ହୀରାକୁଦ ନଦୀବନ୍ଧ ଯୋଜନାରେ ବିସ୍ଥାପିତଙ୍କୁ ମିଳିବ ଜମି ପଟ୍ଟା

ସମ୍ବଲପୁର: ହୀରାକୁଦ ନଦୀବନ୍ଧ ଯୋଜନାରେ ବିସ୍ଥାପିତଙ୍କୁ ମିଳିବ ଜମି ପଟ୍ଟା । ଆସନ୍ତା ଡିସେମ୍ବର ୩୧ ସୁଦ୍ଧା ବିସ୍ଥାପିତ ଲୋକଙ୍‌କୁ ଜମି ପଟ୍ଟା ପ୍ରଦାନ କରିବା ନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୁଜାରୀ ।

ଏନେଇ ମନ୍ତ୍ରୀ କହିଛନ୍ତି, ହୀରାକୁଦ ନଦୀ ବନ୍ଧ ଯୋଜନାରେ ଯେଉଁ ପରିବାର ନିଜ ନିଜ ଭିଟାମାଟି ତ୍ୟାଗ କରିଛନ୍ତି ଏବଂ ସର୍ବସ୍ବ ହରାଇ ବେଘର ହୋଇଛନ୍ତି, ସେମାନେ ୭୦ ବର୍ଷ ବିତିଯାଇଥିଲେ ମଧ୍ୟ ନ୍ୟାୟ ପାଇପାରିନାହାନ୍ତି । ଏପର୍ଯ୍ୟନ୍ତ ଅନେକ ବିସ୍ଥାପିତ ଥଇଥାନ ହୋଇନାହାନ୍ତି ।  ସେହିସବୁ ପରିବାରଙ୍କର ଉତ୍ତରାଧିକାରୀଙ୍କୁ ଆସନ୍ତା ଡିସେମ୍ବର ୩୧ ସୁଦ୍ଧା ୧୦ ଡିସିମିଲ୍ ଲେଖାଏଁ ଜମି ସରକାର ରାଜସ୍ବ ବିଭାଗ ତରଫରୁ ପ୍ରଦାନ କରାଯିବ । ଏହା ସହିତ ଏବେ ସୁଦ୍ଧା ୪୪୦୦ କ୍ଷତିଗ୍ରସ୍ତ ପରିବାରକୁ ପଟ୍ଟା ଦିଆସରିଥିବା କହିଛନ୍ତି ମନ୍ତ୍ରୀ । ପ୍ରଥମ ପର୍ଯ୍ୟାୟରେ ଏହା ସମ୍ବଲପୁରରେ ଦିଆଯାଇଥିବା ବେଳେ ପରେ ବରଗଡ ଅଞ୍ଚଳରେ ମଧ୍ୟ ବିସ୍ଥାପିତଙ୍କୁ ପଟ୍ଟା ବଣ୍ଟନ କରାଯିବ ।

ଏହା ସହିତ ପୂରା ରାଜ୍ୟରେ ଯେଉଁମାନେ ବି ବିସ୍ଥାପିତ ଅଛନ୍ତି ଓ ଭୂମିହୀନ ବ୍ୟକ୍ତି ଅଛନ୍ତି, ଯାହାଙ୍କର ଘରବାଡି ବୋଲି କହିଲେ କିଛି ନାହିଁ, ସେମାନଙ୍କୁ ବି ଜମି ପଟ୍ଟା ପ୍ରଦାନ ହେବ ବୋଲି କହିଛନ୍ତି ମନ୍ତ୍ରୀ ।

nis-ad
Leave A Reply

Your email address will not be published.