ବ୍ରହ୍ମପୁର ଏମକେସିଜି ମେଡିକାଲରେ ପହଞ୍ଚିଲେ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

ବ୍ରହ୍ମପୁର : ବ୍ରହ୍ମପୁର ଏମକେସିଜି ମେଡିକାଲରେ ପହଞ୍ଚିଲେ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ | ମେଡ଼ିକାଲର ମେଡିସିନ ୱାର୍ଡରେ ପହଞ୍ଚି କିଭଳି ଚାଲିଛି ବିଷାକ୍ତ ମଦ ପିଇ ଅସୁସ୍ଥ ଥିବା ଲୋକଙ୍କ ଚିକିତ୍ସା ସେ ନେଇ ବୁଲି ଦେଖିଥିଲେ । ଅସୁସ୍ଥ ଲୋକଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିବା ସହ କିଭଳି ବିଷାକ୍ତ ମଦ ପିଇଥିଲେ ସେ ନେଇ ମଧ୍ୟ ଅସୁସ୍ଥ ଲୋକଙ୍କୁ ପଚାରିଥିଲେ । ବିଷାକ୍ତ ମଦ ମୃତ୍ୟୁ ଘଟଣାରେ ସରକାର କଡ଼ା ପଦକ୍ଷେପ ନେଇଛନ୍ତି । ତିନି ଜଣ ବିଭାଗୀୟ ଅଧିକାରୀଙ୍କୁ ବଦଳି କରାଯାଇଛି ।‌ ଏହାସହ ଯେଉଁ ସ୍ଥାନମାନଙ୍କରେ ଏଭଳି ଚୋରା ମଦ କାରବାର ହେଉଛି ତାହାକୁ ରୋକିବା ନିମନ୍ତେ ସରକାର ସମସ୍ତ ପ୍ରକରର ପଦକ୍ଷେପ ନେଉଛନ୍ତି । ସେହିପରି ଯେଉଁ ମାନେ ଏଭଳି ବିଷାକ୍ତ ମଦ ବିକ୍ରି କରୁଛନ୍ତି ସେମାନଙ୍କ ବିରୁଦ୍ଧରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଅବକାରୀ ମନ୍ତ୍ରୀ ।

ସେପଟେ ଯେଉଁ ଦିନ ମଦ ପିଇ ଅସୁସ୍ଥ ହୋଇଥିଲେ ସେହିଦିନ ରାତି ୪ଟା ପର୍ଯ୍ୟନ୍ତ ଏମକେସିଜି ମେଡିକାଲରେ ରହି ଅସୁସ୍ଥ ମାନେ କିଭଳି ଉତ୍ତମ ମାନର ଚିକିତ୍ସା ସେବା ପାଇପାରିବେ ସେ ନେଇ ବ୍ୟବସ୍ଥା କରିଥିଲି । ଆମ ସରକାର ମଦ ମୃତ୍ୟୁକୁ ନେଇ କଡ଼ା ପଦକ୍ଷେପ ନେଉଥିବା ବେଳେ ବିଜେଡ଼ି ନେତାଙ୍କ ପ୍ରରୋଚନାରେ ଏଭଳି ବିଷାକ୍ତ ମଦ ବିକ୍ରି ଚାଲିଥିଲା । ତେଣୁ ଏଥିରେ ମୋର ସମ୍ପୃକ୍ତି ନାହିଁ । ଯଦି ତଦନ୍ତରେ ଜଣାପଡ଼େ ମୋର ସମ୍ପୃକ୍ତି ରହିଛି ତେବେ ମୋ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି କହିଛନ୍ତି ଚିକିଟି ବିଧାୟକ ।

nis-ad
Leave A Reply

Your email address will not be published.