ଇଂରାଜୀ ମାଧ୍ୟମ ବିଦ୍ୟାଳୟ ବଚପନ୍ ସ୍କୁଲ ଶାଖା ଉଦ୍ଘାଟିତ

ଛତ୍ରପୁର : ଗଞ୍ଜାମ ଜିଲ୍ଲାର ଗଞ୍ଜାମ ସହରରେ ଆନ୍ତର୍ଜାତୀୟସ୍ତରର ଇଂରାଜୀ ମାଧ୍ୟମ ବିଦ୍ୟାଳୟ ବଚପନ୍ ସ୍କୁଲ ଶାଖା ରବିବାର ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହେଇଯାଇଛି । ଏହି ଆନୁଷ୍ଠାନିକ ଉଦ୍ଘାଟନୀ ସମାରୋହରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଓଡ଼ିଶା ବିଧାନ ସଭାର ପ୍ରାକ୍ତନ ଉପ-ବାଚସ୍ପତି ରାମଚନ୍ଦ୍ର ପଣ୍ଡା ଯୋଗଦେଇ ଏହି ଶିଶୁ ଅନୁଷ୍ଠାନର ଆନୁଷ୍ଠାନିକ ଉଦଘାଟନ କରି ଏହାର ଶୁଭ କାମନା କରିଥିଲେ । ଏହି ବର୍ଣ୍ଣାଢ଼୍ୟ ସମାରୋହରେ ଗଞ୍ଜାମ ଏନ୍.ଏ.ସି. ଚେୟାରମ୍ୟାନ୍ ପ୍ରତିଭା ପାଢ଼ୀ, ଛତ୍ରପୁର ନଗରପାଳ ପ୍ରତିନିଧି ଆଡଭୋକେଟ୍ କେ. ଚନ୍ଦ୍ର ଶେଖର ରେଡ୍ଡୀ,ରମ୍ଭା ନଗରପାଳ ପ୍ରତିନିଧି ସୁରଜ୍ ସ୍ୱାଇଁ, ଗଞ୍ଜାମ ସହରର ବରିଷ୍ଠ ନାଗରିକ ସଂଘ ର ସଦସ୍ୟ ମଣ୍ଡଳୀ, ସ୍ଥାନୀୟ ପୋଲିସ ପ୍ରଶାସନ ତଥା ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇ ଏହି ନବନିର୍ମିତ ବିଦ୍ୟାଳୟପରିସରର ସାଜସଜ୍ଜା ବୁଲି ଦେଖି ଖୁସିବ୍ୟକ୍ତ କରିଛନ୍ତି । ସହରରେ ଏକ ନିର୍ଭରଯୋଗ୍ୟ ଶିଶୁ ଶିକ୍ଷାନୁଷ୍ଠାନ ଖୋଲିବା ଦ୍ୱାରା ଅନେକ ଅଭିଭାବକ ମାନଙ୍କ ଶିଶୁ ମାନେ ଏଠାରେ ପଢ଼ି ଶିଷ୍ଟାଚାର ପ୍ରାପ୍ତ ସହ ବିଶେଷ ଉପକୃତ ହେବେ ବୋଲି ସାଧାରଣରେ କୁହାଯାଇଛି । ବଚପନ୍ ସ୍କୁଲ ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟ ର ନିର୍ବାହୀ ଅଧିକାରୀ ଅଜୟ ଗୁପ୍ତା ଯୋଗଦେଇ ସୁଧିଜନ ଙ୍କୁ ଅନୁଷ୍ଠାନର ଶିକ୍ଷାୟତନ ର ପଦ୍ଧତି ଓ ଆଭିମୁଖ୍ୟ ସଂପର୍କରେ ସ୍ପଷ୍ଟ ଭାବରେ ଲୋକଙ୍କୁ ବୁଝାଇଛନ୍ତି । ଅନୁଷ୍ଠାନର ମୁଖ୍ୟ ଉଦ୍ୟକ୍ତା ଇଞ୍ଜିନିୟର ବିନୋଦ କୁମାର ପାଢ଼ୀ, ପ୍ରମୋଦ କୁମାର ବ୍ରହ୍ମା ଉପସ୍ଥିତ ସମସ୍ତଙ୍କୁ ସାଧୁବାଦର ସହ ଧନ୍ୟବାଦ ଜଣାଇଛନ୍ତି ।

nis-ad
Leave A Reply

Your email address will not be published.