ଦୋଷ କାହାର, ଦଣ୍ଡ ଭୋଗୁଛି କିଏ ! ଅଧାବର୍ଷ ହେଲା ନାମଲେଖାରୁ ବଞ୍ଚିତ ୬୦ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ…..

ଆସିକା : ଗଞ୍ଜାମ ଜିଲ୍ଲାର ଆସିକା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ବାବନପୁର କ୍ଳଷ୍ଟରର ସୁଗାରଇଣ୍ଡଷ୍ଟ୍ରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଧୀନରେ ଥିବା ଚିନିଶିଳ୍ପ ନୂଆଗାଁ ବିଦ୍ୟାଳୟରେ ଅଜବ ନୀତି l ଦୋଷ କଲା କିଏ , ଦଣ୍ଡ ଭୋଗୁଛି ଆଉ କିଏ ! ଗତ ୨୦୨୨ ମସିହାରେ ଅପଗ୍ରେଡ଼ ନହୋଇ ବନ୍ଦ ହେଲା ସ୍କୁଲ l ଏହି ବିଦ୍ୟାଳୟ ରେ ପାଠ ପଢ଼ୁଥିବା ୬୫ ଛାତ୍ର ଛାତ୍ରୀଙ୍କ ଭବିଷ୍ୟ ଅନ୍ଧାରରେ l
ସାମୁହିକ ଦୂର ଦୃଷ୍ଟି ଅଭାବରୁ କୋମଳମତି ଶିଶୁ ମାନଙ୍କ ଭବିଷ୍ୟତ ସହ ଖେଳ ଖେଳା ଯାଉଛି l ସମବାୟ ନଗରୀ ରୂପେ ପରିଚିତ ଆସିକା ଚିନି କାରଖାନା ପରିସର ମଧ୍ୟରେ ୧୯୮୨ ମସିହାରୁ ଆରମ୍ଭ ହୋଇ ଅଦ୍ୟବଧି ଚାଲୁଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଟି ଚଳିତ ଶିକ୍ଷାବର୍ଷ ରେ ବନ୍ଦ ହୋଇଗଲା l ପ୍ରକାଶ ଥାଉକି ଗତ ୨୦୨୨ ମସିହାରେ ସେତବେଳର ଉକ୍ତ ସ୍କୁଲ ର ପ୍ରଧାନଶିକ୍ଷକ ରୁଷି ନାୟୁଡୁ ଙ୍କ ଅକାଳ ବିୟୋଗ ହେତୁ ବ୍ଲକ ଗ୍ରାଣ୍ଟ ହୋଇଥିଲେ ମଧ୍ୟ ପିଲାମାନଙ୍କ ସୁଭିଧା ନିମନ୍ତେ ଆସିକା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ର ଅଧିକାରୀ ଦୁଇ ଜଣ ଶିକ୍ଷୟତ୍ରୀ ଗାୟତ୍ରୀ ତ୍ରିପାଠୀ ଏବଂ ଶୁଭଶ୍ରୀ ତରାଇଙ୍କୁ ଡେପୁ୍ଟେସନରେ ଏହି ବିଦ୍ୟାଳୟରେ ଅଣାଯାଇ ପାଠପଢା ଚାଲୁ ରହିଥିଲା l ଏହି ବିଦ୍ୟାଳୟରେ ଗତ ଶିକ୍ଷାବର୍ଷରେ ମୋଟ ୬୫ ଜଣ ଛାତ୍ରଛାତ୍ରୀ ଅଧୟନ କରୁଥିଲେ l ଗ୍ରୀଷ୍ମ ଛୁଟି ପରେ ବିଦ୍ୟାଳୟ ଖୋଲିଲାବେଳେ ଏହି ସ୍କୁଲ କୁଆଡେ ବାବନପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ମିଶାଇ ଦିଆଯାଇଛି l ଏଠାରେ ପାଠ ପଢ଼ୁଥିବା ୭ମ ଶ୍ରେଣୀ ପିଲାମାନେ ପାସ ହେବା ପରେ ଅଷ୍ଟମ ପାଇଁ ନାମ ନଲେଖାଇ ବସିରହିଛନ୍ତି l ସେହିଭଳି ଷଷ୍ଠ ଶ୍ରେଣୀ ପିଲାମାନେ ଶିକ୍ଷକ ଶିକ୍ଷୟତ୍ରୀ ନଥିବାରୁ ସପ୍ତମରେ ପାଠ ପଢିବା ବନ୍ଦ ରହିଛି l

