ଗ୍ରାମ୍ୟସ୍ତରରେ ମାନସିକ ଅସୁସ୍ଥତା ପରିଚାଳନାରେ “ପରିବାର ସହାୟକ ଗୋଷ୍ଠୀର ଭୂମିକା” ଶିର୍ଷକ ଆଲୋଚନା ଚକ୍ର

ଫୁଲବାଣୀ : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନଙ୍କ ସୂଚନା ମୁତାବକ କରୋନା ସଂକ୍ରମଣ ପୂର୍ବରୁ ଜଣେ ମଣିଷ ମାନଶିକ ସ୍ତରରେ ଯେତେ ମାତ୍ରାରେ ସୁଦୃଢ ଥିଲା ବର୍ତ୍ତମାନ ତାହା ହ୍ରାଶ ପାଇଛି । ଯାହାଫଳରେ ସମାଜରେ ମାନସିକ ରୋଗିଙ୍କ ସଂଖ୍ୟା କୋଭିଡ୍ -୧୯ ପରଠାରୁ ଯଥେଷ୍ଟ ମାତ୍ରାରେ ବୃଦ୍ଧି ପାଇଛି । ଏହି ପରିପ୍ରେକ୍ଷିରେ ବେସିକ୍ ନିଡ୍ ଅଫ୍ ଇଣ୍ଡିଆ, ବାଙ୍ଗାଲୋର ଓ ସ୍ୱେଚ୍ଚାସେବୀ ଅନୁଷ୍ଠାନ ସ୍ୱାତୀଙ୍କ ମିଳିତ ସହଯୋଗ ରେ କନ୍ଧମାଳ ଜିଲ୍ଲାର ଦୁଇଟି ଯଥା- ଫୁଲବାଣୀ ଓ ଫିରିଙ୍ଗିଆ ବ୍ଲକର ୩୦ ଗୋଟି ପଂଚାୟତରେ ମାନସିକ ରୋଗିଙ୍କୁ ଚିହ୍ନଟିକରଣ,ସେମାନଙ୍କର ଚିକିତ୍ସା ଓ ସ୍ଥାୟୀ ଜିବନ ଜିବିକା ନିମନ୍ତେ ଗୋଷ୍ଠି ସ୍ତରୀୟ ମାନସିକ ସ୍ୱାସ୍ଥ୍ୟ ବିକାଶ କାର୍ଯ୍ୟକ୍ରମ ବିଗତ ତିନି ବର୍ଷ ହେବ କାର୍ଯ୍ୟକାରୀ କରି ଆସୁଛନ୍ତି । ଏହାର ସୁଫଳ ସ୍ୱରୂପ ଆଜି ପର୍ଯ୍ୟନ୍ତ ୮୦୬ ଜଣ ମାନସିକ ଅସୁସ୍ଥ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ସେଥିରୁ ୫୫୦ ଜଣଙ୍କୁ ନିୟମିତ ଚିକିତ୍ସା କରାଯାଉଥିବା ବେଳେ ୮୫ଟି ପରିବାରକୁ ଜିବନ ଜିବିକା ସହାୟତା ଯୋଗାଇ ଦିଆ ଯାଇଛି ବୋଲି ପ୍ରକଳ୍ପ ସଂଯୋଜକ ବୈକୁଣ୍ଠ ଚନ୍ଦ୍ର ଦାଶ ସୂଚନା ଦେଇଥିଲେ । କିନ୍ତୁ ଚିହ୍ନତ ବ୍ୟକ୍ତି ମାନଙ୍କ ନିୟମିତ ଦେଖାଶୁଣା ଔଷଧ ସେବନ ନିତ୍ୟାନ୍ତ ଜରୁରୀ ଥିବାରୁ ପରିବାରର ଯତ୍ନକାରୀ ଓ ଅନ୍ୟ ସଦସ୍ୟ/ସଦସ୍ୟା ମାନଙ୍କର ଗୁରୁତ୍ୱ ଅଧିକ ଥିବାରୁ ସେମାନଙ୍କୁ ଦିଗଦର୍ଶନର ଆବଶ୍ୟକତା ରହିଛି । ଏଣୁ ପରିବାର ସହାୟକ ଗୋଷ୍ଠିର ଗଠନ ଓ ଦକ୍ଷତା ବୃଦ୍ଧିର ଆବଶ୍ୟକତାକୁ ଆଖି ଆଗରେ ରଖି ବେସିକ୍ ନିଡ୍ ଅଫ୍ ଇଣ୍ଡିଆ, ବାଙ୍ଗାଲୋର ଏହି ଦିନିକିଆ କାର୍ଯ୍ୟକ୍ରମ ଆୟୋଜନ କରିଥିବା କଥା ରାଜ୍ୟ ସଂଯୋଜକ ରାଜିବ କର୍ମୀ ମତ ପ୍ରକାଶ କରିଥିଲେ । ତତ୍ସହିତ ବି.