ପରବର୍ତ୍ତୀ ଡିଜିପି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ, ରେସ୍ ରେ ସବୁଠୁ ଆଗରେ ୱାଇବି ଖୁରାନିଆ

ଭୁବନେଶ୍ୱର : ପରବର୍ତ୍ତୀ ଡିଜିପି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ । ଖୁବ୍ ଶୀଘ୍ର ନିଯୁକ୍ତ ହେବେ ନୂଆ ଡିଜିପି । ରେସ୍ ରେ ସବୁଠୁ ଆଗରେ ଅଛନ୍ତି ୱାଇବି ଖୁରାନିଆ । ୧୯୯୦ ବ୍ୟାଚର ଓଡ଼ିଶା କ୍ୟାଡର ଆଇପିଏସ ଅଫିସର । ୩ ବରିଷ୍ଠ IPSଙ୍କୁ ବାୟୋଡାଟା ଦେବାକୁ କୁହାଯାଇଛି । ୧୯୮୮ ବ୍ୟାଚ୍ IPS ଅରୁଣ କୁମାର ରାୟ । ୧୯୮୯ ବ୍ୟାଚ୍ IPS ଏସ.ଏମ୍ ନର୍ଭାଣେ । ଏହି ୩ ଜଣ IPSଙ୍କୁ ଅତିରିକ୍ତ DGP, ପୋଲିସ ମୁଖ୍ୟାଳୟ ଚିଠି ଲେଖିଛନ୍ତି ।

ବାୟୋଡାଟା ଦେବାକୁ କୁହାଯାଇଛି । ଏନେଇ ଖୁବଶୀଘ୍ର ଏମପାନେଲମେଣ୍ଟ କମିଟି ମିଟିଂରେ ଆଲୋଚନା ହେବ । ୱାଇବି ଖୁରାନିଆ କେନ୍ଦ୍ରୀୟ ଡେପୁଟେସନରୁ ଏବେ ଫେରିଛନ୍ତି। ଆଇନ ଅନୁସାରେ ଡିଜିପି ନିଯୁକ୍ତି ପାଇଁ ରାଜ୍ୟ ସରକାର ୟୁପିଏସସିକୁ ଏକ ବରିଷ୍ଠ ଆଇପିଏସଙ୍କର ତାଲିକା ପଠାଇଥାନ୍ତି। ୟୁପିଏସସି ସେମାନଙ୍କ କ୍ୟାରିୟର ଓ ବିଭିନ୍ନ ଦିଗକୁ ତର୍ଜମା କରି ତିନିଟି ନାଁ ରାଜ୍ୟ ସରକାରଙ୍କ ନିକଟକୁ ପଠାଇଥାନ୍ତି। ସେହି ତିନି ଆଇପିଏସ ଅଫିସରଙ୍କ ମଧ୍ୟରୁ ଜଣଙ୍କୁ ଡିଜି ଭାବେ ନିଯୁକ୍ତି ଦେଇଥାନ୍ତି ରାଜ୍ୟ ସରକାର।

nis-ad
Leave A Reply

Your email address will not be published.