ହିନ୍ଦୁଜାଗରଣ ମଞ୍ଚ ପକ୍ଷରୁ ମାଲକାନଗିରି ବନ୍ଦ ଡାକରା…

ମାଲକାନଗିରି : ମାଲକାନଗିରି ଜିଲ୍ଲା ହିନ୍ଦୁ ଜାଗରଣ ମଞ୍ଚ ତରଫରୁ ଆଜି ୨୪ ଘଣ୍ଟିଆ ମାଲକାନଗିରି ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି । ବଙ୍ଗଳାଦେଶ ରେ ହିନ୍ଦୁ ମାନଙ୍କ ଉପରେ ଚାଲିଥିବା ଅତ୍ୟାଚାରକୁ ନେଇ ବନ୍ଦ କରିବା ସହ ମାଲକାନଗିରି ଜିଲ୍ଲାରେ ଥିବା ବାଂଲାଦେଶୀ ତଥା ରୋହିଙ୍ଗା ମୁସଲମାନ ମାନଙ୍କୁ ତୁରନ୍ତ ଚିହ୍ନଟ କରି ବିତାଡିତ କରିବା ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି । ସକାଳ ଛଅଟାରୁ ସନ୍ଧ୍ୟା ଛଅଟା ପର୍ଯ୍ୟନ୍ତ ଜିଲ୍ଲାରେ ଯାନବାହନ ଚଳାଚଳ ବନ୍ଦ ରହିବା ସହ ଦୋକାନ ବଜାର ସ୍କୁଲ କଲେଜ ମଧ୍ୟ ବନ୍ଦ ରହିଛି । କେବଳ ଜରୁରୀ କାଳୀନ ସେବା ଗୁଡିକ ଚାଲୁ ରହିଥିବା ବେଳେ ଅନ୍ୟ ଯାତାୟାତ ପ୍ରାୟ ବନ୍ଦ୍ ରହିଛି। ଏହି ବନ୍ଦ୍ ଯୋଗୁ ବହୁ ଅନ୍ୟରାଜ୍ୟ କୁ ଚଳାଚଳ କରିବାକୁ ଥିବା ଯାନ ବାହନ ରାସ୍ତା କଡ଼ରେ ଛିଡ଼ାହୋଇ ଥିବା ଦେଖିବାକୁ ମିଳିଛି ।

nis-ad
Leave A Reply

Your email address will not be published.