ଚଳିତବର୍ଷ ଛାତ୍ର ସଂସଦ ନିର୍ବାଚନ ପାଇଁ ଦାବୀ ତେଜିଲା

ଫୁଲବାଣୀ : ରାଜ୍ୟରେ ଗତ ୬ ବର୍ଷ ଧରି ପୂର୍ବତନ ବିଜେଡି ସରକାର କଲେଜ ଗୁଡିକରେ ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ କରି ଛାତ୍ର ଛାତ୍ରୀଙ୍କ ଗଣତାନ୍ତ୍ରିକ ଅଧିକାରକୁ ଚାପିବା ପାଇଁ ଚେଷ୍ଟା କରିଥିବା ବେଳେ ରାଜ୍ୟରୁ ରାଜନୀତିରେ ନୂତନ ନେତୃତ୍ୱ ବିକାଶ ପାଇଁ ମଧ୍ୟ ବାଧକ ସାଜିଥିଲେ । ବର୍ତ୍ତମାନ ସରକାର ପରିବର୍ତ୍ତନ ହୋଇଛି , ରାଜ୍ୟ ବ୍ୟାପି ପ୍ରତ୍ୟେକ କଲେଜ ଗୁଡିକରେ ଛାତ୍ର ଛାତ୍ରୀ , ଛାତ୍ର ସଂସଦ ନିର୍ବାଚନ ନୂତନ ସରକାର କରାଇବା ପାଇଁ ଆଶା କରି ପ୍ରସ୍ତୁତ ଥିଲେ । ରାଜ୍ୟ ଆଇନ ମନ୍ତ୍ରୀ ଆସନ୍ତା ବର୍ଷ ଠାରୁ ନିର୍ବାଚନ ହେବା ନେଇ ସୂଚନା ଦେବା ପରେ ରାଜ୍ୟ ବ୍ୟାପି କଲେଜ ଗୁଡିକରେ ଚଳିତ ବର୍ଷ ନିର୍ବାଚନ କରାଇବାକୁ ଛାତ୍ର ଛାତ୍ରୀ ଦାବି କରିଛନ୍ତି । ସେହିଭଳି ଫୁଲବାଣୀ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟରେ ମଧ୍ୟ କନ୍ଧମାଳ ଜିଲ୍ଲା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଚଳିତ ବର୍ଷ ନିର୍ବାଚନ କରାଇବାକୁ ନେଇ ବିକ୍ଷୋଭ ଓ ଦାବି ହୋଇଥିଲା । ଏବିଭିପି କନ୍ଧମାଳ ଜିଲ୍ଲାର ଜିଲ୍ଲା ସଂଯୋଜକ ଅମ୍ଳାନ ପଟ୍ଟନାୟକ , ଗଞ୍ଜାମ ବିଭାଗ ସହ ସଂଯୋଜକ ରୁଦ୍ର ପ୍ରସାଦ ସେଠୀ , ଗଞ୍ଜାମ ବିଭାଗ ଆର.କେ.ଏମ ସଂଯୋଜକ ତ୍ରିଲୋଚନ ଗଣ୍ଡା ଏହାର ନେତୃତ୍ୱ ନେଇଥିଲେ ।

nis-ad
Leave A Reply

Your email address will not be published.