ଛତ୍ରପୁର : ଗଞ୍ଜାମ କୃଷି ଓ ଉଦ୍ୟାନକୃଷି କ୍ଷେତ୍ର ସକାଶେ ଅନ୍ୟତମ ସମ୍ଭାବ୍ୟ ଜିଲ୍ଲା । କ୍ଲଷ୍ଚର ସ୍ତରୀୟ ଆଳୁଚାଷ କରାଗଲେ କମ୍ ଖର୍ଚ୍ଚ ପରିଚାଳନାରେ ଉତ୍ପାଦକତା ବୃଦ୍ଧି ହୋଇ ପାରିବ ଏବଂ ବଜାରରେ କୃଷକଗଣ ପ୍ରତିଯୋଗିତା ମୂଳକ ଲାଭବାନ ହୋଇ ପାରିବେ । କୃଷକଙ୍କ ଲାଭ ବୃଦ୍ଧି ପାଇଁ ବ୍ୟାପକ ଉତ୍ପାଦନ ଆବଶ୍ୟକତା ରହିଛି । ବାର୍ଷିକ ଯୋଜା ଅନୁସାରେ ରବି ଚାଷ ସକାଶେ 1750 ହେକ୍ଟର ଆଳୁଚାଷ କରିବା ଲକ୍ଷ୍ଯ ରଖାଯାଇଛି । ଜିଲ୍ଲାରେ ଏଯାବତ୍ 2730 ଜଣ ଚାଷୀଙ୍କୁ ଚିହ୍ନଟ କରାଯାଇ 83 ଗୋଟି କ୍ଲଷ୍ଟର କରାଯାଇ 99 ଗୋଟି ସଚେତନତା ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ତତ୍ ସହିତ 8 ଗୋଟି ଉତ୍ପାଦକ କୃଷିଗୋଷ୍ଠଛୀ ନିୟୋଜିତ ରହି ଆଳୁ ଚାଷ କରରିବା ସକାଶେ କାର୍ଯ୍ୟଖସଡା ପ୍ରସ୍ତୁତ ହୋଇଥିବା ଗୁରୁବାର ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ବୈଠକରୁ ଜଣା ପଡିଛି । ଅତିରିକ୍ତ ଜିଲ୍ଲାପାଳ ଡ. ପ୍ରମୋଦ କୁମାର ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିଚ ଏହି ବୈଠକରେ ଉଦ୍ୟାନ ବିଭାଗୀୟ ଉପ ନିର୍ଦ୍ଦେଶକ ଡ. କନ୍ଦ ଜେନା ଜଣାଇ ଥିଲେ ଯେ, ଆଳୁର ଅଭାବ ଦୂର କରିବା ସକାଶେ ପାଗର ଅନୁକୂଳକୁ ଦୃଷ୍ଟିରେ ରଖି ଅଧିକ ଚାଷୀଙ୍କୁ ଆଗ୍ରହ ପ୍ରକାଶ ସକାଶେ ପ୍ରୋତ୍ସାହନ ଯୋଗାଇ ଦିଆଯିବ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପୃଷ୍ଟି ଜଣାଇଥିଲେଯେ, ନଦୀପଠା ବା ନଦୀକୂଳିଆ ଅଞ୍ଚଳ ଆଳୁ ଚାଷ ସକାଶେ ପ୍ରତିକୂଳ ହେବ । ତେଣୁ ସେହି ସ୍ଥାନ ଚିହ୍ନଟ କରାଯାଇ କିମ୍ବା ସରକାରୀ ଜମି ମିନଙ୍କରେ ତିନି ମାସ ଚାଷ ସକାଶେ ଲିଜ୍ ଆକାରରେ ଚାଷୀଙ୍କୁ ଦିଆଯାଇ ଅଧିକ ଚାଷୀଙ୍କୁ ସଂପୃକ୍ତ କରାଗଲେ ଅଧିକ ଆଳୁ ଚାଷ ହେବ । ଚାଷ କାର୍ଯ୍ୟ ନ ହୋଇ ପଡି ରହୁଥିବା ସରାକରୀ ଜମିକୁ ମଧ୍ୟ ଚାଷ କାର୍ଯ୍ୟ ସକାଶେ ଲିଜ୍ ଆକାରରେ ଦିଆ ଯାଇ ଚାଷ କାର୍ଯ୍ୟ କରାଯାଇ ପାରିବ । ଏହି ଦିଗରେ ତହସିଲଦାରଗଣ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ମତ ପ୍ରକାଶ ପାଇଥିଲା । ଜିଲ୍ଲାରେ ଶୀତଳ ଭଣ୍ଡାରର ଆବଶ୍ୟକତା ସକାଶେ ବୈଠକରେ ଆଲୋଚନା ହୋଇଥିଲା । ସରକାରୀ ସ୍ତରରେ ରହିଥିବା ଶୀତଳ ଭଣ୍ଡାର ଗୁଡିକର କ୍ଷମତା , ସ୍ଥିତି ସମ୍ପର୍କରେ ମତାମତ ଗ୍ରହଣ କରାଯାଇଥିଲା । ବେସରକାରୀ ଶୀତଳ ଭମ୍ଡାର ଗୁଡିକର ତାଲିକା ପ୍ରସ୍ତୁତ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପୃଷ୍ଟି ଅବଗତ କରାଇଥିଲେ ।
ବୈଠକରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ରବି ନାରାୟଣ ପଣ୍ଡା, କ୍ଷୁଦ୍ର ଜଳ ସେଚନ ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀ ଲକ୍ଷ୍ମୀକାନ୍ତ ତ୍ରିପାଠୀ, କୃଷି ବିଜ୍ଞାନ କେନ୍ଦ୍ର ମୁଖ୍ୟ ଡ. ସୁଜିତ୍ କେ ନାଥ, ସହକାରୀ ମୃତ୍ତିକ ସଂରକ୍ଷଣ ଅଧିକାରୀ ମୋନାଲିସା ହୋତା ପ୍ରମୁଖ ସଂପୃକ୍ତ ଅଧିକାରୀଗଣ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post