ପାଇଖାନା ଟାଙ୍କି ଭାଙ୍ଗିବାରୁ ଅଣନିଶ୍ବାସୀ ହୋଇ ୩ ମୃତ

କୁଚିଣ୍ଡା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ପୁକୁଡ଼ା ଗାଁରେ ବଡ଼ ଅଘଟଣ । ପାଇଖାନା ଟାଙ୍କି ସେଣ୍ଟରିଂ ଖୋଲିବା ବେଳେ ଅଣନିଶ୍ବାସୀ ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଛି । ଫାଶିମାଲ ମେଡିକାଲରେ ୩ ଜଣଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ମୃତକ ହେଉଛନ୍ତି ବସନ୍ତ ଦେହୁରୀ, ଭରତ ରଣା ଏବଂ ଶ୍ରୀକାନ୍ତ ମୁଣ୍ଡା । ଗୁରୁତର ସିଦ୍ଧାନ୍ତ ମୁଣ୍ଡାଙ୍କୁ ସମ୍ବଲପୁର ସ୍ଥାନାନ୍ତରିତ କରାଯାଇଛି ।

ଘଟଣାସ୍ଥଳରେ ଜମନକିରା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବସନ୍ତ ଦେହୁରୀଙ୍କ ଘରେ ନିର୍ମିତ ପାଇଖାନା ଟାଙ୍କିର ସେଣ୍ଟରିଂ ଖୋଲିବା ପାଇଁ ସମସ୍ତେ ପଶିଥିଲେ ।  ଏହା ପରେ ଟାଙ୍କି ଭିତରେ ଚେତଶୂନ୍ୟ ହୋଇପଡ଼ିଥିଲେ । ଗ୍ରାମବାସୀ ପାଇଖାନା ଛାତ ଭାଙ୍ଗି ୪ ଜଣଙ୍କୁ ଉଦ୍ଧାର କରି ଫାଶୀମାଲ ଡାକ୍ତଖାନାରେ ଭର୍ତ୍ତି କରିଥିଲେ। ପାଇଖାନା ଟାଙ୍କିଟି ତିନି ଚାରି ମାସ ସମ୍ପୂର୍ଣ ବନ୍ଦ ଥିବାରୁ ଭିତରେ ବିଷାକ୍ତ ଗ୍ୟାସ ଯୋଗୁ ଘଟଣା ଘଟିଥିବା ଅନୁମାନ କରାଯାଉଛି ।

nis-ad
Leave A Reply

Your email address will not be published.