ଚିକିଟୀରେ ମଦମୃତ୍ୟୁକୁ ନେଇ ଆନ୍ଦୋଳନ ସହ ରାଜରାସ୍ତାରେ ଗ୍ରାମବାସୀ

ଚିକିଟୀ : ସ୍ଥାନୀୟ କେ. ନୂଆଗାଁ ଅନ୍ତର୍ଗତ ଅବକାରୀ ଥାନା ଅଧୀନରେ ବିଷାକ୍ତ ମଦ ପିଇ ପଚିଶରୁ ଅଧିକ ବ୍ୟକ୍ତି ଗୁରୁତର l ସୂଚନା ମୁତାବକ ଏହି ଥାନା ଇଲାକରେ ଦୀର୍ଘ ଦିନ ହେଲା ନକଲି ମଦ ବିକ୍ରି ହୋଇ ଆସୁଥିବା ବେଳେ ବାରମ୍ବାର ଅବକାରୀ ବିଭାଗ ଧର ପଗଡ଼ କରିଆସୁଥିଲେ ମଧ୍ୟ ମଦ ମାଫିଆଙ୍କ ନକଲି ମଦର ବିକ୍ରି ବଢ଼ିବାରେ ଲାଗିଛି l ଗତ ଦୁଇ ଦିନ ତଳେ ଅର୍ଥାତ ସୋମବାର ସନ୍ଧ୍ୟlରେ ଚିକିଟୀ ପେଣ୍ଠ ର ଜେନାପୁର ଓ କାରବାଲୁଆର ପ୍ରାୟ ପଚିଶୀ ରୁ ଅଧିକ ବ୍ୟକ୍ତି ମlଉନ୍ଦପୁର ମଦ ପିଇବାକୁ ଯାଇ ଅସୁସ୍ଥ ହୋଇ ପଡ଼ିଥିଲେ l ପରିବାର ଲୋକେଅସୁସ୍ଥ ଅବସ୍ଥା ଦେଖି ସ୍ଥାନୀୟ ମେଡିକାଲ କୁ ଆଣିଥିଲେ। ଡାକ୍ତର ପ୍ରାଥମିକ ଚିକତ୍ସା ପରେ ଗୁରତ୍ତର ଭାବେ ଅସୁସ୍ଥ ହୋଇଥିବା ବ୍ୟକ୍ତି ମାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ଉତ୍ତମ ଚିକତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଉଥିଲା। ସେମାନଙ୍କ ମଧ୍ୟରୁ ଚାରୀ ଜଣ ଅତି ଗୁରୁତ୍ତର ଅବସ୍ଥାରେ ଜରୁରୀ କାଳୀନ ବିଭାଗ ରେ ଥିବା ବେଳେ ଗତ କାଲି ଅର୍ଥାତ ମଙ୍ଗଳ ବାର ମଧ୍ୟ ରାତ୍ରିରେ ଜଣଙ୍କର ମୃତୁ ଘଟିଛି l ଆଜି ମୃତକଙ୍କ ଶବ ଆସିବା ପରେ ସ୍ଥାନୀୟ ଜେନାପୁର ବାସି ଶବକୁ ଚିକିଟୀ ପେଣ୍ଠର ମେଇନ ରୋଡ଼ ଉପରେ ରଖି କ୍ଷତି ପୂରଣ ସକାଶେ ଟାୟାର ଜାଳି ଆନ୍ଦୋଳନ ସହ ରାସ୍ତାରୋକ କରିଥିଲେ l ଘଟଣା ସ୍ଥଳରେ ପ୍ରଶାସନିକ ଅଧିକାରୀ ଓ ଅତରିକ୍ତ ଏସପି, ସ୍ଥାନୀୟ ତହସିଲଦାର, ବିଡିଓ, ଏସଡିପିଅ,କାର୍ଯ୍ୟନିର୍ବାହୀ ଅଧିକାରୀ, କେ.ନୂଆଗାଁ ଥାନା ଅଧିକାରୀ ଏବଂ ଜରଡ଼ା ଥାନା ଅଧିକାରୀ ମାନେପ୍ରମୁଖ ୩ ଘଣ୍ଟାରୁ ଅଧିକ ସମୟ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ଶବ କୁ ଦାହ କରିବା ନିମନ୍ତେ ପଠାଇଥିଲେ l ସୂଚନା ମୁତାବକ ମୃତକ ଜୁର ବେହେରା ଙ୍କ ପରିବାରକୁ ରେଡ଼କ୍ରସ ର ତିରିଶି ହଜାର ସହାୟତା ରାଶି ପ୍ରଦାନ କରିବା ସହ ଅତିଶୀଘ୍ର ପ୍ରଶାସନିକ ରାଶି ପ୍ରଦାନ କରାଯିବ ବୋଲି କହିଥିଲେ। ସେହିପରି ଭାବେ ବିଜେଡି ବିଧାୟକ ଶ୍ରୀରୂପ ଦେବ ଏକ ସାମ୍ବାଦିକ ସମ୍ମିଳନୀରେ କୁଆଡେ ଗଲା ରାଜ୍ୟ ସରକାରଙ୍କ ମଦମୁକ୍ତ ଓଡ଼ିଶା କହିବା ସହ ପିଡୀତା ପରିବାର ବର୍ଗଙ୍କୁ ରାଜ୍ୟ ସରକାର ତରଫରୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ଦାବୀ ଜଣାଇବା ସହିତ ଆଗାମୀ ଦିନରେ ପରିବାର ବର୍ଗଙ୍କ ଦୁଃଖରେ ସାମିଲ ରହିବା ପାଇଁ ଆଶ୍ୱାସନା ଦେଇଥିଲେ।ପରେ ପରେ ଜେନାପୁର ଗ୍ରାମରେ ପହଞ୍ଚି ମୂର୍ତ୍ୟୁ ବରଣ କରିଥିବା ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ଏକ ଲକ୍ଷ ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରିଛନ୍ତି ଶ୍ରୀରୂପ ଦେବ।ସୂଚନା ମୁତାବକ ମଙ୍ଗଳବାର ମଧ୍ୟରାତ୍ରରେ ଜେନାପୁର ଗ୍ରାମର ଯୁର ବେହେରା(୬୦) ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବୁଧବାର ଦିନ ସେହି ଗ୍ରାମର ଲୋକନାଥ ବେହେରା(୩୪)ର ମୂର୍ତ୍ୟୁ ହୋଇଥିବା ଜଣାପଡିଛି।

nis-ad
Leave A Reply

Your email address will not be published.