ମାଲକାନଗିରି ସରକାରୀ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ଆଇନସେବା ପ୍ରାଧିକରଣର ଆଇନି ସଚେତନତା କାର୍ଯ୍ୟକ୍ରମ…


ମାଲକାନଗିରି : ମାଲକାନଗିରି ଜିଲ୍ଲା ବିଚାରପତି ପ୍ରସନ୍ନ କୁମାର ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ଆଇନିସେବା ପ୍ରାଧିକରଣ ଦ୍ଵାରା ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ଥାୟୀ ଓ ନିରନ୍ତର ଅଦାଲତର ବିଚାରପତି ତଥା ଆଇନିସେବା ପ୍ରାଧିକରଣର ସଚିବ ଓ ବିଚାରପତି ସୁଶ୍ରୀସଂଗୀତା ପାତ୍ର ଅଧ୍ୟକ୍ଷତା କରିଥିଲେ । ମାନ୍ୟବର ବିଚାରପତି ସାମାଜିକ ନ୍ୟାୟ ପ୍ରତିଷ୍ଠା ସହ ଦେଶରେ ଗରିବ ମାନଙ୍କୁ ଶଶକ୍ତ କରି ସେମାନେ ସମାଜରେ କିପରି ଭଲ ଭାବରେ ସମ୍ମାନର ସହ ବଞ୍ଚିବେ ସେଥିପାଇଁ ଗୁରୁତ୍ୱାରୋପ କରିଥିଲେ ଏବଂ ବିଭିନ୍ନ ସରକାରୀ ଯୋଜନା ଗୁଡିକ ଉପରେ ବୁଝାଇବା ସହ ବଧ୍ୟତା ମୂଳକ ଶିକ୍ଷା ଆଇନ ୨୦୦୯ ଓ ବିଭିନ୍ନ ଶିଶୁ ଅଧିକାର ଓ ସେମାନଙ୍କ ନିମନ୍ତେ ଥିବା ବିଭିନ୍ନ ସରକାରୀ ଯୋଜନା ଉପରେ ମଧ୍ୟ ବୁଝାଇ ନିଷ୍ଠା ପରିଶ୍ରମ ସହ ପାଠ ପଢାପଢି କରି ଭବିଷ୍ୟତରେ ଭଲ ମଣିଷ ହୋଇ ସମାଜର ଉନ୍ନତି ପାଇଁ ଉଦ୍ୟମ କରିବାକୁ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶିବ ପ୍ରସାଦ ପାତ୍ର ଯୋଗଦେଇ ବିଦ୍ୟାଳୟରେ ଏପରି ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ କରିଥିବାରୁ ଜିଲ୍ଲା ଆଇନିସେବା ପ୍ରାଧିକରଣକୁ ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସ ଶିଶୁ ମାନଙ୍କ ନିମନ୍ତେ ଉଦ୍ଧିଷ୍ଟ ବିଭିନ୍ନ ଯୋଜନା ଉପରେ ବୁଝାଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଆଇନ ସେବା ପ୍ରାଧିକରଣର ପ୍ରମୁଖ ଆଇନ୍ ସେବା ପ୍ରତିରକ୍ଷା ଓକିଲ ଅଶୋକ କୁମାର ପଟ୍ଟନାୟକ, ଉପ ପ୍ରମୁଖ ପ୍ରତିରକ୍ଷା ଓକିଲ ରାଜେଶ ପଟ୍ଟନାୟକ, ସହାୟକ ପ୍ରତିରକ୍ଷା ଓକିଲ ସାଗର ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ବିଭିନ୍ନ ଆଇନ ଓ ସରକାରଙ୍କ ଲୋକ ହିତକାରୀ ଯୋଜନା ମାନଙ୍କ ଉପରେ ସରଳ ଭାବେ ବୁଝାଇଥିଲେ । ଏଥିରେ ଶତାଧିକ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦାନ କରିଥିଲେ । ଶେଷରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ସଞ୍ଜୀବ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
ଜିଲ୍ଲା ଉନ୍ନତିରେ ବ୍ୟବସାୟୀଙ୍କ ସହଯୋଗ ଆବଶ୍ୟକ, ବିଧାୟକ ନରସିଂହ, ଜିଲ୍ଲା ବ୍ୟବସାୟୀ ସଂଘ ପକ୍ଷରୁ ବିଧାୟକଙ୍କୁ ସ୍ବାଗତ ସମ୍ବର୍ଦ୍ଧନା, ବିଭିନ୍ନ ସମସ୍ୟା ନେଇ ଆଲୋଚନା ।

nis-ad
Leave A Reply

Your email address will not be published.