ନବରଙ୍ଗପୁର : ପୂର୍ବ ନିର୍ଧାରିତ କାର୍ଯ୍ୟକ୍ରମ ପ୍ରକାରେ ସ୍ଥାନୀୟ ବ୍ଲକ ପରିସରରେ ବିଧାୟକ ଙ୍କ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଶିବିର ରେ ବିଧାୟକ ଶ୍ରୀ ଗୌରୀଶଙ୍କର ମାଝି ଙ୍କ ସହ ବହୁ ଅଧିକାରୀ ଉପସ୍ଥିତ ଥିଲେ। ଜନତା ଙ୍କ ନିକଟରେ ପହଂଚି ସେମାନଙ୍କ ମୌଳିକ ସମସ୍ୟା ର ସମାଧାନ କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ଜନ ପ୍ରତିନିଧି ଙ୍କୁ ପରାମର୍ଶ ଦେଇଛନ୍ତି। ରାଜ୍ୟ ର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଅଭିଯୋଗ ଶୁଣାଣି ଆରମ୍ଭ କରିଥିବା ବେଳେ ନବରଙ୍ଗପୁର ବିଧାୟକ ମଧ୍ୟ ଅଭିଯୋଗ ଶୁଣିବା ଆଳରେ ଲୋକଙ୍କ ସହ ଯୋଡି ହେବାକୁ ଇଚ୍ଛା ପ୍ରକଟ କରିଛନ୍ତି। ଆଜି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ରେ ବ୍ଳକ ର ସମସ୍ତ ପଞ୍ଚାୟତ ରୁ ଆସିଥିବା ଆଶାୟୀ, ଅଭିଯୋଗ କାରୀଓ ହିତାଧିକାରୀ ନିଜ ନିଜ ସମସ୍ୟା ଓ ଅଭିଯୋଗ ବିଧାୟକ ଙ୍କ ନିକଟରେ ଦାଖଲ କରିଥିଲେ। ବ୍ଳକ ର ସିଡିପିଓ ଅଙ୍ଗନବାଡି କେନ୍ଦ୍ର ପିଲା ଙ୍କ ୟୁନିଫର୍ମ କୁ ନେଇ ଟଙ୍କା ମାଗୁଥିବା ଏକ ସ୍ୱୟଂ ସହାୟକ ଦଳ ଅଭିଯୋଗ କରିଥିଲେ। ସିଡିପିଓ ଙ୍କୁ ଏହି ଅଭିଯୋଗ ର ଉତ୍ତର ଦେବା ପାଇଁ କୁହାଯାଇଥିଲା। ସେ ସନ୍ତୋଷ ଜନକ ଉତ୍ତର ଦେଇ ପାରି ନଥିବାରୁ ଉପରିସ୍ଥ ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ବିଧାୟକ ତାଗିଦ୍ କରିଥିଲେ।ଏହି ଜନ ଶୁଣାଣି ରେ ୧୦୦୦ ରୁ ଉର୍ଦ୍ଧ୍ୱ ଆବେଦନ ଓ ଅଭିଯୋଗ ପତ୍ର ଗ୍ରହଣ କରାଯାଇଥିଲା।
ଏହି ଅବସରରେ୨୨ ଜଣଙ୍କୁ ପେନସନ, ୩ ଜଣଙ୍କୁ ଟ୍ରାଇ ସାଇକେଲ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁନୀଲ ଖରା ଙ୍କ ସହ ବ୍ଳକ ଅଧ୍ୟକ୍ଷ ଓ ବ୍ଳକ ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.