ରାୟଗଡ଼ା : ଅଖିଲ ଭାରତ ଗ୍ରାମୀଣ କ୍ଷେତ ମଜଦୁର ସଭା (AIARLA) ପକ୍ଷରୁ ୧୪ ଦଫା ଦାବି ନେଇ ଦେଶ ବ୍ୟାପି ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଦାବି ପତ୍ର ପ୍ରଦାନ କରାଯାଉଛି ଏହି ଅବସରରେ ଆଜି ଅଖିଲ ଭାରତ ଗ୍ରାମୀଣ କ୍ଷେତ ମଜଦୁର ସଭା (AIARLA) ରାୟଗଡା ଜିଲ୍ଲା କମିଟି ସଭାପତି ଶ୍ରୀ ତ୍ରିପତି ଗମାଙ୍ଗ ନେତୃତ୍ୱରେ ରାୟଗଡ଼ା ଡାକ ବଙ୍ଗଳା ଠାରୁ ଏକ ଶୋଭାଯାତ୍ରା ବାହାରି କପିଳାସ ଛକ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ ଓ ଧାରଣା କରିବା ସହ ୧୪ ଦଫା ଦାବି ରାୟଗଡ଼ା ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି । ଉକ୍ତ ଦାବି ମଧ୍ୟରେ କ୍ଷେତ ମୁଲିଆ ମାନଙ୍କୁ MNREGA ର କାମ ରେ ଶ୍ରମିକ ମାନଙ୍କୁ ବର୍ଷକୁ ୨୦୦ ଦିନ କାମ ଏବଂ ଦୈନିକ ୬୦୦ ଟଙ୍କା ମଜୁରୀ , ସେସନ୍ କାର୍ଡ ଧାରି ମାନଙ୍କୁ ୫୦ କେଜି ଚାଉଳ , ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ୫ ଲକ୍ଷ ଟଙ୍କା ପ୍ରଦାନ କରିବା, ବୁଲଡୋଜର ରାଜ ବନ୍ଦ କରିବା, ଦଳିତ ଗରିବଙ୍କ ପ୍ରତ୍ୟେକ ଘରକୁ ମାଗଣା ଜଳ ଏବଂ ୩୦୦ ୟୁନିଟ୍ ବିଦ୍ୟୁତ୍ ଯୋଗାଇବା, ରାମନାଗୁଡା ପୋଲିସ ତିନି ଜଣ ଆଦିବାସୀଙ୍କୁ ମିଥ୍ୟା କେସ କରି ଜେଲ ହାଜତକୁ ପଠାଇ ଦିଆଯାଇଛି ତୁରନ୍ତ ତାଙ୍କୁ ଖଲାସ କରିବା, ଏସ ଟି ଓ ଏସ୍ ସି ମାନଙ୍କୁ ସଂରକ୍ଷଣ କାଟିବା ବନ୍ଦ କରିବା, ଜଙ୍ଗଲ ଜମି ଓ ସିଲିଂ ବହିର୍ଭୁତ ଜମି ବଣ୍ଟନ କରିବା, ଆନ୍ଧ୍ର ପ୍ରଦେଶ ର ଜମିଦାର ବେ ଆଇନ ଜମି ରେଜିଷ୍ଟ୍ରେସନ ବାତିଲ କରିବା, ଗ୍ରାମୀଣ କ୍ଷେତ ମୁଲିଆ ମାନଙ୍କୁ ଶିକ୍ଷା ଏବଂ ସ୍ୱାସ୍ଥ୍ୟର ଅଧିକାର ଯୋଗାଇ ଦେବା, ସମସ୍ତ ଅବସରପ୍ରାପ୍ତ ଶ୍ରମିକ, ବୃଦ୍ଧ ଏବଂ ଭିନ୍ନକ୍ଷମଙ୍କୁ ମାସିକ ୫୦୦୦ ଟଙ୍କା ପେନସେନ ଯୋଗାଇବା, ପ୍ରକୃତ କୃଷକଙ୍କୁ ଚାଷ ପାଇଁ ଜମି ଯୋଗାଇବା, କେନ୍ଦ୍ର ଏବଂ ରାଜ୍ୟ ସରକାରମାନେ SC / ST ଉପ-ଯୋଜନା କାର୍ଯ୍ୟକାରୀ କରିବାକୁ ଆଇନ ଆଣିବା ଓ କେନ୍ଦ୍ରୀୟ ବଜେଟରେ ଏସସି / ଏସଟି ବିକାଶ ଏବଂ କଲ୍ୟାଣ ଯୋଜନା ପାଇଁ ପରିମାଣ ବୃଦ୍ଧି କରିବା, ଖାଦ୍ୟ ଅଧିକାର ଆଇନରେ ଚାଉଳ, ଗହମ ସହିତ,ଡାଲି, ତେଲ ଏବଂ ମସଲା ଯୋଗାଇବା, ପେସା ଆକ୍ଟକୁ କଡାକଡି ଭାବେ କାର୍ଯ୍ୟକାରୀ କରିବା ଓ ଗରିବ ଲୋକ ମାନଙ୍କ ଉପରେ ଆକ୍ରମଣ, ହତ୍ୟା ଏବଂ ବଳାତ୍କାରକୁ ବନ୍ଦ କରିବା, ମାଇକ୍ରୋ ଫାଇନାନ୍ସ କମ୍ପାନୀ ଗୁଡିକର ଅତ୍ୟାଚାର ଏବଂ ଲୁଟ୍ ରୋକିବା ପାଇଁ ଏକ ଆଇନ ପ୍ରସ୍ତୁତ କରିବା ଦାବି ପତ୍ର ରେ ଉଲ୍ଲେଖ ଥିଲା । ଉକ୍ତ କାର୍ଯ୍ୟକ୍ରମକୁ ଶରତ ଚନ୍ଦ୍ର ତ୍ରିପାଠୀ,କୈଳାସ ଶବର, ପ୍ରାସ୍କା ରାମଚନ୍ଦ୍ର , ଅନାସିମ ଶବର, ବୃନ୍ଦାବନ ଗୁନା, ଛବି ଲାଲ ହିହାଲ, ରାଜେନ୍ଦ୍ର ମାଝୀ, ଆଛାନା ମଣ୍ଡାଙ୍ଗି, ବନ ହୁଇକା, କାଣିକା ପାଣ୍ଡୁ, ନାଗ ରାଜୁ, ସୁଦଂର ମଣି ମିଣିଆକା, ପ୍ରକାଶ ମାଝୀ, କୃଷ୍ଣ ପାଲାକା ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.