କନ୍ଧମାଳ ଜିଲ୍ଲାସ୍ତରୀୟ ଜାତୀୟ କୃମିନାଶକ ଦିବସ ଉଦଘାଟନ -୨୦୨୪

ଫୁଲବାଣୀ : କନ୍ଧମାଳ ଜିଲ୍ଲା ତୁଡିପାଜୁ ଜବାହାର ନବୋଦୟ ବିଦ୍ୟାଳୟ ସଭାଗୃହଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ବିଜୟ କୁମାର ପଣ୍ଡାଙ୍କ ଦ୍ବାରା ଜିଲ୍ଲା ସ୍ତରୀୟ ଜାତୀୟ କୃମିନାଶକ ଦିବସ ଉଦଘାଟିତ ହୋଇଯାଇଛି ।

ଉକ୍ତ ସମାରୋହରେ ଜିଲ୍ଲା ଅତିରକ୍ତି ଜନସ୍ବାସ୍ଥ୍ୟ ଅଧିକାରୀ (ପରିବାର କଳ କଲ୍ୟାଣ ) ଡାକ୍ତର ପ୍ରସନ୍ନ କୁମାର ତ୍ରିପାଠୀ, ଅଧ୍ଯକ୍ଷା ଶ୍ରୀମତୀ ନମୀତାରାଣୀ ପଣ୍ଡା, ଜିଲ୍ଲା ସ୍ବାସ୍ଥ୍ୟ ମିଶନ ପ୍ରକଳ୍ପ ପରିଚାଳକ ଶ୍ରୀଯୁକ୍ତ ମନୋରଞ୍ଜନ ସାହୁ, ଉପ ଅଧ୍ଯକ୍ଷ ଯତୀନ୍ଦ୍ର କୁମାର ରଥ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଶ୍ରୀମତୀ ଜ୍ଯୋତ୍ସ୍ନାରାଣୀ ମହାନ୍ତି, ଗୋଷ୍ଠୀ ସ୍ବାସ୍ଥ୍ୟ ଯୋଗାଯୋଗ ଅଧିକାରିଣୀ ସଂଯୋଜନା କରିଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ମିଶନ ପରିଚାଳକ ଶ୍ରୀଯୁକ୍ତ ଶିବରଞ୍ଜନ ଦାଶ, ଜୟକୃଷ୍ଣ ସାହୁ, ଅଶୋକ କୁମାର ସାହୁ, ହିମାଂଶୁ ପ୍ରଧାନ ଏବଂ ୫୦୦ ରୁ ଅଧିକ ୧୧ ବର୍ଷରୁ ୧୮ ବର୍ଷ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ । ଅତିଥିମାନେ କୃମିନାଶକ ଔଷଧ ସେବନର ଉପକାରିତା ବିଷୟରେ ଆଲୋକପାତ କରିଥିଲେ । ୧ ବର୍ଷରୁ କମ ଶିଶୁ ମାନଙ୍କୁ ୫ ଏମଏଲ, ୨ ବର୍ଷରୁ ୫ ବର୍ଷ ଶିଶୁଙ୍କୁ ୧୦ ଏମ ଏଲ ଆଲବେ ଣ୍ଡାଜୋଲ ଦ୍ରବଣ ଏବଂ ୫ ବର୍ଷରୁ ଅଧିକ ଶିଶୁ ମାନଙ୍କୁ ଆଲବେଣ୍ଡାଜୋଲ ଟାବଲେଟ (କୃମିନାଶକ ବଟିକା) ସେବନ କରିବାକୁ ବୁଝାଯାଇଥିଲା । ଉକ୍ତ ଔଷଧ ସେବନ କରିବ ଦ୍ବାରା ପିଲାମାନଙ୍କର ରକ୍ତହୀନତା, ପୁଷ୍ଟିହୀନତା ଆଦି ରୋଗର ନିରାକରଣ କରା‌ଯାଇପାରିବ ଏବଂ ଘରେ ଶିଶୁ ମାନଙ୍କର ପରିଷ୍କାର ପରିଚ୍ଛନ୍ନତା ରଖୁବା ସହ ଚପଲ ବ୍ୟବହାର କରିବା, ପାଇଖାନା ବ୍ୟବହାର କରିବା, ନିୟମିତ ଖାଦ୍ୟ ଖାଇବା ପୂର୍ବରୁ ହାତ ଧୋଇବା, ନଖ କାଟିବା, ବାରମ୍ବାର ଆଙ୍ଗୁଠି ପାଟିରେ ନ ପୁରାଇବା, ଫଳକୁ ଧୋଇ କରି ଖାଇବାକୁ ଉତ୍ସାହିତ କରିବା ପାଇଁ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମ ୧୦ ଅଗଷ୍ଟ ଦିନ କରାଯିବ ଯଦି କିଛି ବଳକା ସେବନ ନ କରିପାରି ରହିଥ‌ିବେ ତେବେ ୧୭ ଅଗଷ୍ଟ ୨୦୨୪ ଦିନ ଔଷଧ ସେବନ କରିବେ । ଏହି କାର୍ଯ୍ୟକ୍ରମ ପ୍ରତ୍ୟେକ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ରରେ ପରିଚାଳିତ ହେବ । ତତ ସହିତ ୬ – ୫୯ ମାସ ପର୍ଯ୍ୟନ୍ତ ପ୍ରତ୍ୟକ ପିଲାଙ୍କୁ ଗୋଟିଏ ଡୋଜ ଭିଟାମିନ ଏ ଦ୍ରବଣ ଅଗଷ୍ଟ ମାସ ଶେଷ ସୁଧା ନିର୍ଧାରିତ ଟିକାକରଣ କେନ୍ଦ୍ରରେ ପ୍ରଦାନ କରାଯିବ । ଏତଦ ବ୍ୟତୀତ ୨୦-୨୪ ବର୍ଷ ମଧ୍ୟରେ ଗର୍ଭଧାରଣ କରି ନଥୁବା ଏବଂ ସ୍ତନ୍ୟପାନ କରାଉନଥୁବା ମହିଳା ମାନେ ମଧ୍ୟ ଗୋଟିଏ ଡୋଜ ଆଲବେଣ୍ଡାଜୋଲ ଟାବଲେଟ ( କୃମିନାଶକ ବଟିକା) ସେବନ କରିବେ । ଆମ ଜିଲ୍ଲାରେ ସର୍ବ ମୋଟ ୨,୧୮,୫୯୮ ଜଣ (୧-୧୯ ବର୍ଷର) ପିଲା ଓ ୨୦-୨୪ ବର୍ଷ ମଧ୍ୟରେ ୩୨,୩୧୩ ଜଣ ଗର୍ଭଧାରଣ କରି ନଥିବା ଏବଂ ସ୍ତନ୍ୟପାନ କରାଉଥିବା ମହିଳାମାନଙ୍କୁ ଆଲବେଣ୍ଡାଜୋଲ ଟାବଲେଟ ଓ ଦ୍ରବଣ ପ୍ରଦାନ କରିବା ପାଇଁ ନିର୍ଧାରିତ କରାଯାଇଛି । ପରିଶେଷରେ ଗୁମାଗଡ ଗୋଷ୍ଠୀ ଜନସ୍ବାସ୍ଥ୍ୟ ଅଧିକାରିଣୀ ଡାକ୍ତର କଲ୍ପନା ଦଳେଇ ଧନ୍ୟବାଦ ଅର୍ପଣ କରିଥିଲେ ।

nis-ad
Leave A Reply

Your email address will not be published.