ପଲ୍ଲୀ ବିକାଶ ତରଫରୁ ମାଗଣା ସ୍ଵାସ୍ଥ୍ୟ ଚିକିତ୍ସା ଶିବିର

ହିଞ୍ଜିଳିକାଟୁ ୧୧/୮ : ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ପୋଡିଙ୍ଗି ଗ୍ରାମ ପଲ୍ମୀ ଭଵନ ପ୍ରାଙ୍ଗଣରେ ସ୍ଵାଛାସେବି ଅନୁଷ୍ଠାନ ପଲ୍ଲୀ ବିକାଶ ତରଫରୁ ମାଗଣା ସ୍ଵାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ ସୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମକୁ ଡା ଶ୍ୟାମଘନ ବିଶ୍ବାଳ, ଅବସର ପ୍ରାପ୍ତ ନିର୍ଦ୍ଦେଶକ, ସ୍ବାସ୍ଥ୍ୟ ବିଭାଗ, ତଥା ଶିଶୁ ଚିକିତ୍ସକ ଓ ବିଶେଷଜ୍ଞ ଉଦ୍‌ଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଡା ପ୍ରଶାନ୍ତ ପତି, ଅବସରପ୍ରାପ୍ତ ଅଧ୍ୟକ୍ଷ, ବିଜୁ ପଟ୍ଟନାୟକ ହୋମିଓପ୍ୟାଥି ମହାବିଦ୍ୟାଳୟ, ବ୍ରହ୍ମପୁର ଓ ସମ୍ମାନୀତ ଅତିଥି ଭାବେ ସମାଜସେବୀ ତଥା ଶ୍ରୀ ଗଣେଶ ଭଣ୍ଡାର ଔଷଧାଳୟର ଉଦ୍ୟୋକ୍ତା ସୀତାକାନ୍ତ ପାତ୍ରଙ୍କ ସମେତ ଅନୁଷ୍ଠାନର ଉପଦେଷ୍ଟା କିରଣ କୁମାର ପାଢୀ, ସଭାପତି ସୁବାଷ ଚନ୍ଦ୍ର ପାଣିଗ୍ରାହୀ ଯୋଗଦାନ କରି ସ୍ବାସ୍ଥ୍ୟର ଯତ୍ନ ସମ୍ବନ୍ଧୀୟ ପରାମର୍ଶ ପ୍ରଦାନ କରିଥିଲେ । ଉକ୍ତ ଉତ୍ସବରେ ଫାର୍ମାସିଷ୍ଟ ଭାବେ ସର୍ବଶ୍ରୀ କୁଶ ମହାରଣା, ଜିତେନ୍ଦ୍ର ଦଳାଇ, ସମ୍ବିତ୍ କୁମାର ସାବତ, ସାନ୍ତନୁ କୁମାର ସାବତ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ ରୋଗୀଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ । ଫାର୍ମାସିଷ୍ଟମାନଙ୍କ ତତ୍ତ୍ବାବଧାନରେ ପ୍ରାୟ ୧୦୦ରୁ ଉର୍ଦ୍ଧ୍ବ ବୟସ୍କ ବ୍ୟକ୍ତିଙ୍କର ମଧୁମେହ ରୋଗର ପରୀକ୍ଷା କରାଯାଇଥିଲା । ପୋଡଙ୍ଗି ତଥା ଆଖ ପାଖ ଗ୍ରାମ ଯଥା ବୁରୁପଡା, ବି ନୂଆଁପଲ୍ଲୀ, ରାମଚନ୍ଦ୍ରପୁର, ଶ୍ୟାମଳାଇ ନୂଆଁ ବୁରୁପଡା ଗ୍ରାମର ଗ୍ରାମବାସୀ ମାନେ ଉକ୍ତ ସ୍ବାସ୍ଥ୍ୟ ଶିବିରକୁ ଆସି ନିଜର ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଂଯୋଜକ ଚିନ୍ତାମଣୀ ବେହେରା ଓ ସମ୍ପାଦକ ସଞ୍ଜୟ କୁମାର ପଣ୍ଡା ପ୍ରମୁଖ ପରିଚାଳନା କରିଥିବା ବେଳେ ଯୁଗ୍ମ ସମ୍ପାଦକ କାହ୍ନୁ ଚରଣ ବେହେରା, ସହ ସଂଯୋଜକ ଜନାର୍ଦ୍ଦନ ପାଢୀଙ୍କ ସମେତ ସର୍ବଶ୍ରୀ ଚିନ୍ମୟ ଗୌଡ, କାହ୍ନା ବିଷୋୟୀ, ଦିପକ ବେହେରା, ଚିନ୍ମୟ ବେହେରା, ବିନୋଦ ଗୌଡ, କିଶୋର ବେହେରା, ବିଚିତ୍ର ପଣ୍ଡା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ସମାଜସେବୀ କେ ଦୀପକ କୁମାର ସେନାପତି, ପ୍ରକାଶ ଚନ୍ଦ୍ର ସାହୁ, ରୂପେଷ ରାଓ ଏବଂ ପ୍ରତୀକ ଆଚାରୀ ପ୍ରମୁଖ ବ୍ୟକ୍ତିବିଶେଷଙ୍କ ସହାୟତା ପ୍ରଦାନ କରିଥିବା ବେଳେ ପରିଶେଷରେ ଅନୁଷ୍ଠାନର ସକ୍ରିୟ ସଦସ୍ୟ ଡା ହରିବନ୍ଧୁ ନାୟକ ଧନ୍ୟବାଦ ଅର୍ପଣପୂର୍ବକ କାର୍ଯ୍ୟକ୍ରମ ସମାପନ ଘୋଷଣା କରିଥିଲେ ।

nis-ad
Leave A Reply

Your email address will not be published.