ଫୁଲବାଣୀ : ଫୁଲବାଣୀ ଜିଲ୍ଲା ଦୌରାଜଜ୍ କୋର୍ଟ ବିଚାରପତି ସତ୍ୟପିର ମିଶ୍ର ଏକ ହତ୍ୟା ମାମଲାର ବିଚାରଣା କରି ଘଟଣାର ୧୨ ଜଣଙ୍କ ସାକ୍ଷୀ ପ୍ରମାଣ ଆଧାରରେ ମାମାଲାର ଅଭିଯୁକ୍ତ କର୍ଣ୍ଣ ବିନ୍ଧାଣୀକୁ ଆଇ ପି ସି ୩୦୪(ଖ ) ଧାରା ଅନୁସାରେ ଦୋଷୀ ସାବ୍ୟସ୍ତ କରି ୫ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୫ ହଜାର ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି I ଜରିମାନା ଅନାଦେୟ ଅଭିଯୁକ୍ତକୁ ଆଉ ୩ ମାସ ଅଧୂକ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି ବିଚାରପତି ନିଜ ରାୟରେ ପ୍ରକାଶ କରିଛନ୍ତି । ସରକାରଙ୍କ ପକ୍ଷରୁ ମାମଲାକୁ ଜିଲ୍ଲା କୋର୍ଟର ପିପି ରଶ୍ମୀତା ମହାପାତ୍ର ପରିଚାଳନା କରିଥିଲେ । ପ୍ରାପ୍ତ ସୂଚନା ମୁତାବକ ଅଭିଯୁକ୍ତ କର୍ଣ୍ଣ ବିନ୍ଧାଣୀ ଫିରିଙ୍ଗିଆ ଥାନା ଅନ୍ତର୍ଗତ ଡିମିରି ଗୁଡା ଗ୍ରାମର ମୃତକ ନରେନ୍ଦ୍ର ବିନ୍ଧାଣୀ (ଭାଇ ) ମଧ୍ୟ ସେହି ଗ୍ରାମର ଥିଲେ । ମୃତକ ଘର ବାରଣ୍ଡାରେ ଶୋଇଥିବା ବେଳେ ଆସି ଟାଙ୍ଗିଆରେ ମୁଣ୍ଡକୁ ହାଣିଥିଲା l ଆଗରୁ ଦୁଇ ଜଣଙ୍କ ମଧ୍ୟରେ ବଚସା ହୋଇଥିଲା l ସେହି ବଚସାକୁ କେନ୍ଦ୍ର କରି ଏପରି ଘଟଣା ଘଟିଥିଲା l ମୃତକଙ୍କ ପୁଅ ଓ ସ୍ତ୍ରୀ ଏହି ଘଟଣାର ପ୍ରତ୍ୟକ୍ଷଦର୍ଶି ଥିଲେ l ଏହାପରେ ମୃତକଙ୍କ ପୁଅ ଫିରିଙ୍ଗିଆ ଥାନାରେ ଏତଲା ଦେଇଥିଲେ l ଏତଲା ପ୍ରକାରେ ଥାନା କେଶ ନମ୍ବର ୯୧/୨୩ ରେ ମାମଲା ରଜୁ କରି ଅଭିଯୁକ୍ତ କର୍ଣ୍ଣ ବିନ୍ଧାଣୀକୁ କୋର୍ଟରେ ହାଜର କରାଇଥିଲା । ସେହି ମାମଲା ବିଚାରଣ କରି ବିଚାରପତି ଉପରୋକୁ ରାୟ ଶୁଣାଇଛନ୍ତି।
Sign in
Sign in
Recover your password.
A password will be e-mailed to you.