ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ଜଜ ଏକ ଦୁର୍ନୀତି ଓ ଅର୍ଥ ଆତ୍ମସାତ ଅଭିଯୋଗର ବିଚାର କରି ଅଭିଯୁକ୍ତଙ୍କୁ ଚାରି ବର୍ଷ ସଶ୍ରମ କାରାଦଣ୍ଡ ସହ ଦଶ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି । ଅର୍ଥ ଅନା ଦେୟ ଅଧିକ ୬ ମାସ ଜେଲ ଦଣ୍ଡ ଆଦେଶ ଦେଇଛନ୍ତି । ସୂଚନା ଯୋଗ୍ୟ ଯେ, ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ତଳମାଲଖା ପ୍ରୋଜେକ୍ଟ ପ୍ରାଇମେରୀ ସ୍କୁଲର ତତକାଳୀନ ପ୍ରଧାନ ଶିକ୍ଷକ ତଥା ବର୍ତ୍ତମାନର ସିଲେଟପଡ। ୟୁ ଜି ଏମଇ ର ଇନ ଚାର୍ଜ ପ୍ରଧାନଶିକ୍ଷକ ଥିବା ବେଳେ ପଞ୍ଚାନନ କହଁର କୁଆଡେ ନୂତନ ସ୍କୁଲ ଗୃହ ଅର୍ଥ ଅନୁଦାନ ୨ଲକ୍ଷ ୯୨ ହଜାର ୫୫୩ ଟଙ୍କା ଆତ୍ମସାଥ କରିଥିବା ନେଇ ଅଭିଯୋଗ ହୋଇଥିଲା । ଫଳରେ ଭିଜିଲାନ୍ସ ଏହାର ତଦନ୍ତ କରି ସତ୍ୟାସତ୍ୟ ଜାଣିବା ପରେ ମାମଲା ରୁଜୁ କରିଥିଲା । ସ୍ବତନ୍ତ୍ର ଭିଜିଲାନ୍ସ ଜଜ ଏହାର ସାକ୍ଷ ପ୍ରମାଣକୁ ବିଚାର କରି ଉପରୋକ୍ତ ଦଣ୍ଡଦେଶ ଦେଇଛନ୍ତି ।ଦଣ୍ଡାଦେଶ ପରେ ଅଭିଯୁକୁ ପଞ୍ଚାନନ କଂହରଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି l ତେବେ ଏହି ମାମଲାରେ ଅନ୍ୟ ଜଣ ଅଭିଯୁକ୍ତ ଦଶରଥ ରଣାଙ୍କୁ ସାକ୍ଷ ପ୍ରମାଣ ଅଭାବରୂ ନିର୍ଦ୍ଦୋଷ ରେ ଖଲାସ କରିଛନ୍ତି ।
ଏହି ମାମଲାକୁ ସରକାରଙ୍କ ତରଫରୁ ସ୍ବତନ୍ତ୍ର ପିପି ଭିଜିଲାନ୍ସ ଆଇନଜୀବି ଭିଭି ରାମ ଦାଶ ପରିଚାଳନା କରୁଥିଲେ |
Sign in
Sign in
Recover your password.
A password will be e-mailed to you.
Prev Post