ଖୁବ୍ ଶୀଘ୍ର ହେବ ବାଂଲାଦେଶ ଅନୁପ୍ରବେଶକାରୀଙ୍କ ଚିହ୍ନଟ ପ୍ରକ୍ରିୟା : ଆଇନମନ୍ତ୍ରୀ

ଭୁବନେଶ୍ୱର : ବାଂଲାଦେଶରେ ଲାଗିଥିବା ହିଂସାକୁ ନେଇ ସଜାଗ ହୋଇଛନ୍ତି ରାଜ୍ୟ ସରକାର । ସମୁଦ୍ର ପଥ ଦେଇ ବାଂଲାଦେଶରୁ ଅନୁପ୍ରବେଶକାରୀ ଆସିପାରନ୍ତି ବୋଲି ଆଶଂକା କରି ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ତଟ ଓ ସମୁଦ୍ର ମୁହାଣରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଏହାସହ ଅନୁପ୍ରବେଶ ଏକ ବଡ଼ ଚିନ୍ତା, କହିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।

ଯେଉଁମାନେ ଶରଣାର୍ଥୀ ଭାବେ ଆସିଛନ୍ତି, ସେମାନେ CAA ଅନ୍ତର୍ଭୁକ୍ତ । କିନ୍ତୁ ଅନ୍ୟ ଢଙ୍ଗରେ ପ୍ରବେଶ କରିଥିବା ଲୋକଙ୍କ ଉପରେ ନଜର ରହିଛି । ବିଭିନ୍ନ କାମ କରୁଥିବା ଶ୍ରମିକ ଓ ବୁଲା ବିକାଳିଙ୍କ ଉପରେ ନଜର ରଖାଯାଇଛି । ଖୁବ୍ ଶୀଘ୍ର ସେମାନଙ୍କର ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିବେ ସରକାର ।

ପରିଚୟପତ୍ର ଚିହ୍ନଟ ଦୃଷ୍ଟିରୁ ଯାହା କରିବା କଥା କରାଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ । ପରିଚୟ ନଥିଲେ ପ୍ରତ୍ୟାବର୍ତ୍ତନ କରାଇବେ ରାଜ୍ୟ ସରକାର । ଯେଉଁମାନେ ଭାରତର ନାଗରିକ ନୁହଁନ୍ତି ସେମାନଙ୍କୁ ନିଜ ଦେଶକୁ ପଠାଯିବ । ସରକାର ସଚେତନ ଅଛନ୍ତି, ଖୁବ୍ ଶୀଘ୍ର ପ୍ରକ୍ରିୟା ଆରମ୍ଭ ହେବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।

nis-ad
Leave A Reply

Your email address will not be published.