ପାଳିତ ହେଲା ‘ହର ଘର ଘରମେ ତ୍ରିରଙ୍ଗା’ ପ୍ରଦର୍ଶନ କାର୍ଯ୍ୟକ୍ରମ

ଉମରକୋଟ / ରାଇଘର : ନବରଙ୍ଗପୁର ଜ଼ିଲ୍ଲା ରାଇଘର ସଦର ମହକୁମାରେ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଆବାହନ କ୍ରମେ ରାଇଘର ଅଞ୍ଚଳର ପ୍ରମୁଖ ଅଙ୍ଗନବାଡି କର୍ମୀ ଓ ଆଖ ପାଖ ସମସ୍ତ ସ୍କୁଲର ଛାତ୍ର ଛାତ୍ରୀ ମାନେ ହାତରେ ଭାରତୀୟ ତ୍ରିରଙ୍ଗା ଧରି ବିଶାଳକାୟ ସମାବେଶରେ ଚପକାଡିପକା ଜଗନ୍ନାଥ ମନ୍ଦିରରୁ ବାହାରି ରାଇଘର ସହର ବନ୍ଦେ ମାତରମ ଧ୍ବନୀରେ ପରିକ୍ରମା କରି ଆସନ୍ତା ୭୮ତମ ସ୍ୱାଧୀନତା ଦିବସ ଉପଲକ୍ଷେ ‘ହର ଘର ଘରମେ ‘ ତ୍ରିରଙ୍ଗା ଉତ୍ଥାଳନ କରିବା ପାଇଁ ରାଇଘର ବ୍ଲକର ସମସ୍ତ ଜଣ ସାଧାରଣଙ୍କ ଏକ ବାର୍ତ୍ତା ପ୍ରେରଣ କଲେ।

ଆସନ୍ତା ସ୍ୱାଧୀନତା ଦିବସରେ ସମସ୍ତେ ଯେପରି ନିଜ ନିଜ ଘରେ ଭାରତର ତ୍ରିରଙ୍ଗା ପତାକା ଉତ୍ଥାଳନ କରି ଆମେ ଭାରତୀୟ ଭାରତବାସୀ ଗର୍ବରେ କୁହନ୍ତି । ଆଜିର ଏହି ତ୍ରିରଙ୍ଗା କାର୍ଯ୍ୟକ୍ରମରେ ରାଇଘର ଥାନାର ଭାରପ୍ରାପ୍ତ ଅଧିକାରୀ ଶ୍ରୀ ରଘୁନାଥ ମାଝୀ, ଏସ ଆଇ ଶ୍ରୀ ମନୋରଞ୍ଜନ ବେହେରା ଓ ଥାନାର ପ୍ରମୁଖ କର୍ମରତ ଅଧିକାରୀ ମାନେ ପାଛୋଟି ନେଇ ଯେପରି କୌଣସି ଅପ୍ରତିକାର ଘଟଣା ନ ଘଟେ ସେଥି ପ୍ରତି ତୀକ୍ଷ୍ମ ନଜର ରଖିଥିଲେ।

ରାଇଘର ବ୍ଳକ ଅଫିସର ସମସ୍ତ କାର୍ଯ୍ୟରତ ଅଫିସର, ରାଇଘର ବିଜେପିର ପ୍ରମୁଖ କର୍ମକର୍ତ୍ତା ମାନଙ୍କୁ ସହିତ ସିଡିପିଓ ମ୍ୟାଡ଼ାମ, ସମସ୍ତ ଅଙ୍ଗନବାଡ଼ି କର୍ମୀ ଏବଂ ଆଖ ପାଖ ସ୍କୁଲ ଓ କଲେଜ ଛାତ୍ର ଛାତ୍ରୀ ସମସ୍ତେ ମିଳିତ ହୋଇ ଆନୁମାନିକ ତିନି ହଜାରରୁ ଉର୍ଧ୍ଵ ଆବାଳ, ବୃଦ୍ଧ, ବନିତା ଯୋଗ ଦେଇ ଆଜିର ଏହି ‘ହର ଘର ଘରମେ ତ୍ରିରଙ୍ଗା’ କାର୍ଯ୍ୟକ୍ରମଟିକୁ ସୁରୁ ଖୁରୁରେ ସାଫଲ୍ୟ ମଣ୍ଡିତ କଲେ।

nis-ad
Leave A Reply

Your email address will not be published.