ବିଦ୍ୟାଳୟ ର ଶିଶୁ ମାନଙ୍କୁ ,ବହି ପୁସ୍ତକ, ଡ୍ରେସ କୋର୍ଡ ,ସାଙ୍ଗକୁ ମଧ୍ୟହ୍ନ୍ନ ଭୋଜନ ଦିଆଯାଉନାହିଁ l ଅପରପକ୍ଷେ ପ୍ରାଥମିକ ବିଦ୍ୟାଳୟ ରେ ପଞ୍ଚମ ପାସ ପିଲାମାନେ ଶିଳ୍ପ ଅଞ୍ଚଳ ରୁ ବାହାରି ୨/୩ କି. ମି ଜାତୀୟ ରାଜପଥ କଡ଼ରେ ଚାଲି ଚାଲି ବାବନପୁର ସ୍କୁକ ରେ ପାଠ ପଢିବାକୁ ଅଭିଭାବକ ମାନେ ମନା କରୁଛନ୍ତି l କିନ୍ତୁ ସମଗ୍ର ଶିକ୍ଷା ନିୟମ ଅନୁସାରେ ଗତ ପରୀକ୍ଷା ପରବର୍ଷ ୟୁ ଡାଇସ ରେ ବିଦ୍ୟାଳୟର ସ୍ଥାନ ପାଇ ନଥିଲା l ସ୍କୁଲ ଦୀର୍ଘ ଦିନ ହେଲା ଶିକ୍ଷକ ନଥିବା ଦେଖାଯାଉଥିଲା l ଏହି ବିଷୟ କ୍ଳଷ୍ଟର, ବିଇଓ, ଡିଇଓ ଏବଂ ଜିଲ୍ଲାପାଳ ଏସବୁ ବିଷୟ ଓପେପା କୁ ଜଣାଇଛନ୍ତି l କିନ୍ତୁ ଓପେପା ନିର୍ଦ୍ଦେଶକ ବିଚାର କଲେ ଏହି ପିଲାମାନଙ୍କ ଭବିଷ୍ୟତ ଉଜ୍ବଳ ହେବ ବୋଲି ବହୁ ଅଭିଭାବକ ଦାବୀ କରିଛନ୍ତି l ବର୍ଷ ର ଅଧା ଦିନ ପାଠ ପଢା ନହୋଇ ବିତିଯାଇଥିଲେ ମଧ୍ୟ ଆଜି ଚିନି ଶିଳ୍ପ ନୁଆଗାଁ ରୁ ଏକ ଛାତ୍ର ଛାତ୍ରୀ , ଅଭିଭାବକ,ଗ୍ରାମବାସୀ,ଏବଂ ଦଳମତ ନିର୍ବିଶେଷରେ କଂଗ୍ରେସ ର ସଂସାଦ ପ୍ରାଥୀ ଦେବକାନ୍ତ ଶର୍ମା, ବିଜେଡି ର ନଚିକେତା ସ୍ୱାଇଁ,ଦିଲ୍ଲୀପ ପାଣିଗ୍ରାହୀ, ଶିବ ନାହାକ, ଆଇନଜିବି ରାଘବ ନାହାକ, ବିଜେପି କହୁଥିବା ଶ୍ରୀନିବାସ ଭଞ୍ଜ, ବିଜୟ ସ୍ୱାଇଁ, ପୂର୍ବତନ ସମିତି ସଭ୍ୟ ସମୀର ବେହେରା, କାଳଷଣ୍ଢ ପୁର ସରପଞ୍ଚ ଜୟନ୍ତୀ ବେହେରା, ସମିତି ସଭ୍ୟା, ଜିଲ୍ଲା ପରିଷଦ ସଦସ୍ୟ ଡି ମନୋଜ କୁମାର ଦୋରା, କମ୍ୟୁନିଷ୍ଟ ନେତା, ବାର ସମ୍ପାଦକ ବିଦେଶୀ ନାହାକ,ସମେତ ଅନେକ ଲୋକ ଏହି ରାଲି ରେ ସାମିଲ ହୋଇଥିଲେ l ଶେଷରେ ଗ୍ରାମବାସୀ ମାନେ ଅନେକ ଯୋଗ ଦେଇଥିଲେ l

nis-ad
Leave A Reply

Your email address will not be published.