ଫୁଲବାଣୀ: ଓଡିଶା ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି କର୍ମଚାରୀ ସମନ୍ନୟ ପରିଷଦ,କନ୍ଧମାଳ ଶାଖା ଆନୁକୁଲ୍ୟରେ ଏକ ଜିଲ୍ଲା ସ୍ତରୀୟ ବୈଠକ ସ୍ଥାନୀୟ ବନାନୀ କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ଜିଲ୍ଲା ସଭାପତି ସୁଜନ ବେହେରାଙ୍କ ସଭାପତିତ୍ବରେ ସଭା କାର୍ଯ୍ୟ ପରିଚାଳିତ ହୋଇଥିଲା। ଉକ୍ତ ପରିଷଦ ର, କାର୍ଯକାରୀ ସଭାପତି ସୁର ପ୍ରାସାଦ ନାୟକ, ରାଜ୍ଯ ସଂଯୋଜକ ଭ୍ରମର ବେହେରା, ସମ୍ପାଦକ କୈଳାସ ଚନ୍ଦ୍ର କହଁର, ଅତିରିକ୍ତ ସହ ସମ୍ପାଦକ ଦିଲୀପ କୁମାର ଦିଗାଲ ଓ ସଙ୍ଗଠନ ସମ୍ପାଦକ ବବିତାରାନୀ ସାହାଣୀ ଉପସ୍ଥିତ ରହି ସଙ୍ଗଠନ କିପରି ମଜଭୂତ ଭାବରେ କାର୍ଯ୍ୟକରିବ ସେ ବିଷୟରେ ନିଜ ନିଜର ମତ ରଖିଥିଲେ। ଉକ୍ତ ବୈଠକରେ ଅଂଶ ଗ୍ରହଣ କରି ବରିଷ୍ଠ ଆଇନୀ ଜିବି ସତ୍ୟ ନାରାୟଣ ବେହେରା ଙ୍କ ସହିତ ସଂଗଠନର ସକ୍ରିୟ ସଦସ୍ୟ ଏବଂ ସଦସ୍ୟା ତଥା ଜସ୍ମୀନ କହଁର, ସୁକାନ୍ତ ବେହେରା , ମହାଦେବ ସେଠୀ, ସନ୍ତୋଷ ଦିଗାଲ,ଜୟନ୍ତୀ ଦିଗାଲ, ରଘୁନାଥ କହଁର, ମିନେସୋର୍ ମାନସେଠ୍, ଜିତେନ୍ଦ୍ର ନାୟକ, ବିଷ୍ଣୁ ଚରଣ ମଲ୍ଲିକ,ବୀରେନ୍ଦ୍ର ଦିଗାଲ, ଲଲାଟେନ୍ଦୁ ନାୟକ, ଜଗଦୀଶ ନାୟକ, କାମରାଜ ଦିଗାଲ, ପ୍ରଦୀପ ମଲ୍ଲିକ, ଗୋବିନ୍ଦ ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ରହି ପରିଷଦ ଗଠନ ଓ ଏହାର ଆବ୍ୟକତା ପ୍ରସଙ୍ଗ ନେଇ ନିଜ ନିଜର ମତ ପ୍ରକାଶ କରିବା ସଙ୍ଗେ ସଙ୍ଗେ ଆଗାମୀ କାର୍ଯ୍ୟପନ୍ଥା ଉପରେ ବିଶଦ ଭାବରେ ଆଲୋଚନା କରିଥିଲେ ଏବଂ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ସରକାରୀ କର୍ମଚାରୀଙ୍କ ମୌଳିକ ଅଧିକାର, ପ୍ରତ୍ୟକ ବିଭାଗରେ କାର୍ଯ୍ୟରତ କର୍ମଚାରୀ ଙ୍କ ଉପରେ ଉପର ଅଧିକାରୀ ଙ୍କ ଖମାଖିଆଲ ନୀତି, ସରକାରଙ୍କ ନିୟମକୁ ଉଲଘଂନ କରି ପଦୋନ୍ନତି , ଶୋଷଣ ଇତ୍ୟାଦିକୁ ସଂଘ ତରଫରୁ ଦୃଢ ପ୍ରତିରୋଧ କରାଯିବାକୁ ପ୍ରକାଶ ପାଇଥିଲା l ଶେଷରେ ପରିଷଦର କାର୍ଯ୍ୟକାରୀ ସଭାପତି ସୁର ପ୍ରାସାଦ ନାୟକ ଧନ୍ୟବାଦ୍ ଅର୍ପଣ କରି ସଭା କାର୍ଯ୍ଯକୁ ସମାପନ କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.
Prev Post