ନାବାଳିକା ଦୁଷ୍କର୍ମ ଉଦ୍ୟମ ମାମଲାରେ ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡ ସହ ୯ ହଜାର ଜୋରିମାନା…

ଫୁଲବାଣୀ : ଫୁଲବାଣୀ ଫାଷ୍ଟ ଟ୍ରାକ ପୋକ୍ସୋ୍ କୋର୍ଟର ବିଚାରପତି କୈଳାସ ଚନ୍ଦ୍ର ସ୍ବାଇଁ ଏକ ୧୩ଵର୍ଷିଆ ନାବାଳିକା ଦୁଷ୍କର୍ମ ଉଦ୍ୟମର ବିଚାର ୧୭ ଜଣସାକ୍ଷୀ, ଡ଼ାକ୍ତରୀ ରିପୋର୍ଟ ଆଧାରରେ ବିଚାର କରି ରୁପକ ଦିଗାଲ ୩୫ବର୍ଷକୁ ଦୋଷୀ ସାବ୍ୟସ୍ତ କରି ୧୦ଵର୍ଷ କାରାଦଣ୍ଡ ସହ ଟ୯୦୦୦ଙ୍କା ଜୋରିମାନା ଆଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ଆଉ ଅଧିକ ଏକ ବର୍ଷ ନଅ ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ସରକାରଙ୍କ ତରଫରୁ ଫାଷ୍ଟ ଟ୍ରାକ ପୋକ୍ସୋ୍ କୋର୍ଟର ସ୍ଵତନ୍ତ୍ର ପି.ପି. ବନମାଳୀ ବେହେରା ମାମଲା ପରିଚାଳନା କରୁଥିଲେ।ସୁଚନା ଅନୁସାରେ ଗତ ତା୨୫.୦୩.୨୦୨୧ରିଖ ରେ ପିତା,ମାତା,ଭାଇ ଭଉଣୀମାନଙ୍କ ସହ ଗାଆଁ ରେ ହେଉଥିବା ଯାତ୍ରା ଦେଖିବାକୁ ଯାଇଥିଲେ।ରାତି ୧୦ଟା ବେଳେ ଘରକୁ ଫେରି ପୁନର୍ବାର ପିଡୀତା ଏବଂ ଅଭିଯୁକ୍ତ ବାପାଙ୍କ ସହ ଯାତ୍ରା ଦେଖିବାକୁ ଗଲେ। ରାସ୍ତାରେ ଯିବା ସମୟରେ ଅଭିଯୁକ୍ତ ପିଡୀତାକୁ ଟାଣି ଟାଣି ଜଙ୍ଗଲକୁ ନେଇ ପେଣ୍ଟ୍ ସାର୍ଟ ଖୋଲି ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ। ପିଡୀତା କୌଣସି ପ୍ରକାରେ ଅଭିଯୁକ୍ତ ପାଖରୁ ଖସି ଯାଇ ଜେଜେମା ଘରକୁ ଦୌଡ଼ି ପଳାଇଥିଲେ ଏବଂ ଭୟରେ କିଛି କହିନଥିଲା ଯେହେତୁ ଅଭିଯୁକ୍ତ ଏ କଥା କାହାରିକୁ କହିଲେ ଜୀବନରେ ମାରିଦେବି ଵୋଲି ଧମକ ଦେଇଥିଲେ। ଘରେ ଥିବା ବେଳେ ମଧ୍ୟ ଅଭିଯୁକ୍ତ ଅନେକ ଥର ପୀଡ଼ିତାକୁ ଦୁଷ୍କର୍ମ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। କିଛି ଦିନ ପରେ ପିଡୀତା ମାଆଙ୍କୁ ଏସବୁ ଘଟଣା କହିଵାରୁ, ମାଆର ପରାମର୍ଶକ୍ରମେ କ.ନୁଆ ଗାଁରେ ଲିଖିତ ଅଭିଯୋଗ କରିଥିଲେ। ଥାନାଧିକାରୀ ଥାନା କେଶ୍ ନମ୍ଵର୍ -୧୧୦/୨୦୨୧ରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟରେ ହାଜର କରାଇଥିଲେ। ଅଦ୍ୟ ତା ୦୫.୦୮.୨୦୨୪ରିଖ ରେ ବିଚାରପତି ମହାଶୟ ଉକ୍ତ ରାୟ ପ୍ରକାଶ କରିଛନ୍ତି।

nis-ad
Leave A Reply

Your email address will not be published.