ଦୀର୍ଘ ଦିନଧରି କାଦୁଅରେ ଭର୍ତି ସତୀଗୁଡା ରାସ୍ତା କାର୍ଯ୍ୟ ସମ୍ପୂର୍ଣ୍ଣ ନହେବା ରୁ ରାସ୍ତାରେ ଧାନ ତଳି ରୋଇଲେ ଗ୍ରାମବାସୀ…

ମାଲକାନଗିରି ତା:- ୨୪/୦୮ ପ୍ରତିବର୍ଷ ବର୍ଷା ଦିନ ଆସିଲେ ଯନ୍ତ୍ରଣା ଭୋଗୁଛନ୍ତି ତାଳଗୁଡା ବାସୀ । ଗତ କିଛିବର୍ଷ ଧରି ସତୀଗୁଡା ରାସ୍ତା ମରାମତି ନିମନ୍ତେ ଅଭିଯୋଗ ହୋଇ ଆସୁଥିବା ବେଳେ ଏହି ରାସ୍ତାକୁ ସତୀଗୁଡା ବିଭାଜନ ତରଫରୁ ଟେଣ୍ଡର ପ୍ରକ୍ରିୟା କରା ଯାଇଥିଲ।। ଏହି ରାସ୍ତା କିଛି ମାତ୍ରାରେ ସମ୍ପୂର୍ଣ ହୋଇଥିବା ବେଳେ ଆଉ କିଛି ଅଂଶ ପ୍ରାୟ ୨୦୦ମିଟର ରୁ ଉର୍ଦ୍ଧ ଅଧପନ୍ତରିଆ ଅବସ୍ଥାରେ ରହିଛିା ଯାହା ପାଣି କାଦୁଅରେ ପରିପୁର୍ଣ ଥିବାରୁ ସ୍କୁଲ ଛାତ୍ରଛାତ୍ରୀ, ସ୍ଥାନୀୟ ଲୋକମାନେ ଯାତାୟତ ସମୟରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତିା ବିଶେଷ କରି ଏହି ରାସ୍ତାଟି ଜୟପୁର ମୁଖ୍ୟ ରାସ୍ତା ଠାରୁ ଏମ୍‌.ଭି. ୧୧୧, ଦେଇ ସତୀଗୁଡା, ତାଳଗୁଡା, ଠାରୁ ଶିବ ମନ୍ଦିର ପର୍ଯ୍ୟନ୍ତ ଲମ୍ବିଛିା ସେଥିମଧ୍ୟରୁ ଜୟପୁର ମୁଖ୍ୟ ରାସ୍ତା ଠାରୁ ସତୀଗୁଡା ପର୍ଯ୍ୟନ୍ତ ରାସ୍ତା କାମ ସମ୍ପୂର୍ଣ ହୋଇଥିବା ବେଳେ ସତିଗୁଡା ଠାରୁ ତାଳଗୁଡା ପର୍ଯ୍ୟନ୍ତ ପ୍ରାୟ ୨୦୦ ମିଟର ରାସ୍ତା ଅଧପନ୍ତରିଆ ଅବସ୍ଥାରେ ରହିଛିା ଯାହାଫଳରେ ତାଳଗୁଡା ଗ୍ରାମବାସୀ ଶିବ ମନ୍ଦିର ଦେଇ ସତୀଗୁଡା ଜଳଭଣ୍ଡାର ଉପର ରାସ୍ତା ଦେଇ ପ୍ରାୟ ୩ କିଲୋମିଟର ଅତିକ୍ରମ କରି ମାଲକାନଗିରି ଆସିବାକୁ ପଡୁଅଛିା ଏହିଠାରେ କନ୍ୟାଶ୍ରମ ରହିଛି, ଏହି ଆଶ୍ରମକୁ ପ୍ରତିଦିନ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଜାତାୟତ କରୁଥିବା ବେଳେ ଅତ୍ୟାବଶ୍ୟକ କା ର୍ଯ୍ୟ ନିମନ୍ତେ ବିଭିନ୍ନ ଜାନବାହାନ ଜାତାୟତ ବିପଦ ସଂକୁଳ ବାବେ ହେଉଅଛିା ତତ୍ ସହିତ ଭାରିଜାନ ତଥା ଆମ୍ବୁଲାନ୍ସ ମଧ୍ୟ ଯାଇ ପାରୁନାହିାଁ ଜରୁରିକାଳୀନ ପରିସ୍ଥିତିରେ ଏହି ଅଂଚଳବାସୀ ନାହିଁ ନଥଇବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ସିନ୍ଧ୍ରିମାଳ ସରପଂଚ ଘାସି ନାୟକ ଅଭି ଯୋଗ କରିଛନ୍ତି । ତାଙ୍କ କହିବା ଅନୁସାରେ ବର୍ଷା ଋତୁ ପୂର୍ୱରୁ ଏହି ରାସ୍ତାରେ ମୁରୁମ ପକା ଯାଇଛିା ସେହି ମୁରୁମକୁ ରୋଲିଙ୍ଗ ନ କରି ତାହା ଉପରେ ପଥର ଗୁଣ୍ଡ ମିଶା ମେଟାଲ ପକାଇଛନ୍ତିା ବର୍ଷା ଯୋଗୁଁ ମେଟାଲ ଓ ପଥର ଗୁଣ୍ଡ ମୁରୁମ ଭିତରକୁ ପଶି ଯାଇଛିା ଯଦ୍ୱାରା ମୁରୁମ କାଦୁଅରେ ପରିଣତ ହୋଇ ଉପରକୁ ଆସିଛି ଏବଂ ରାସ୍ତାରେ ପାଣି କାଦୁଅ ଭର୍ତି ହୋଇ ରହିଛିା ଏ ସମ୍ପର୍କରେ ସରପଂଚ ସମ୍ପୃକ୍ତ ଠିକାଦାର ତଥା ବିଭାଗୀୟ ଯନ୍ତ୍ରୀଙ୍କୁ ପୁର୍ବରୁ ବାରମ୍ବାର ଅଭି ଯୋଗ କରିବା ସତ୍ୱେ କେହି କର୍ଣପାତ କରୁ ନଥିବା ଆଜି ଉକ୍ତରାସ୍ତାରେ ଗ୍ରାମବାସୀ ରାସ୍ତାରେ ଧାନ ତଳି ରୋଇ ପ୍ରତିବାଦ କରିଛନ୍ତି । ଏ ସମ୍ପର୍କରେ ସତୀଗୁଡା କନିଷ୍ଠ ଯନ୍ତ୍ରୀ ଭଗବାନ ନାୟକଙ୍କୁ ପଚାରିବାରୁ ବର୍ଷା ଋତୁ ହୋଇଥିବା ଯୋଗୁଁ କାର୍ଯ୍ୟ ବନ୍ଦରହିଥିବା କହି ଗ୍ରାମବାସୀଙ୍କ ଯୁକ୍ତି କୁ ଖଣ୍ଡନ କରିଛନ୍ତି । ବର୍ଷା ପରେ ଖରା ପାଗ ହେଲେ ସେଠାରେ ପଥର ଗୁଣ୍ଡ ମିଶା ମେଟାଲ ପକାଇ ରାସ୍ତା ମରାମତି କରା ଯିବ ବୋଲି ସେ ପ୍ରକାଶ କରିଛନ୍ତି ।

nis-ad
Leave A Reply

Your email address will not be published.