ଯମଯନ୍ତା, ସହ ମରଣଯାନ୍ତା ପାଲଟିଛି ଏକାମ୍ବା – ବାଉଁଶବେଡା ଗ୍ରାମର ରାସ୍ତା

ଉମରକୋଟ /ଝରିଗାଁ : ସରକାରୀ ଏନଆରଜିଏସ ଗାଁ ଗାଁ କୁ ଯୋଉଁ ରାସ୍ତା ସବୁ ତିଆରି ହେଇଛି ତାହା ସବୁ ଧୂୟାଁ ବାନ ସ୍ୱଦୃଶ୍ୟ।ଦେଖିବାକୁ ଗଲେ ଏନଆରଜିଏସ କାମ ଗୁଡିକ ଉମରକୋଟ ହୋଉ ଅବା ରାଇଘର ବ୍ଳକ ହୋଉ ସବୁ ଯାକ ଦୁର୍ନୀତିରେ ହୁବୁଡୁବୁ ଅବସ୍ଥାରେ ଠିକାଦାର ଓ କନିଷ୍ଟ ଯନ୍ତ୍ରୀ ପକେଟ ଗରମକରି ବସିଛନ୍ତି କହି ଉମରକୋଟ / ରାଇଘର ବ୍ଲକର ବିଶିଷ୍ଟ ସମାଜ ସେବି ବ୍ୟକ୍ତି ବିଶେଷ ଜ୍ଞାନୀ ଗୁଣି ବୁଦ୍ଧିଜୀବୀ ମହଳରେ ଚର୍ଚ୍ଚା ଜୋର ଧରିଛି।
ସୂଚନା ପ୍ରକାରେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଧାମନାଗୁଡା ପଞ୍ଚାୟତ ଅନ୍ତର୍ଗତ ଏକାମ୍ବା ଠାରୁ -ବାଉଁଶବେଡା ଗ୍ରାମକୁ ଯିବା ପାଇଁ ବହୁ ବର୍ଷ ତଳେ ଏକ ଏନଆରଜିଏସ ରାସ୍ତା କାମ ହେଇଥିଲା କିନ୍ତୁ ବର୍ତ୍ତମାନ ଏହି ରାସ୍ତାଟିର ଅବସ୍ଥା ଅତି ଶୋଚନୀୟ ହୋଇ ପଡିଛି ତାହା ନ କହିଲେ ସରେ। ଅଳ୍ପ ଟିକେ ବର୍ଷା ହେଲେ ରାସ୍ତାରେ ପଚ ପଚା କାଦୁଅ ହେବା ଦ୍ୱାରା ଚାଲିବା କଷ୍ଟକର ହୋଇ ପଡୁଛି ଫଳରେ ଉଭୟ ଗ୍ରାମର ଗ୍ରାମବାସୀ ନାହିଁ ନ ଥିବାର ଅସୁବିଧା ଭୋଗୁଥିବା ଉଭୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଉଲ୍ଲେଖ ଥାଉ ଦୀର୍ଘ ବର୍ଷ ତଳେ ଏନଆରଇଜିଏସ ଜରିଆରେ ଏହି ରାସ୍ତା ନିର୍ମାଣ ହୋଇଥିଲା କିନ୍ତୁ ରାସ୍ତା ନିର୍ମାଣର କିଛି ବର୍ଷ ପରେ ବର୍ଷା ପାଣି ରାସ୍ତାରେ ଜମିବା ଯୋଗୁଁ ରାସ୍ତାଟି ନଷ୍ଟ ହେବାରେ ଲାଗିଲା।ଏହା ଦେଖି ଉଭୟ ଗ୍ରାମବାସୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଝରୀଗାଁ, ସ୍ଥାନୀୟ ସରପଞ୍ଚ ଓ ନବରଙ୍ଗପୁର ଜ଼ିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଶନ କରିବା ସତ୍ତେ ଉଭୟ ଗ୍ରାମବାସୀ କିଛି ସୁଫଳ ପାଇଁ ପାରିଲେ ନାହିଁ। ବର୍ତମାନ ଏହି ଲଗାନ ଲଗୁଚାପ ଅଳ୍ପ ବର୍ଷାରେ ଗ୍ରାମବାସୀଙ୍କ ଯାତାୟତରେ ଏତେ ପରିମାନର ସମସ୍ୟା ଦେଖା ଦେଇଛି ତାହା ନିଜ ଆଖିରେ ନ ଦେଖିଲେ ବିଶ୍ୱାସ କରି ହେବ ନାହିଁ। ସାଇକେଲ ଓ ଛୋଟ ବଡ ଯାନବାହାନ ଓ ଯାତାୟତ ଏକ ପ୍ରକାର ଠପ ହୋଇ ଗଲାଣି।

ନବରଙ୍ଗପୁର ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ତୁରନ୍ତ ଏକାମ୍ବା ଓ ବାଉଁଶବେଡା ସଂଲଙ୍ଗନୋ ଗ୍ରାମ ରାସ୍ତାକୁ ପକ୍କା ରାସ୍ତା ନିର୍ମାଣ କରିବା ପାଇଁ ଉଭୟ ଗ୍ରାମର ଗ୍ରାମବାସୀ,ଚନ୍ଦ୍ର ଭତରା, ସୁନାଧର ଭତରା, ଗଣପତି ଭତରା, ଶୁକ୍ଲୁ ଭତରା, ଶୁକଦାସ ଭତରା, ପ୍ରହ୍ଲାଦ ଭତରା, ତୁଲାରାମ ଭତରା,ମଙ୍ଗଳସିଂ ଗୌଡ଼, ଧନ ଭତରା, ତୁଲାରାମ ଭତରା, ଚକ୍ର ଭତରା, ମନଧର ଭତରା, ଡମୁ ଭତରା, ବାବଳୀ ଭତରା, ଲଛମନ ଭତରା ପ୍ରମୁଖ ଦାବୀ କରିଛନ୍ତି।ଅତି ସତ୍ତର ପ୍ରଶାସନ ଏକାମ୍ବାରୁ ବାଉଁଶବେଡା ରାସ୍ତା ପ୍ରତି ଦୃଷ୍ଟି ନ ଦିଅନ୍ତି ତାହା ହେଲେ ଆଗାମୀ ଦିନରେ ବାଉଁଶବେଡା ଗ୍ରାମର ଗ୍ରାମବାସୀ ଜଣ ଆନ୍ଦୋଳନ କରି ଅଖ ଚଖ ବନ୍ଦ କରି ରାଜ ରାସ୍ତାରେ ଉଲ୍ଲେଇବେ।

nis-ad
Leave A Reply

Your email address will not be published.