ରୋଗୀଙ୍କୁ ଭାରରେ ବୋହି ଆଣିଲେ ଡାକ୍ତରଖାନା

ଫୁଲବାଣୀ : ସ୍ଵାଧୀନତାର ୭୬ ବର୍ଷ ପରେ ମଧ୍ଯ ଗ୍ରାମ କୁ ରାସ୍ତା ନିର୍ମାଣ ହୋଇ ପାରିନି l ଫଳରେ ଗ୍ରାମରୁ ରୋଗୀଙ୍କୁ ଭାର ବାଡିରେ ବୋହି ଆଣାଯାଉଛି ଡାକ୍ତରଖାନା l ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକର କୁବେରିମୁଣ୍ଡା ଗାଁର ଜଣେ ମହିଳା ଅନନ୍ତି ପ୍ରଧାନଙ୍କ ଦେହ ଖରାପ ଥିଲା । ଶରୀରରେ ପ୍ରବଳ ଯନ୍ତ୍ରଣା ହୋଇଥିଲା ।ଦୁଇ ତିନି ଦିନ ହେବ ଦେହ ଖରାପ ହେଲାଣି । ଯନ୍ତ୍ରଣା ସହି ହେଉନି, କି କାହାକୁ କହି ହେଉନି ଡାକ୍ତରଖାନା ଯିବେ କେମିତି ଗାଁକୁ ରାସ୍ତା ନଥବାରୁ ଆମ୍ବୁଲାନ୍ସ ପହଞ୍ଚି ପାରିନଥିଲା । ଅନ୍ୟ ଉପାୟ ନପାଇ ଗାଁ ଲୋକେ ଅନନ୍ତିଙ୍କୁ ଭାରାରେ ବୋହି ୩ କିଲୋମିଟର ବୋହିକି ଆଣି ବାଲିଗୁଡା ଡାକ୍ତରଖାନାରେ ଭର୍ତି କରାଇ ଥିଲେ ।ହେଲେ ଗାଁକୁ ରାସ୍ତା ନଥିବାରୁ ଏ କେବଳ ଅନନ୍ତିଙ୍କ ଦୁଃଖ କାହାଣୀ ନୁହଁ ।୨୦ରୁ ଉର୍ଦ୍ଧ ପରିବାର ନିଜ ଦେହକୁ ଏମିତି ଯନ୍ତ୍ରଣା ଦେଉଛନ୍ତି । କାରଣ ଉକ୍ତ ଗାଁକୁ ଭଲ ରାସ୍ତା ନାହିଁ । ରାସ୍ତା ନଥିବା କାରଣରୁ ଗାଁକୁ ଆମ୍ବୁଲାନ୍ସ ଆସିପାରୁନି ତେଣୁ ନିଜ ଦେହ ଖରାପ କଥା ପଡ଼ିଲେ ସେମାନେ ଅସହାୟ ହୋଇପଡ଼ନ୍ତି । ଜିଲ୍ଳା ପ୍ରଶାସନ ଉକ୍ତ ଗ୍ରାମକୁ ଭଲ ରାସ୍ତାଟିଏ କରିବାକୁ ଅଞ୍ଚଳବାସି ଦାବି କରିଛନ୍ତି।

nis-ad
Leave A Reply

Your email address will not be published.