ବଳଦକୁ ବଞ୍ଚାଇବାକୁ ଯାଇ, ଅଳ୍ପକେ ବର୍ତ୍ତିଲେ କାର ଚାଳକ !

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ରାଏବଗା ଥାନା ଅନ୍ତର୍ଗତ ପରତାପପୁର ପଞ୍ଚାୟତ ରୁ ଯାଇଥିବା PWD ୨୮ ନମ୍ବର ରାସ୍ତା ଉପରେ ଗୋଟିଏ ବଳଦକୁ ବଞ୍ଚାଇବାକୁ ଯାଇ କାର ଚାଳକ ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚିଥିବା ଜଣାପଡିଛି | ସୂଚନା ଅନୁଯାଇ ଏହି ସେଣ୍ଟ୍ର କାର ବୀରମିତ୍ରପୁର ପଟୁ ରାଏବଗା ଅଭିମୁଖେ ଆସୁଥିବା ବେଳେ ଅଚାନକ ଗୋଟିଏ ବଳଦ ରାସ୍ତା ଉପରେ ଦୌଡି ଥିବାରୁ ବଞ୍ଚାଇବାକୁ ଯାଇ ଦୁର୍ଘଟଣା ଘଟିଥିଲା | କାର ନମ୍ବର OR 14 M 6663 ଚାଳକ ଫିଲ୍ୟାନ କୂଜୁର ବାଲି ଜଣା ପଡ଼ିଛି | ସ୍ଥାନୀୟ ଲୋକଙ୍କ ସହାୟତାରେ ଓ ରାଏବଗା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସଙ୍ଗେ ସଙ୍ଗେ ବୀରମିତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ |

nis-ad
Leave A Reply

Your email address will not be published.