ବିଜେପି ପକ୍ଷରୁ କନ୍ଧମାଳ ସାଂସଦ ଓ ବିଧାୟକଙ୍କ ସାମ୍ବାଦିକ ସମ୍ମିଳନୀ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ସଦର ମହକୁମା ପ୍ରଦକ୍ଷିଣ ଗୃହଠାରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଜିଲ୍ଲା ସାଧାରଣ ସମ୍ପାଦକ ଲିଙ୍ଗରାଜ ଦଳବେହେରାଙ୍କ ପରିଚାଳନାରେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀଙ୍କ ସଭାପତିତ୍ବ ରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l ଏଥିରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ କିପରି କାର୍ଯ୍ୟକାରୀ କରାଯାଇଛି ସେ ବିଷୟରେ କହିଥିଲେ l ଓଡ଼ିଶାରେ ବିଜେପିର ପ୍ରଥମ ସରକାର ଯିଏକି ରାଜନୈତିକ ସଂସ୍କୃତି ପ୍ରତିଷ୍ଠା କରିଛି । ନିର୍ବାଚନ ବେଳେ ସଂକଳ୍ପ ପତ୍ରରେ ଲୋକଙ୍କୁ ଦେଇଥିବା ପ୍ରାୟ ସମସ୍ତ ପ୍ରତିଶୃତି ପାଳନ କରିଛି । ପ୍ରଥମ ବଜେଟ ରେ ହିଁ ବ୍ୟୟ ବରାଦ କରି ଏକ ନୂତନ ପରମ୍ପରା ସୃଷ୍ଟି କରିଥିବା ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ କହିଛନ୍ତି l ବିଜେପି ସରକାରଙ୍କ ବଜେଟର ସାମଗ୍ରିକ ବିକାଶ,ମହିଳା, କୃଷକ ଯୁବକ ଯୁବତୀ, ବୃଦ୍ଧ,ବୃଦ୍ଧା ଓ ଗରିବ ଲୋକଙ୍କ ପାଇଁ ସମର୍ପିତ ବୋଲି ସାଂସଦ ପାଣିଗ୍ରାହୀ କହିଥିଲେ । ବିଜେପିର ସଂକଳ୍ପ ପତ୍ର ରେ ଥିବା ସୁଭଦ୍ରା ଯୋଜନା ର କାର୍ଯ୍ୟକାରିତା ପାଇଁ ରାଜ୍ୟସରକାର ନିଷ୍ପତି ନେଇଛନ୍ତି । ଧାନର କ୍ରୟ ମୂଲ୍ୟ ୩୧ ଶହ ଟଙ୍କା କରିବାପାଇଁ ବ୍ୟୟବରାଦ କରାଯାଇଛି l ବୟସ୍କ ବ୍ୟକ୍ତି ମାନଙ୍କୁ ସାମାଜିକ ସୁରକ୍ଷା ପାଇଁ ମାସିକ ୩୫ ଶହ ଟଙ୍କା ଭତ୍ତା ପାଇଁ ମଧ୍ଯ ବଜେଟରେ ବ୍ୟବସ୍ଥା ହୋଇଛି ବୋଲି କହିଥିଲେ l ସେହିପରି ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ ଯୋଗଦେଇ ବଜେଟ ସମ୍ବନ୍ଧରେ ସୂଚନା ଦେଇଥିଲେ l ଏଥି ସହିତ ପୂର୍ବତନ ସରକାର କୃଷକ ମାନଙ୍କୁ ସମ୍ପୂର୍ଣ୍ଣ ଅଣଦେଖା କରିବା ସହ ଚାଷ ଜମିକୁ ଜଳସେଚନ ବ୍ୟବସ୍ଥା କରିବାକୁ ପ୍ରତିଶୃତି ଦେଇ ଭୁଲିଗଲେ, ବୋଲି ବିଧାୟକ ଶ୍ରୀ ମଲ୍ଲିକ କହିଥିଲେ । ବିଜେପି ସରକାର କୃଷକ ମାନଙ୍କୁ ଅଗ୍ରାଧିକାର ଦେଉଥିବା ମଧ୍ଯ କହିଥିଲେ lବିଜେପି ସରକାର ତାର ପ୍ରଥମ ବଜେଟ୍‌ରେ ହିଁ ୫୮ଟି କୋଲ୍ଡ ଷ୍ଟୋରେଜ୍ ପ୍ରତିଷ୍ଠା କରିବାକୁ ଯାଉଛନ୍ତି l ଅନ୍ୟମାନଙ୍କ ମଧ୍ୟରେ ବିଜେପି ବରିଷ୍ଠ ନେତା ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଭଗବାନ ମହାନ୍ତି, ଜିଲ୍ଲା ଯୁବ ବିଜେପି ସଭାପତି ମୁକ୍ତିକାନ୍ତ ମହାନ୍ତି,ଜିଲ୍ଳା ଉପସଭାପତି ରମେଶ ଚନ୍ଦ୍ର ମହାନ୍ତି, ବିଶ୍ଵ ରଞ୍ଜନ ଦାଶ, ଜଗନ୍ନାଥ ସାହୁ (ଟିକୁ ), ପରେଶ ମହାପାତ୍ର,ତପନ ପାଢୀ, ସମୀର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.