କର୍ତ୍ତବ୍ୟରତ ହୋମଗାର୍ଡଙ୍କୁ ମରଣାନ୍ତକ ଆକ୍ରମଣ…

ଫୁଲବାଣୀ :କନ୍ଧମାଳ ଜିଲ୍ଲାର ହୋମଗାର୍ଡ ସଂଘର ଆବାହକ ତଥା କାର୍ଯ୍ୟରତ ସଦର ଥାନାର ହୋମଗାର୍ଡ ବିରାଜ ପ୍ରଧାନ ଙ୍କୁ ଗତକାଲି ରାତି ୧୦ ଟାରେ ଡିଉଟି ସାରି ଘରକୁ ଫେରୁଥିବା ସମୟରେ କିଛି ଦୁବୃର୍ତ୍ତ ତାଙ୍କୁ ଆକ୍ରମଣ କରିଥିଲେ l ଘଟଣା ସ୍ଥଳରେ ଏକ ଟ୍ରକ ପହଁଚି ଥିବାରୁ ହୋମଗାର୍ଡ ଜଣଙ୍କ ଜୀବନ ବ୍ୟାକୁଳରେ ଟ୍ରକ ଟିକୁ ଅଟକାଇ ଥିଲେ l ଟ୍ରକ ଡ୍ରାଇଭର ଜଣଙ୍କ ସଦର ଥାନାକୁ ଫୋନ ଯୋଗେ ଜଣେଇବା ପରେ ସଦର ଥାନା ଅଧିକାରୀ ଏବଂ ଷ୍ଟାପ୍ପ ଘଟଣା ସ୍ଥଳରେ ପହଞ୍ଚି ହୋମଗାର୍ଡ କର୍ମଚାରୀଙ୍କୁ ଉଦ୍ଧାର କରି ଫୁଲବାଣୀ ମୁଖ୍ୟ ଚିକିତ୍ସା ଳୟକୁ ଆଣିଥିଲେ l ହୋମଗାର୍ଡ ବିରାଜଙ୍କୁ ଅଧିକ ଚିକିତ୍ସା ଆବଶ୍ୟକ ହେଉଥିବାରୁ ଡାକ୍ତର ବ୍ରହ୍ମହପୁର ଏମ୍ କେ ସି ଜି ମେଡିକାଲ କୁ ସ୍ଥାନାନ୍ତର କରିଛନ୍ତି l ସଦର ଥାନା ରେ ହୋମଗାର୍ଡ କର୍ମଚାରୀ ଙ୍କ ସ୍ତ୍ରୀ ଲିଖିତ ଅଭିଯୋଗ ଦେଇଥିବା ବେଳେ ଥାନା ଅଧିକାରୀ ତଦନ୍ତ ଚାଲୁ ରଖିଛନ୍ତି ଏବଂ ଦୋଷୀ ମାନଙ୍କୁ ଖୁବ୍ ଶୀଘ୍ର ଧରାଯିବ ବୋଲି ସୂଚନା ଦେଇଛନ୍ତି l

nis-ad
Leave A Reply

Your email address will not be published.