ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଫୁଲ୍ଲ ନାୟକଙ୍କ ଶ୍ରାଦ୍ଧ ଦିବସ ପାଳିତ…

ଛତ୍ରପୁର : ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ବିଦ୍ୟାଳୟ ପରିସରରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ସ୍ୱର୍ଗତ ପ୍ରଫୁଲ୍ଲ ନାୟକଙ୍କ ୨୩ତମ ଶ୍ରାଦ୍ଧ ଦିବସ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ର ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୂରୀ, ଜିଲ୍ଲାପରିଷଦ ସଭ୍ୟା ରଶ୍ମିତା ନାହାକ, ପୂର୍ବତନ ପ୍ରଧାନ ଶିକ୍ଷକ ପ୍ରହ୍ଲାଦ ମହାରଣା, ଆଇନଜୀବୀ ବାବୁ ନାହାକ,କୁମୁଦ ବେହେରା, ସୌରା ନାହାକ, ମନୁ ନାୟକ, ପ୍ରଦୀପ ନାୟକ, ଅଶୋକ ପଟ୍ଟନାୟକ, ମୁନା ନାୟକ, ପ୍ରଶାନ୍ତ କୁମାର ମେକାପ, ମୁନା ରାଉଳ, ଏନ ବନାର୍ଜୀ ରେଡ୍ଡୀ, ସୋମେୟା ପାତ୍ର, ଶରତ ପଟ୍ଟନାୟକ ଓ ସାମ୍ବାଦିକ ରବିନ୍ଦ୍ର ନାଥ ପଣ୍ଡା ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ନାୟକଙ୍କ ସ୍ମୃତି ଚାରଣ କରିବା ସହ ସେ କରିଥିବା ମହତ କାମ ଏହି ଅଂଚଳ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି ସମସ୍ତେ କହିଥିଲେ । ପ୍ରାରମ୍ଭରେ ଅତିଥି ମାନେ ବିଦ୍ୟାଳୟ ପରିସରରେ ଥିବା ସ୍ୱର୍ଗତ ପ୍ରଫୁଲ୍ଲ ନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ । ଏହି କାର୍ଯ୍ୟକ୍ରମ ରେ ଛାତ୍ର, ଛାତ୍ରୀ ଓ ଗୋବିନ୍ଦପୁର ଗ୍ରାମବାସୀ ବହୁ ସଂଖ୍ୟା ରେ ଯୋଗଦେଇଥିଲେ, କ୍ରୀଡା ଶିକ୍ଷକ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ସଭା ପରିଚାଳନା କରିଥିଲେ ।

nis-ad
Leave A Reply

Your email address will not be published.