ନିଃସର୍ତ୍ତ କଥା ସତ ହେଲା ମଦ ମୃତ୍ୟୁ ର ତାଣ୍ଡବ ଗଞ୍ଜାମ ରେ ପୁଣି ଦେଖିବାକୁ ମିଳିବ ବୋଲି ପୂର୍ବରୁ ଲେଖି ଥିଲା…..!
ବ୍ରହ୍ମପୁର: ୨୧ -୮ଗଞ୍ଜାମ ଜିଲ୍ଲାରେ କିଛି ଦେଶୀ ମଦ ଭାଟିରେ ମଦ ପ୍ରସ୍ତୁତି ବେଳେ ୟୁରିଆ, ଇଷ୍ଟ ଓ ଗୁଡ଼ ମିଶ୍ରଣ କରୁଥିବା ସମ୍ପର୍କ ରେ ନିସର୍ତ୍ତ ରେ ରୀତିମତ ଖବର ପ୍ରକାଶ କରି ଆସିଛି ।ହେଲେ ତାହାର ନଗ୍ନ ନମୁନା ଚିକିଟି ଅଞ୍ଚଳ ର କର ବାଳୁଆ ଓ ଜେନାପୁର ନିକଟସ୍ଥ ମାଉନ୍ଦପୁର ଗ୍ରାମରେ ବିଷାକ୍ତ ଦେଶୀ ମଦ ଖାଇ ୨୦ ରୁ ଉର୍ଦ୍ଧ ବ୍ୟକ୍ତି ଗୁରୁତର ହେବା ସହ ଆଜି ଜଣେ ମୃତ୍ୟୁ ବରଣ କରିଛନ୍ତି ମୃତକ ଜଣକ ହେଲେ ବ୍ରହ୍ମପୁର ବଡ଼ ମେଡିକାଲ icu ରେ ଗୁରୁତର ଭାବେ ଚିକିତ୍ସିତ ହେଉଥିବା ଯୁର ବେହେରା । ଗତକାଲି ମଧ୍ୟରାତ୍ର ହୋଇଛି ମୃତ୍ୟୁ।
ଫୋନ କରି ସୂଚନା ଦେଲେ ମୃତକଙ୍କ ସାନପୁଅ ଶିବ
ବେହେରା। ମୃତକ ଜଣକ ହେଲେ ଚିକିଟି ଜେନାପୁର ବାସିନ୍ଦା। ଗଞ୍ଜାମ ଜିଲ୍ଲାରେ ଦୀର୍ଘ ବର୍ଷ ହେଲା ଅବକାରୀ ବିଭାଗ ର ଆଶୀର୍ବାଦ ରେ ବହୁ ଦେଶୀ ମଦ ଭାଟି ପରିଚାଳିତ ହେଉଥିବା ନେଇ ଚର୍ଚ୍ଚା ହୋଇ ଆସୁଛି। ମଦ ଭାଟିର ପୋଚ କେବେବି ଲାବ୍ରୋଟେରୀ ରେ ଯାଞ୍ଜ ହେଉନାହିଁ। ଉକ୍ତ ପୋଚ ପ୍ରସ୍ତୁତି ବେଳେ କୁଆଡ଼େ ୟୁରିଆ, ଇଷ୍ଟ ଓ ଗୁଡ଼ ବ୍ୟବହାର କରି ସ୍ୱଳ୍ପ ସମୟ ମଧ୍ୟରେ ପୋଚ ପ୍ରସ୍ତୁତ କରି ମଦ ତିଆରି କରୁଥିବା ଚର୍ଚ୍ଚା ହେଉଛି। ଗଞ୍ଜାମ ଜିଲ୍ଲାରେ ଚୋରା ବାଲି କେଳେଙ୍କାରୀ ପରେ ଏବେ ଚିକିଟି ରେ ବିଷାକ୍ତ ମଦ ପ୍ରସ୍ତୁତି ର ନଗ୍ନ ନମୁନା ଦେଖିବାକୁ ମିଳିଛି। ଗଞ୍ଜାମ ଜିଲ୍ଲାରେ ଦୀର୍ଘ ବର୍ଷ ହେଲା ଅବକାରୀ ବାବୁ ମାନେ ରହିବା ଫକରେ ବେଆଇନ ଭାବେ ଚୋରା ମଦ କାରବାର ବୃଦ୍ଧି ହୋଇଥିବା ଆଲୋଚନା ହେଉଛି। ଭୁବନେଶ୍ୱର ରେ ବସି ବୟାନବାଜୀ କରିବା ବଦଳେ ରେ ଜିଲ୍ଲାରେ ତଦନ୍ତ କରି ଚଢ଼ାଉ କରିଲେ ଅପମିଶ୍ରଣ ହେଉଥିବା ମଦ ଭାଟିର ଗୁମର ଖୋଲିବ ବୋଲି ଆଲୋଚନା ର ବିଷୟ ହୋଇଛି। ଗଞ୍ଜାମ ଜିଲ୍ଲାରେ ପୁଣି ମଦ ମୃତ୍ୟୁ ର ବିଭୀଷିକା ଆଜି ଦେଖିବାକୁ ମିଳିଛି । ଅପମିଶ୍ରଣ ର ଗନ୍ତାଘର ବର୍ତ୍ତମାନ ଗଞ୍ଜାମ ଜିଲ୍ଲା କହିଲେ କିଛିବି ଭୁଲ ହେବ ନାହିଁ l ବିଷାକ୍ତ ମଦ ମୃତ୍ୟୁ ର ବିଭୀଷିକା ଆଖିରୁ ଲିଭିନି ପୁଣି ଇତିହାସ ଦୋହରାଇବାକୁ ଯାଉଛି ଗଞ୍ଜାମ ଜିଲ୍ଲା ତଥାପି ପ୍ରଶାସନ ଚୁପ ଚାଲିଛି ଘଟଣା କୁ ଘଣ୍ଟ ଘୋଡାଇବାକୁ ଉଦ୍ୟମ..! ଏଠାକାର ଜିଲ୍ଲା ପ୍ରଶାସନ ଓ ଅବକାରୀ ବିଭାଗ ବାବୁ ମାନେ ଜଣେ ଜଣେ କୁବେର ମଦମାଫିଆ ଓ ବାଲି ମାଫିଆ ମାନଙ୍କୁ ସାହାରା ଦେଇ ନିରୀହ ଲୋକୋ ମାନଙ୍କ ଜୀଵନ ସହିତ ଖେଳୁଛନ୍ତି ପ୍ରଶାସନ ଓ ନେତା l ବିଷାକ୍ତ ମଦ ଘଟଣା ପରେ ଧର୍ମକୁ ଆଖି ଠାର ନୀତି ରେ ଚଢ଼ାଉ ଏବଂ ମାଫିଆ କୁ ଗିରଫ କେବଳ ଲୋକ ଦେଖାଣିଆ l ଅବକାରୀ ମନ୍ତ୍ରୀ ଙ୍କ ମନ୍ତବ୍ୟ ମଦ ମାଫିଆ ଙ୍କୁ ଛଡା ଯିବ ନାହିଁ ଘଟଣା ପୂର୍ବରୁ କଣ ସରକାର ଜାଣି ନଥିଲେ ଜିଲ୍ଲା ରେ ବିଷାକ୍ତ ମଦ ପ୍ରସ୍ତୁତି ହେଉଛି ବୋଲି..? ପ୍ରଥମେ ସରକାର ଓ ରାଜ୍ୟ ପ୍ରଶାସନ ଏହି ସରକାରୀ ମାଫିଆ ମାନଙ୍କୁ ଧରନ୍ତୁ ତେବେ ଯାଇ କିଛି ପରିବର୍ତ୍ତନ ହୋଇ ପାରେ ବୋଲି ଜିଲ୍ଲାର ବୁଦ୍ଧିଜୀବୀ ଓ ସାଧାରଣ ସ୍ୱର ଉଠଉଛନ୍ତି l ପ୍ରକୃତ ଦୋଷୀ ହେଉଛନ୍ତି ଜିଲ୍ଲାର ନେତା, ମନ୍ତ୍ରୀ ଓ ପ୍ରଶାସନ ଏମାନଙ୍କ ଗେଲ୍ଲା ପୁଅ ହେଉଛନ୍ତି ମଦ ମାଫିଆ, ବାଲି ମାଫିଆ ଓ ଜମି ମାଫିଆ ବୋଲି ଅଭିଯୋଗ ହେଲାଣି l