ଖଡୁରା ସମାଜ ଫୁଲବାଣୀ ପକ୍ଷରୁ କାଉଡିଆଙ୍କୁ ସେବା ଓ ଶୁଖିଲା ଖାଦ୍ୟ ବଣ୍ଟନ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ଠାରେ ଗଠିତ ହୋଇଥିବା ନିଖିଳ ଉତ୍କଳ ଖଡୁରା ସମାଜ ଆଜି ସମଗ୍ର ରାଜ୍ୟରେ ବେଶ ପରିଚୟ ସୃଷ୍ଟି କରି ପାରିଛି ସାମାଜ ସେବା କ୍ଷେତ୍ରରେ । ଆଜି ସେହି ନିଖିଳ ଖଡୁରା ସମାଜ ଫୁଲବାଣୀ ପୁଣି କାଉଡିଆଙ୍କୁ ସେବା ପ୍ରଦାନ କରିଛି । ରବିବାର ଠାରୁ ଚକାପାଦ ଶୈବ ପୀଠରେ କାଉଡିଆ ମାନଙ୍କ ଭିଡ ଜମିଥିଲା ଶିବ ଲିଙ୍ଗରେ ପାଣି ଢ଼ାଳିବା ପାଇଁ l ଏହି ପିଠକୁ ରାଜ୍ୟର ବିଭିନ୍ନ ସ୍ଥାନରୁ ବହୁ ଭକ୍ତ ଆସି ରୁଣ୍ଡ ହୁଅନ୍ତି ଏହିପରି ସମୟରେ ରବିବାର ସନ୍ଧ୍ୟାରୁ ଖଡୁରା ସମାଜ ତରଫରୁ ହଜାର ହଜାର ଭକ୍ତଙ୍କୁ ଶୁଖିଲା ଖାଦ୍ୟ ପଦାର୍ଥ ଏବଂ ପ୍ରାଥମିକ ଚିକିତ୍ସା ପ୍ରଦାନ କରାଯାଇଛି l କିଛି ଦିନ ତଳେ ଏହି ସାମାଜ ପକ୍ଷରୁ ବୃଦ୍ଧାଶ୍ରମ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇ ଥିଲା । ଏହିପରି ଏକ ସେବା କାର୍ଯ୍ୟ ପ୍ରଦାନ ପାଇଁ ସମାଜର ସଭାପତି ଅର୍ଜୁନ ସେନାପତିଙ୍କ ତତ୍ତ୍ବାବଧାନରେ ଏବଂ ସାଧାରଣ ସମ୍ପାଦକ ଉମାଶଙ୍କର ମହାପାତ୍ରଙ୍କ ପୂର୍ଣ୍ଣ ସହଯୋଗରେ ଏହି କାର୍ଯ୍ୟକ୍ରମ ସଫଳ ହୋଇ ପାରିଛି l

ସଂଘର ଉପଦେଷ୍ଟା ସୁବାଷ ଚନ୍ଦ୍ର ମହାପାତ୍ର ଏବଂ ସଦସ୍ୟ ଭିମରାଜ ନାୟକ, ପ୍ରଦିପ କୁମାର ନାୟକ, ଭିକାରୀ ନାୟକ, ଶିବ ଶଙ୍କର ବେହେରା, ତ୍ରିନାଥ ନାୟକ ଲୁଲୁ ସୁବୁଦ୍ଧି, ଦିବାକର ନାୟକ, ରବିନ୍ଦ୍ର ସୁବୁଦ୍ଧି, ରିଙ୍କୁ ମହାପାତ୍ର, ଟୁଟୁ ନାୟକ, ଭଗବାନ ନାୟକ,ଶଙ୍କର ନାୟକ, ନାରାୟଣ ମହାପାତ୍ର, କାବୁଲା ସେନାପତି, ବିଘ୍ନେଶ୍ୱର ନାୟକ, ପ୍ରଶାନ୍ତ ସେନାପତି,ଦିବ୍ୟ ରଞ୍ଜନ ନାୟକ, ରିଙ୍କୁ ମହାପାତ୍ର, ରବିନ୍ଦ୍ର ମହାପାତ୍ର, କୃଷ୍ଣ ଚନ୍ଦ୍ର ନାୟକ, କୃଷ୍ଣ ନାୟକ ଶଙ୍କର ନାୟକ ଏବଂ ପ୍ରଦୀପ୍ତ ମୁନି ପ୍ରମୁଖ ଉପସ୍ଥିତ ରହି କାଉଡିଆଙ୍କୁ ସେବା ସହ ପ୍ରାଥମିକ ଚିକିତ୍ସା ପ୍ରଦାନ କରି କାର୍ଯ୍ୟକ୍ରମକୁ ସଫଳ କରାଇବାରେ ସହଯୋଗ କରିଥିଲେ। ଜିଲ୍ଲାରେ ଏପରି ଆଗକୁ ବିଭିନ୍ନ ପ୍ରକାରର ସେବା ସହଯୋଗ ଖଡୁରା ସମାଜ ପକ୍ଷରୁ ଆୟୋଜନ କରାଯିବ ବୋଲି ସମ୍ପାଦକ ଉମାଶଙ୍କର ମହାପାତ୍ର କହିଛନ୍ତି l

nis-ad
Leave A Reply

Your email address will not be published.