ଚନ୍ଦାହାଣ୍ଡିରେ ବିଶ୍ଵ ଆଦିବାସୀ ଦିବସ ପାଳନ

ଉମରକୋଟ /ଚନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ଆାଦିବାସୀ ସଂଘ ପକ୍ଷରୁ ଆଜି ଚନ୍ଦାହାଣ୍ଡି ବଜାର ପଡିଆ ଠାରେ ମହାସମାରୋହରେ ବିଶ୍ଵ ଆଦିବାସୀ ଦିବସ ପାଳିତ ହୋଇଯାଇଛି । ଏହି ପାଳନ ଉତ୍ସବରେ ବ୍ଲକ ଆଦିବାସୀ ସଂଘ ସଭାପତି ଲଚ୍ଛମନ ମାଝୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଝରିଗାଁ ବିଧାୟକ ନରସିଂ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ , ଧନ୍ତରି କ୍ଷେତ୍ର ସଭାପତି ସୋରୀ, ଆାଦିବାସୀ ଗୋଣ୍ଡି ଜାତି ର ଭାଷା ଅଭିଧାନ ପ୍ରଣେତା ମାଢ଼ି, ଜୁମ ଗରୀୟା ବନ୍ଧ , ବ୍ଲକ ଅଧ୍ୟକ୍ଷା ସୁମିତ୍ରା ପୂଜାରୀ , ଅନୁସୂଚିତ ଜାତି ଓ ଜନଜାତି ମହାସଂଘ ସଭାପତି କୈବଲ୍ୟ ମାଝୀ, ଆଞ୍ଚଳିକ ଗଣ୍ଡ ସମାଜ ସଭାପତି ଯଦୁ ମାଝୀ, ହର ପୂଜାରୀ, ଶନିନ୍ଦ୍ର ସୋରୀ, ଛତିଶଗଡ଼ ଆଞ୍ଚଳିକ ସଭାପତି ସେବନ ପୂଜାରୀ , ଦଶରଥ ଧୁରୁଆ, ମୁରା ନାୟକ, ନିତ୍ୟା ସନ୍ତାନ, କମଳଲୋଚନ ହଲ୍ଵା , ଗଙ୍ଗେଶ୍ୱରୀ ପୂଜାରୀ ହରଲାଲ ଝାଙ୍କର, ଦୀନବନ୍ଧୁ ମାଝୀ ପ୍ରମୁଖ ମଞ୍ଚାସୀନ ଥିଲେ ।

