ଓମ ଶ୍ରୀ ଈଣ୍ଟରନେସନାଲ ସ୍କୁଲରେ ଜନ୍ମାଷ୍ଟମୀ ପାଳିତ…


ହିଞ୍ଜିଳିକାଟୁ ୨୬!୮ ହିଞ୍ଜିଳିକାଟୁ ବ୍ଲକ ଅଧିନସ୍ଥ ସୋମପୁର ନିକଟରେ ଥିବା ଓମ୍ ଶ୍ରୀ ଈଣ୍ଟରନେସନାଲ ସ୍କୁଲରେ ପବିତ୍ର ଜନ୍ମାଷ୍ଟମୀ ପାଳିତ ହୋଇଯାଇଅଛି । ସ୍କୁଲର କୁନି କୁନି ଛାତ୍ର ଛାତ୍ରୀ ମାନେ କୃଷ୍ଣ ଓ ରାଧା ବେଶ ରେ ପରିବେଷ୍ଟିତ ହୋଇ ଜନ୍ମାଷ୍ଟମୀ ର ସୌନ୍ଦର୍ଯ୍ୟ କୁ ଆକର୍ଷଣୀୟ କରିଥିଲେ। ଭକ୍ତି ପୂର୍ଣ୍ଣ ସହ ଶ୍ରୀ କୃଷ୍ଣ ଙ୍କ ପୂଜା ସମ୍ପନ୍ନ କରାଯାଇଥିଲା। ପୂଜା ସମ୍ପନ୍ନ ହେବା ପରେ ନୃତ୍ୟ ଓ ଅଭିନୟ କାର୍ଯ୍ୟକ୍ରମ କରାଯାଇଥିଲା ଯଥା କୃଷ୍ଣ ଲୀଳା ଏବଂ ରାଧାକୃଷ୍ଣ ଭଜନ ରେ କୁନି କୁନି ବେଶରେ ଥିବା ଛାତ୍ର ଛାତ୍ରୀ ମାନେ ଅଭିନୟ କରିଥିଲେ । ଗ୍ରାମ ବାସୀଙ୍କ ସହ ଅଭିଭାବକ ମନେ କୁନି କୁନି ପିଲାଙ୍କ ନାଚ ଗୀତ ଓ ଅଭିନୟ କୁ ପ୍ରଶଂସା କରିବା ସହ ସ୍କୁଲକୁ କୁ ଧନ୍ୟ ବୋଲି ବିବେଚନା କରି କହିଥିଲେ ଯେ ପ୍ରତ୍ୟେକ ବିଦ୍ୟାଳୟ ଏପରି ହେବା ଆବଶ୍ୟକ ଯାହାକି ଭାରତ ବର୍ଷ ର ସଂସ୍କୃତି ଓ ପରମ୍ପରା କୁ ବଜାୟ ରଖିଛି ।ଉକ୍ତ କାର୍ଯ୍ୟକ୍ରମ କୁ ସ୍କୁଲର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଏଲ କାମେଶ୍ଵର ରାଓ ଙ୍କ ଉପସ୍ଥିତି ରେ ପ୍ରଧାନ ଶିକ୍ଷକ ପତିତପାବନ ଆଚାରୀ, ଶିକ୍ଷକ ଜୋଜୋଫ ଡଗଲେସ ଇବ୍ରାହାମ, ଶିକ୍ଷକ ସଞ୍ଜିବ କୁମାର ଝା, ଦିପ୍ତିରାଣି ଦାସ, ଶିକ୍ଷକ ବଳରାମ ସାହୁ,ଅରୁଣ ପରିଡା, ସନ୍ଧ୍ୟାରାଣି ସାବତ,ବିକ୍ରମ ମହାରଣା,ରାକେଶ ମହାରଣା, ସୁମିତ୍ରା ମହାରଣା ଙ୍କ ସମେତ ଅନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀ ବୃନ୍ଦ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ।

nis-ad
Leave A Reply

Your email address will not be published.