ଗତକାଲି ଠାରୁ ନିଖୋଜ ଥିବା ଯୁବ ଶିକ୍ଷକଙ୍କ ଶବ ଉଦ୍ଧାର : ଆତ୍ମହତ୍ୟା ସନ୍ଦେହ…


ନବରଙ୍ଗପୁର : ଜଣେ ଶାନ୍ତ ସ୍ଵଭାଵ ଅତ୍ୟନ୍ତ ମେଳାପୀ ଯୁବକ ଥିଲେ ମୃତ ଶିକ୍ଷକ ଏସ କାଳିଆ, ଗତକାଲି ସନ୍ଧ୍ୟା ୬ ଘଣ୍ଟ ସମୟରେ ରେନକୋଟ ପିନ୍ଧି ନିଜ ବାଇକରେ ରେ ବାହାରିଥିଲେ,ରାତିରେ ବହୁ ସମୟ ଧରି ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜା ଖୋଜି କରି ନିରାଶ ହେବା ପରେ ଟାଉନ ଥାନା ରେ ନିଖୋଜ ଥିବା ନେଇ ଏତଲା ଦେଇଥିଲେ, ଏତଲା କୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଥିଲା ଟାଉନ ପୋଲିସ, ଆଉ ଆଜି ପୁରୁଣା ଇନ୍ଦ୍ରାବତୀ ପୋଲ ନିକଟରେ ତାଙ୍କ ବାଇକ,ରେନ କୋଟ ଆଉ ଜୋତା ଦେଖି ସ୍ଥାନୀୟ

ବାସିନ୍ଦା ପୋଲିସକୁ ସୂଚନା ଦେଇଥିଲେ। ଅଗ୍ନିଶମ ବାହିନୀର ଅଧିକାରୀ ଖବର ପାଇ ତୁରନ୍ତ ପହଂଚି ନଦୀ ଭିତରୁ ତାଙ୍କ ଶବ ଉଦ୍ଧାର କରିଛନ୍ତି, ମୃତ ଏସ କାଳିଆ ସ୍ଥାନୀୟ ମିରଗାନଗୁଡା ସରକାରୀ ମଧ୍ଯ ଇଂରାଜୀ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ, ସ୍ଥାନୀୟ ପାରିପାର୍ଶ୍ଵିକ ସ୍ଥିତି ରୁ ସମସ୍ତେ ସେ ଆତ୍ମହତ୍ୟା କରି ଥାଇ ପାରନ୍ତି ବୋଲି ସନ୍ଦେହ କରୁଛନ୍ତି କୌଣସି ପାରିବାରିକ କଳହ ରୁ ସେ ଏଭଳି ଚରମ ନିଷ୍ପତି ନେଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା, ଘରେ ତାଙ୍କର ଦୁଇ କୁନି ଝିଅ,ବଡ଼ ଝିଅ ୬ ବର୍ଷର ଏବଂ ସାନ ଝିଅ ମାତ୍ର ଏକ ବର୍ଷ ର, ସ୍ତ୍ରୀ ଏବଂ ଦୁଇ ଝିଅ ଙ୍କ ଆଖିରୁ ଶୁଖୁ ନାହିଁ ଲୁହ, ଏପଟେ ସହର ର ଜଣେ ଶାନ୍ତ ସରଳ ମେଳାପୀ ଯୁବକ ଏସ.କାଳିଆଙ୍କ ଏଭଳି ଆକସ୍ମିକ ମୃତ୍ୟୁ କୁ ନେଇ ସହର ରେ ଶୋକ ର ଛାୟା ଖେଳି ଯାଇଛି।

nis-ad
Leave A Reply

Your email address will not be published.