ଆଜିର ବୈଠକ ପ୍ରାରମ୍ଭ ପୂର୍ବରୁ ପ୍ରାୟ ପାଞ୍ଚ ହଜାର ରୁ ଉର୍ଦ୍ଧ୍ୱ ଚନ୍ଦାହାଣ୍ଡି ବ୍ଲକ୍ ସମେତ ପଡୋଶୀ କଳାହାଣ୍ଡି, ଝରିଗାଁ, ରାଇଘର, ଛତିଶଗଡ଼ ଅଞ୍ଚଳରୁ ଶହ ଶହ ଆାଦିବାସୀ ସମ୍ପ୍ରଦାୟର ଲୋକମାନେ ସାମିଲ ହୋଇ ଏକ ବିରାଟ ଶୋଭାଯାତ୍ରାରେ ବାହାରି ପ୍ରଥମେ ଗ୍ରାମ୍ୟ ମଣ୍ଡଲ ଭୀମା ପୀଠରେ ପୂଜାର୍ଚ୍ଚନା କରିବା ପରେ ଶୋଭାଯାତ୍ରା ବାହାରି ଥିଲା। ଆାଦିବାସୀ ପାରମ୍ପରିକ ବାଦ୍ୟ, ବେଶଭୁଷା ସହ ଆାଦିବାସୀଙ୍କ ପ୍ରତୀକ ଝଣ୍ଡା, ନୀଳ ଝଣ୍ଡା, ରେ ପୁରା ଶୋଭାଯାତ୍ରା ର ପଟୁଆର ଭର୍ତ୍ତି ହୋଇଥିବା ଦେଖିବାକୁ ମିଳିଥିଲା। ଆଜି ଆାଦିବାସୀ ଦିବସ ଅବସରରେ ଆଦିବାସୀଙ୍କ ହକ୍ ଓ ଅଧିକାର ପାଇ ସମସ୍ତେ ସଙ୍ଗଠିତ ହୋଇ ଲଢିବାକୁ ପଡିବ ନହେଲେ ଏ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଆମ ଆଦିବାସୀଙ୍କ ହକ୍ ଓ ଅଧିକାର କୁ ଛଡାଇ ନେବାକୁ ବସିଛି, ଆମେ ଚୁପ୍ ରହିଲେ ଆମେ ନିଜର ହକ୍ ଅଧିକାର ହାସଲ କରି ପାରିବା ନାହିଁ ବୋଲି କହି ଆାଦିବାସୀ ସମାଜ କୁ ଜାଗୃତି କରିଥିଲେ।ସେଭଳି ସେବନ ପୂଜାରୀ ଆଦିବାସୀ ଙ୍କ ପରିଚୟ ଓ ପରମ୍ପରା ଉପରେ ରୀତିନୀତି ସମ୍ପର୍କରେ କହିଥିବା ବେଳେ ଅନ୍ୟନ୍ୟ ବକ୍ତାମାନ ଙ୍କ ମଧ୍ୟରେ ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ ଆାଦିବାସୀ ଏକତା ଓ ଅଖଣ୍ଡତା ବଜାୟ ରଖିବା କୁ ନିଜ ଅଭିଭାଷଣ ରଖିଥିଲେ।

ସେହିଭଳି ପୂର୍ବତନ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଡକ୍ଟର ଭୀମ ରାଓ ଆମ୍ବେଦକର ଙ୍କ ଆଦିବାସୀ ଙ୍କ ପ୍ରତି ସମ୍ବିଧାନ ରେ ଦେଇଥିବା ଅଧିକାର ବିନୟରେ ବକ୍ତବ୍ୟ ପ୍ରଦାନ କରିଥିଲେ ଓ ଆାଦିବାସୀ ପର୍ବପର୍ବାଣି ଭଳି ଆଦିବାସୀ ଦିବସ ପାଳନ ଉପରେ ଗୁରୁତ୍ବ ଦେଇ ସମସ୍ତ ଙ୍କ ଏକତା ଓ ଏକାଗ୍ରତା ପାଇଁ ବ୍ଲକ ଆାଦିବାସୀ ସଙ୍ଗଠନକୁ ଧନ୍ୟବାଦ ଦେଇଥିଲେ।ସଭା କାର୍ଯ୍ୟ ପରେ ପରେ ଆାଦିବାସୀ ସଂଘ ତରଫରୁ ଆାଦିବାସୀ ଶ୍ରେଣୀର କଳାକାର ମାନଙ୍କୁ ନେଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଆଜିର କାର୍ଯ୍ୟକ୍ରମ କୁ ଆାଦିବାସୀ ପୌରଷ ମାଝୀ, ମୁରଲୀଧର ପୂଜାରୀ, ଭୀଷ୍ମ ମାଝୀ, କେଦାର ମାଝୀ, ହର ପୂଜାରୀ ପରିଚାଳନା କରିଥିବା ବେଳେ ଅଞ୍ଚଳରେ ବୀରେନ୍ ମିତ୍ର ମାଝୀ, ଜୟରାମ ମାଝୀ, କେଶବ ନାୟକ, କୃଷ୍ଣ ପୂଜାରୀ, ଚନ୍ଦ୍ର ମାଝୀ, ଭୋଜରାଜ ସୋରି ସମେତ ଅଞ୍ଚଳର ସମସ୍ତ ଆାଦିବାସୀ ଭାଇଭଉଣୀ ମାନେ ସାମିଲ ହୋଇ ସହଯୋଗ କରିଥିଲେ।

nis-ad
Leave A Reply

Your email address will not be published.