୨୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ନାଉଗାଁ ବ୍ଲକ କନିଷ୍ଠ ଯନ୍ତ୍ରୀ

ଜଗତସିଂହପୁର: ଏହି କିଛି ଦିନ ମଧ୍ୟରେ ରାଜ୍ୟରେ ବଡ ବଡ ପଦବୀରେ ଥିବା ଯନ୍ତ୍ରୀ ମାନେ ଲାଞ୍ଚ ନେଉଥିବା ବେଳେ ଧରାପଡୁଛନ୍ତି । ସେମାନଙ୍କ ନିକଟରୁ ପୁଳା ପୁଳା ଟଙ୍କା, ସୁନା ଗହଳା ସହ ବହୁ ସଂଖ୍ୟକ ପ୍ଲଟ ମାନ ଠାବ ହେଉଛି । ତଥାପି ଲାଞ୍ଚ କାରବାର ବନ୍ଦ ହେବା ସତ୍ତ୍ବେ ବ୍ୟାଧି ପରି ବ୍ୟାପିବାରେ ଲାଗିଛି । ସେହିଭଳି ଆଉ ଏକ ଘଟଣା ସାମ୍ନାକୁ ଆସିଛି ଗତସିଂହପୁର ଜିଲ୍ଲାରେ ।

ଭିଜିଲାନ୍ସ ଜାଲରେ ପଡିଛନ୍ତି ଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକର କନିଷ୍ଠ ଯନ୍ତ୍ରୀ ସ୍ମୃତି ରଞ୍ଜନ ନାୟକ । ଲାଞ୍ଚ ନେଉଥିବାବେଳେ ମାଡି ବସିଲା ଭିଜିଲାନ୍ସ ଟିମ୍ । ଏକ ଶ୍ମଶାନ କାମ ବିଲ୍ କରିବା ପାଇଁ ଠିକାଦାର ପ୍ରତାପ କାଣ୍ଡିଙ୍କ ଠାରୁ ସ୍ମୃତି ରଞ୍ଜନ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ ।

ତେବେ ଲାଞ୍ଚ ମାଗିବା ଘଟଣା ନେଇ ପ୍ରତାପ ଚନ୍ଦ୍ର ଭିଜିଲାନ୍ସକୁ ଜଣାଇଥିଲେ । ପୂର୍ବ ଯୋଜନା ମୁତାବକ ଛକି ରହିଥିଲେ ଭିଜିଲାନ୍ସ ଟିମ୍ । ୨୫ ହଜାର ଟଙ୍କା ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା । କନିଷ୍ଠ ଯନ୍ତ୍ରୀଙ୍କ ସହ ତାଙ୍କର ଜଣେ ସହଯୋଗୀ ମଧ୍ୟ ଧରାପଡିଛନ୍ତି ।

nis-ad
Leave A Reply

Your email address will not be published.