ଯୋଗାଣ ବିଭାଗ ପକ୍ଷରୁ ଆଳୁ କିଲୋ ପିଛା ୩୫ଟଙ୍କାରେ ବିକ୍ରି

ଉମରକୋଟ : ସାରା ରାଜ୍ୟରେ ଆଳୁ ଦର ଆକାଶ ଛୁଆଁ ରହିଥିବା ବେଳେ ଏଥିରେ ଲୋକଙ୍କୁ ସୁଲଭ ମୂଲ୍ୟରେ ଆଳୁ ଯୋଗାଇ ଦେବାକୁ ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ କରାଯାଇଛି । ଏପରି ସ୍ଥଳେ ଉମରକୋଟ ଠାରେ ଥିବା ଆର.ସି.ଏମ.ଏସ ଗୋଦାମଗୃହ ଠାରେ ଯୋଗାଣ ବିଭାଗ ପକ୍ଷରୁ ନିର୍ଦ୍ଧାରିତ କିଲୋପିଛା ୩୫ ଟଙ୍କା ଦରରେ ଆଳୁ ବିକ୍ରି ଆରମ୍ଭ କରାଯାଇଛି । ସମସ୍ତ ଗ୍ରାହକ ଙ୍କୁ ୩୫ଟଙ୍କା ଲେଖାଏଁ ଆଳୁ ଦିଆଯିବାର ଧାର୍ଯ୍ୟ କରାଯାଇଛି । ବଜାର ରେ ବର୍ଦ୍ଧିତ ଦରରେ ଆଳୁ ବିକ୍ରି ହେଉଥିବାରୁ ଗ୍ରାହକ ଅସନ୍ତୋଷ ପ୍ରକାଶ କରୁଥିଲେ ।ଏହାକୁ ଗୁରୁତର ସହ ବିଚାରକୁ ନେଇ ଯୋଗାଣ ବିଭାଗ ଏହି ପଦକ୍ଷେପ ନେଇଛି ।ବଜାର ଓ ଦୋକାନ ରେ ଦର ସ୍ବାଭାବିକ ହେବା ପର୍ଯ୍ୟନ୍ତ ଆଳୁ ବିକ୍ରି ପ୍ରକ୍ରିୟା ଜାରି ରହିବ ବୋଲି କହିଛନ୍ତି ଯୋଗାଣ ଅଧିକାରୀ। ଅନ୍ୟପଟେ ଉମରକୋଟ ବିଜାର ରେ ଆଳୁ ର ଦର କେଉଁଠି ୪୦ ଟଙ୍କା ତ ଆଉ କେଉଁଠି ୪୫ ଟଙ୍କା ରେ ବିକ୍ରି ହେଉଥିବା ବେଳେ ଯୋଗାଣ ବିଭାଗ ପକ୍ଷରୁ ଲୋକଙ୍କୁ ୩୫ ଟଙ୍କାରେ ଆଳୁ ଦେଉଥିବାରୁ ଲୋକେ ଖୁସିରେ ଆଳୁ ନେଉଥିବା ଦେଖିବାକୁ ମିଳିଛି ।

nis-ad
Leave A Reply

Your email address will not be published.