ଚିକିଟି ମଦ ମୃତ୍ୟୁପରେ ନିଦ ଭାଙ୍ଗିଲା ଅବକାରୀ ବିଭାଗର……!

ବିଭିନ୍ନ ସ୍ଥାନରେ ଚଢ଼ାଉ ପୋଚ ନଷ୍ଟ….
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର କୋଣ ଅନୁକଣ ରେ ଚୋରା ଦେଶୀ ମଦ ଦୀର୍ଘ ଦିନ ହେଲା ରନ୍ଧା ଚାଲିଛି। ଏନେଇ ଗଣମାଧ୍ୟମ ରେ ଗଞ୍ଜାମ ଜିଲ୍ଲାରେ ମଦ ମୃତ୍ୟୁ ହେବା ନେଇ ରୀତିମତ ଖବର ପ୍ରକାଶ ହେଉଥିଲେ ବି ଅବକାରୀ ବିଭାଗ ର ଆଶୀର୍ବାଦ ରେ ଏହା ଚାଲିଥିବା ଯୋଗୁଁ ଚଢ଼ାଉ ହେଉନଥିବା ଚର୍ଚ୍ଚା ହୋଇ ଆସୁଥିଲା। ଗଞ୍ଜାମ ଜିଲ୍ଲାର ଅଧିକାଂଶ ଦେଶୀ ମଦ ଭାଟିରେ ପ୍ରସ୍ତୁତ ହେଉଥିବା ପୋଚ ରେ ଇଷ୍ଟ, ୟୁରିଆ ଓ ବିଭିନ୍ନ ରାସାୟନିକ ପଦାର୍ଥ ବ୍ୟବହାର ହେଉଥିବା ଅଭିଯୋଗ ହୋଇ ଆସୁଛି। ହେଲେ ଚଢ଼ାଉ ହେବାର ପୂର୍ବ ସୂଚନା ଦେଇ ବାବୁ ମନେ ମଦ ଜବତ କରିବାକୁ ଯିବା ବେଳେ ମାଫିଆ ମାନେ ଫେରାର ହେବା ଓ କେବଳ ପୋଚ ନଷ୍ଟ କରିବାର ସାର ହେଉଥିବା ଆଲୋଚନା ହେଉଛି। ମିଡ଼ିଆ ଆଗରେ ବାଃ ବାଃ ନେବାକୁ ବାବୁ ମାନେ ବିଭିନ୍ନ ଢଙ୍ଗ ରେ ଫୋଟ ପୋଜ ଦେଇ ଆମେ ହଜାର ହଜାର ଲିଟର ପୋଚ ନଷ୍ଟ କରିଲୁ ବୋଲି ସଫେଇ ଦେବାର ନଜିର ରହିଛି।

ନଷ୍ଟ କରୁଥିବା ପୋଚ କେବେବି ଲାବ୍ରୋଟେରୀ ରେ ଟେଷ୍ଟିଙ୍ଗ ପାଇଁ ପଠା ଯାଉନାହିଁ ଯାହା ଫଳରେ ଏଥିରେ କେତେ ପରିମାଣର ବିଷାକ୍ତ ଅଛି ପର୍ଦାଫାଶ ହୋଇ ପାରନ୍ତା ବୋଲି ଚର୍ଚ୍ଚା ହେଉଛି। ଜିଲ୍ଲାରେ ମଦ ମୃତ୍ୟୁ ପରେ ଯଦି ଏବେ ଆକ୍ସନ ମୋଡ଼ରେ ଅବକାରୀ ବିଭାଗ ଆସୁଛି। ତାହା ହେଲେ ଏବେ ଯେଉଁ ଯେଉଁ ସ୍ଥାନରେ ଚୋରା ମଦ ଭାଟି ରେ ଏତେ ପରିମାଣ ର ପୋଚ ଆସିଲା କେଉଁ ଠାରୁ ବୋଲି ଚର୍ଚ୍ଚା ହେଲାଣି। ଗଞ୍ଜାମ ଜିଲ୍ଲାରେ ଯେତେ ସବୁ ବେଆଇନ ଚୋରା ମଦ ପ୍ରସ୍ତୁତ ହେଉଛି। ତାହା ବାବୁ ମାନଙ୍କ ଜାଣତ ରେ ହେଉଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ହେଉଛି।ଯେଉଁ ଯେଉଁ ସ୍ଥାନରେ ଚଢ଼ାଉ ବେଳେ ବେଆଇନ ମଦ ଓ ପୋଚ ଜବତ ହେଉଛି, ସେ ଅଞ୍ଚଳର ବାବୁ ମାନଙ୍କ ପ୍ରତି କି ପ୍ରକାର କାର୍ଯ୍ୟାନୁଷ୍ଠାନ ହେବ?। ପ୍ରତି ସପ୍ତାହ ରେ ଯଦି ଅବକାରୀ ବିଭାଗ ଆକ୍ସନ ମୁଡ଼ ରେ ଆସିବ ତାହା ହେଲେ ଏହି ଚୋରା ମଦ କାରବାର ବନ୍ଦ ହୋଇଯିବ। ଜିଲ୍ଲାର ବଡ଼ ବଡ଼ ମାଛ ଉପରେ ଭିଜିଲାନ୍ସ ବିଭାଗ ର ଛାଇ ନପଡିବା ଯୋଗୁଁ ଆଜି ଏଭଳି ମଦ ମୃତ୍ୟୁ ର ବିଭୀଷିକା ଦେଖିବାକୁ ମିଳିଛି।

nis-ad
Leave A Reply

Your email address will not be published.