ଏନ୍,ଆଈ ତରଫରୁ ସୁଜାତା. ଭି ଓ ଯୁଭାନ ଫର୍ଣ୍ଣାଡିସ୍ ଉପସ୍ଥିତ ରହି ତାଲିମ କାର୍ଯ୍ୟକ୍ରମରେ ପରିବାର ସହାୟକ ଗୋଷ୍ଠି ରୁ ଆଶି ଯୋଗ ଦେଇଥିବା ନେତା ମାନଙ୍କୁ ବିଭିନ୍ନ ଖେଳ, ନାଚ, ଗପ ଓ ଦଳଗତ ଆଲୋଚନା ମାଧ୍ୟମରେ ବୁଝାଇଥିଲେ । ଅନୁଷ୍ଠାନ ର ସଂପାଦକ ଇଂ. ହରି ଶଙ୍କର ରାଉତ ଉଦ୍ଘାଟନୀ ଦିବସରେ ଯୋଗ ଦେଇ ମାନସିକ ଅସୁସ୍ଥ ବ୍ୟକ୍ତିଙ୍କୁ ନିୟମିତ ଭାବେ ସମାଜର ମୂଖ୍ୟ ଶ୍ରୋତରେ ସାମିଲ କରିବାକୁ ହେଲେ ଚିକିତ୍ସା ସହିତ ସ୍ନେହ, ପରିବାର ଲୋକ ଙ୍କ ଭଲପାଇବା ଓ ବିଭିନ୍ନ କାର୍ଯ୍ୟକ୍ରମରେ ସେମାନଙ୍କୁ ଯୋଡିରଖିବା କୁ ପଡିବ ବୋଲି କହିଥିଲେ । ଏଥିସହ କୋଷାଧକ୍ଷ ସାନ୍ତନୁ କୁମାର ମିଶ୍ର ଓ ପ୍ରକଳ୍ପ ସଂଯୋଜକ ବିଶ୍ୱରଞନ କର ବି.ଏନ୍,ଆଈ ର ଏହି ସହଯୋଗ ଏକ ମହତ୍ ଉଦ୍ଦେଶ୍ୟ ରଖି ଜିଲ୍ଲାରେ କାର୍ଯ୍ୟକାରୀ ହେଉଛି ଓ ଏହା ଆଗାମି ଦିନରେ ଗୋଷ୍ଠିଗତ ପରିଚାଳନା ରେ ରୂପାନ୍ତରିତ ହେବ ବୋଲି ଆଶା ବ୍ୟକ୍ତକରି ସିଧାସଳଖ ଭାବରେ ଯୋଡିହୋଇଥିବା ସ୍ୱେଚ୍ଚାସେବୀ ମାନଙ୍କୁ ଦୃଢତାର ସହ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ । ଆଜି ଏହି କାର୍ଯ୍ୟକ୍ରମରେ ଫିରିଙ୍ଗିଆ ପ୍ରେଶ୍ କ୍ଲବର ସାମ୍ବାଦିକ ବନ୍ଧୁ ମାନେ ଯଥା- ମନୋଜ କୁମାର ସାହୁ, ବିକ୍ରମ ଦିଗାଲ, ସଞୟ ସାହୁ, ଭ୍ରମରବର ନାୟକ , ବିମଳ ଦିଗାଲ ଓ ସୁଶାନ୍ତ ଦିଗାଲ ଉପସ୍ଥିତ ରହି ସ୍ୱାତୀ ଅନୁଷ୍ଠାନର ଏଭଲି ପ୍ରୟାସକୁ ପ୍ରସଂଶା କରିବା ସହିତ ସହଯୋଗ ବଜାୟ ରହିବ ବୋଲି ମତ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଆଲୋକ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସମସ୍ତ ସ୍ୱେଚ୍ଚାସେବୀ ପରିଚାଳନାରେ ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.