଣ୍ଡଳ ଉପସଭାପତି ଏସ୍.ଶ୍ରୀନିବାସ୍,ଦେବୀ ପ୍ରସାଦ ପାଢ଼ୀ,ରବି ନାରାୟଣ ସାବତ,ଲକ୍ଷ୍ମୀ ବେହେରା,ରାଜ୍ କୁମାର ପାତ୍ର,ନରସିଂହ ଶତପଥୀ,ସାଧାରଣ ସମ୍ପାଦକ ମୋନଜ ପାଢ଼ୀ,ସମ୍ପାଦକ ରାଧା ମାଧବ ସାହୁ,ଉପେନ୍ଦ୍ର ସେଠୀ,ପୂଜାରାଣୀ ମହାପାତ୍ର,ଭଗବାନ ସାହୁ,ମଣ୍ଡଳ ମହିଳା ମୋର୍ଚ୍ଚା ସଭାନେତ୍ରୀ ଗୀତା ଦାସ,କୃଷକ ମୋର୍ଚ୍ଚା ସଭାପତି ସଞ୍ଜୀବ ଚୋୖଧୁରୀ,ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ରାମନାଥ ଦାସ,ଓବିସି ମୋର୍ଚ୍ଚା ସଭାପତି ସୁଦର୍ଶନ ମହାରଣା,ଯୁବମୋର୍ଚ୍ଚା ସଭାପତି ଡ଼ି.ଅନିଲ ରାଓ,ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ଯୋଶେଫ କଟୋନ୍,ଯୁବ ନେତା ସୁନିଲ ମହାରଣା,ବିନୋଦ ସିଂ,ନର୍ମଦାମଣି ରାଜୁ,ଭାଗ୍ୟପ୍ରଭା ସାହୁ,ଶଙ୍କର ରାଓ,ସନ୍ତୋଷ ବାରିକ,ରବି ମହାରଣା,ପ୍ରଦୀପ ସାହୁ ପ୍ରମୁଖଙ୍କ ସମେତ ମଣ୍ଡଳ ପଦାଧିକାରୀ,କାର୍ଯ୍ୟକାରିଣୀ ସଦସ୍ୟ ଏବଂ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । କର୍ମଶାଳା ପ୍ରାରମ୍ଭରେ ମଣ୍ଡଳ ସାଧାରଣ ସମ୍ପାଦକ ମୋନଜ ପାଢ଼ୀ ଅତିଥି ପରିଚୟ ପ୍ରଦାନ ସହ ଉପଢ଼ୌକନ ଦେଇ ସ୍ୱାଗତ ଜଣାଇଥିବା ବେଳେ କର୍ମଶାଳା ଶେଷରେ ମଣ୍ଡଳ ଉପସଭାପତି ରବି ନାରାୟଣ ସାବତ ଧନ୍ୟବାଦ ଅର୍ପଣ କରିଥିଲେ ।

                                                                                                                            

nis-ad
Leave A Reply

Your email address will not be published.