ବନ୍ଧାହେଲେ ଓଏସଆରଟିସି ସିଏଓ, କେରଳ ଯାଏଁ ଲମ୍ପିଥିଲା ସମ୍ପତି

ଭୁବନେଶ୍ବର: ବନ୍ଧାହେଲେ ଓଏସଆରଟିସି ଚିଫ୍ ଆକାଉଣ୍ଟ ଅଫିସର ବିଜୟ ମଙ୍ଗରାଜ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ସିଏଓ ବାବୁଙ୍କୁ ଗିରଫ କରିଛି ଭିଜିଲାନ୍ସ ।

ଶୁକ୍ରବାର ଓଡିଶା ଭିଜିଲାନ୍ସ ଅଧିକାରୀମାନେ ଓଏସଆରଟିସି ସିଏଓଙ୍କ ଘରେ ଚଢ଼ାଉ କରିଥିଲେ । ଏହି ଚଢାଉରେ ୮ ଜଣ ଡିଏସପି, ୮ଜଣ ଇନ୍ସପେକ୍ଟରଙ୍କ ସମେତ ଅନ୍ୟ ଅଧିକାରୀ ସାମିଲ ହୋଇଥିଲେ । ଚଢାଉ ପରେ ଭୁବନେଶ୍ୱରର ପଳାଶୁଣୀରେ ଥିବା ୨ଟି କୋଠା, ଭୁବନେଶ୍ୱରର ଦାମୀ ଆପାର୍ଟମେଣ୍ଟ Z-1ରେ ଏକ ଫ୍ଲାଟ, କେରଳର ଏର୍ଣ୍ଣାକୁଲମ୍‌ରେ ଏକ ବଙ୍ଗଳା ସମେତ ବିଭିନ୍ନ ବ୍ୟାଙ୍କରେ ୧ କୋଟି ୪୭ ଲକ୍ଷ ଟଙ୍କାର ଜମା ରାଶି ସହିତ ଘରୁ ପ୍ରାୟ ୫୦୦ ଗ୍ରାମର ସୁନା ଅଳଙ୍କାର ଜବତ କରିଛି ଭିଜିଲାନ୍ସ ।

nis-ad
Leave A Reply

Your email address will not be published.