କାରକୁ ବଞ୍ଚାଇବାକୁ ଯାଇ, ଅଳ୍ପକେ ବର୍ତ୍ତିଲେ ଟ୍ରେଲର ଚାଳକ !

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଥାନା ଅନ୍ତର୍ଗତ ଚୁଙ୍ଗିଗେଟ ଦେଇ ଯାଇଥିବା ୧୪୩ ନମ୍ବର ଜାତୀୟ ରାଜପଥ ରାସ୍ତା ମୁହାଣୀ ରେ ଗୋଟିଏ କାର କୁ ବଞ୍ଚାଇବାକୁ ଯାଇ ବିଲରେ ଓହ୍ଲାଇଲା ଟ୍ରେଲର ଅଳ୍ପକେ ବର୍ତ୍ତିଲେ ଚାଳକ | ଏହି ଟ୍ରେଲର ବିହାର ରାଜ୍ୟ ପତ୍ରାତୁ ଅଞ୍ଚଳରୁ ବୀରମିତ୍ରପୁର ଦେଇ ଓଡ଼ିଶା ରାଜ୍ୟର ଅନୁଗୁଳ ଜିଲ୍ଲାକୁ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା | ଏହି ଦୁର୍ଘଟଣାରେ ବୀରମିତ୍ରପୁର ଚୁଙ୍ଗିଗେଟ ସମ୍ମୁଖରେ ଥିବା ଦୀପକ ଗୋସ୍ୱାଇଙ୍କ ନର୍ସରୀ କରିଥିବା ଉପରେ ଟ୍ରେଲର ଚୋଢ଼ି ଯାଇଥିଲା ଯାହା ଫଳରେ ବହୁତ ଗୁଡ଼ାଏ ଫଳ ଗଛ ନଷ୍ଟ ହୋଇଥିଲା | ଏହାକୁ ନେଇ ନର୍ସରୀ ମାଲିକ ଦୀପକ ଗୋସ୍ୱାଇ କ୍ଷତି ପୂରଣ ଦାବି କରିବା ସହ ଥାନାରେ ଲିଖିତ ଅଭିଯୋଗ କରିଥିଲେ | ଘଟଣା ସ୍ଥଳରେ ବୀରମିତ୍ରପୁର ପୋଲିସ ପହୁଞ୍ଚି ଟ୍ରେଲର ଓ ଚାଳକକୁ ଉଦ୍ଧାର କରି ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି |

nis-ad
Leave A Reply

Your email address will not be published.