ବ୍ୟାଡମିଣ୍ଟନ ଖେଳାଳିଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଫୁଲବାଣୀ (୧୧। ୮) : କନ୍ଧମାଳ ଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ୱର ପାଟିଲଙ୍କର ମାଲକାନଗିରି ଜିଲ୍ଲାକୁ ବଦଳି ହୋଇ ଯାଇଛି । ସେ ଜଣେ ନିୟମିତ ବ୍ୟାଡମିଣ୍ଟନ ଖେଳାଳି ଭାବେ ଫୁଲବାଣୀ ସ୍ଥିତ କନ୍ଧମାଳ ଷ୍ଟାଡିୟମରେ ଖେଳୁଥିଲେ। ତେଣୁ ଆଜି ବ୍ୟାଡମିଣ୍ଟନ ଇନଡୋର ଠାରେ, କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ବ୍ୟାଡମିଣ୍ଟନ ଖେଳାଳି ମାନଙ୍କ ଦ୍ଵାରାକରାଯାଇଛି। ଆଜି ସକାଳେ ସବୁଦିନ ଭଳି କନ୍ଧମାଳ ଜିଲ୍ଲାପାଳ ଏବଂ କନ୍ଧମାଳ ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ କୁମାର ପାତ୍ର ବ୍ୟାଡମିଣ୍ଟନ ଖେଳିବା ପରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମକୁ ଫୁଲବାଣୀର ବରିଷ୍ଠ ସାମ୍ବାଦିକ ତଥା ବ୍ୟାଡମିଣ୍ଟନ ଖେଳାଳି ପ୍ରଶାନ୍ତ କୁମାର ବେହେରା ପରିଚାଳନା କରିଥିଲେ। ଏହି ଅବସରରେ ଜିଲ୍ଲାପାଳଙ୍କୁ ଫୁଲ ତୋଡା ଓ ଉପହର ପ୍ରଦାନ କରାଯାଇଥିଲା । ଫୁଲବାଣୀ ଶିଳ୍ପ ତାଲିମ କେନ୍ଦ୍ରର ଅଧ୍ୟକ୍ଷ ପ୍ରକାଶଚନ୍ଦ୍ର ସେଠୀ ଜିଲ୍ଲାପାଳ ଜଣେ ଭଲ ଖେଳାଳି ହୋଇଥିବା ସମେତ ସେ କନ୍ଧମାଳରେ ଯୋଗ ଦେବା ଦିନଠାରୁ ଜିଲ୍ଲାର ସବୁ ସ୍ତରର ଲୋକଙ୍କ ପାଇଁ ଭଲ କାମ କରିବା ସହ ଜଣେ ଅତି ଉତ୍ତମ ସ୍ବଭାବର ବ୍ଯକ୍ତି ଅଟନ୍ତି। ଜିଲ୍ଲାବାସୀ ଜଣେ ଭଲ ଜିଲ୍ଲାପାଳଙ୍କୁ ହରାଇଲେ ବୋଲି କହିଥିଲେ। ସେ ଜଣେ ଭଲ ଜିଲ୍ଲାପାଳ ଭାବେ ଜିଲ୍ଲାରେ କାର୍ଯ୍ୟ କରିବା ସହ ଜିଲ୍ଲା ଏବଂ ଜିଲ୍ଲାବାସୀଙ୍କ ସବୁ ସମସ୍ୟାର ସମାଧାନ ଅତି ସହଜ ଭାବରେ କରୁଥିଲେ l ଇନଡୋରରେ ସବୁ ବର୍ଗର ଖେଳାଳି ମାନଙ୍କ ସହିତ ଖେଳିବା ସହିତ ଏଠାରେ ଏକ ସୁନ୍ଦର ବାତାବରଣ ସୃଷ୍ଟି କରିଛନ୍ତି। ତାଙ୍କର ପ୍ରଚେଷ୍ଟାରେ ଷ୍ଟାଡିୟମର ମଧ୍ୟ ସବୁ ପ୍ରକାରର ଉନ୍ନତି ହୋଇଛି ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ କୁମାର ପାତ୍ର କହିଥିଲେ। ଫୁଲବାଣୀରେ ବ୍ୟାଡମିଣ୍ଟନ ଖେଳିବା ପାଇଁ ଛୋଟ ଛୋଟ ପିଲାଙ୍କ ଆଗ୍ରହ ରହିଛି ତେଣୁ ଏଠାରେ ଛୋଟ ପିଲାମାନଙ୍କ କୋଚିଂ ବ୍ୟବସ୍ଥା କରାଯାଇଛି। ଷ୍ଟାଡିୟମ ରେ ଛୋଟ ଛୋଟ ପୁଅ ଏବଂ ଝିଅ ମାନେ କୋଚିଂ ନେଉଛି। ବରିଷ୍ଠ ଖେଳାଳି ପ୍ରଶାନ୍ତ କୁମାର ବେହେରା ଙ୍କ ଉଦ୍ଦାହରଣ ଦେଇ ଏଠିକାର ୬୦ ବର୍ଷ ବୟସ୍କ ଖେଳାଳି ମଧ୍ୟ ନିୟମିତ ଖେଳୁଛନ୍ତି। ତେଣୁ ଭବିଷ୍ୟତରେ ଫୁଲବାଣୀ ରୁ ଭଲ ବ୍ୟାଡମିଣ୍ଟନ ଖେଳାଳି ବାହାରି ଜିଲ୍ଲା ଓ ରାଜ୍ୟ ସ୍ତରରେ ସୁନାମ ଅର୍ଜନ କରିବେ। ଯେଉଁ ଠାରେ ଥିଲେ ମଧ୍ୟ ସେ ସବୁବେଳେ ଫୁଲବାଣୀ ର ତଥା ସମଗ୍ର କନ୍ଧମାଳ ବାସୀ ମନେ ପଡିବେ ବୋଲି ଜିଲ୍ଲାପାଳ କହିଥିଲେ। ଶେଷରେ ଜିଲ୍ଲା କ୍ରାଡା ଅଧିକାରୀ ସମୀର କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଫୁଲବଣୀର ବରିଷ୍ଠ ଖେଳାଳି ଅଶୋକ କୁମାର ପଟ୍ଟନାୟକ, ବିଏସଏଫ ର ଡେପୁଟି କମାଣ୍ଡେଣ୍ଟ ଗୋପାଲ ସିଂ ଉପସ୍ଥିତ ଥିବାବେଳେ ଅନ୍ୟ ମାନଙ୍କ ମଧ୍ୟରେ ବ୍ୟାଡମିଣ୍ଟନ କୋଚ୍ ଅସୀମ ନାୟକ, ରିଜର୍ଭ ପୋଲିସ ଆର ଆଇ ବିରସିଂ ଶବର, ସବ୍ୟସାଚୀ ଦଲାଲ, ପ୍ରଶାନ୍ତ କୁମାର ମହାନ୍ତି , କାଳୀଚରଣ ନନ୍ଦ, ମିହିର କୁମାର ଡାକୁଆ, ପ୍ରସାଦ ସୋନୁ ଏବଂ ଶତାଧିକ ଖେଳାଳି ଯୋଗ ଦେଇଥିଲେ।

nis-ad
Leave A Reply

Your email address will not be published.