ସ୍ବତନ୍ତ୍ର ସ୍ଵୟଂଶାସିତ ଦକ୍ଷିଣାଞ୍ଚଳ ଉନ୍ନୟନ ପରିଷଦ ଗଠନ ନିମନ୍ତେ ସ୍ମାରକପତ୍ର

ବ୍ରହ୍ମପୁର : ନିକଟରେ ରାଜ୍ୟ ସରକାର ଆଞ୍ଚଳିକ ବୈଷମ୍ୟ ଦୂର କରିବା ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଢାଞ୍ଚାରେ ଆଉ ଦୁଇଟି ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ ନିମନ୍ତେ ଟାସ୍କ ଫୋର୍ସ ଗଠନ କରିଥିବା ବେଳେ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ କରିବାକୁ ଚିନ୍ତା କରୁଥିବା ଖବର ପ୍ରକାଶ ପାଇଛି । କିନ୍ତୁ ଆମ ସଂଗଠନ ମନେ କରେ ଯେ ଦକ୍ଷିଣାଞ୍ଚଳ ସକାଶେ ସେଭଳି ଦନ୍ତହୀନ ବିକାଶ ପରିଷଦ ନୁହେଁ ଏକ ଶସକ୍ତ ବିକାଶ ପରିଷଦର ଆବଶ୍ୟକ ଅଛି। ଏଭଳି କରି ସରକାର ଯେଉଁ ଆଞ୍ଚଳିକ ବୈଷମ୍ୟ ଓ ଭେଦଭାବ ରହିଛି ତାହାକୁ କୌଣସି ମତେ ପ୍ରଶମିତ କରିଦେବାକୁ ଚାହାନ୍ତି ଯାହା ଆଦୌ ଗ୍ରହଣ ଯୋଗ୍ୟ ନୁହେଁ। ସରକାର ଯଦି ବାସ୍ତବରେ ଆଞ୍ଚଳିକ ବୈଷମ୍ୟବାଦ ଓ ଆଞ୍ଚଳିକ ଭେଦଭାବ ଦୂର କରିବାକୁ ଆନ୍ତରିକତାର ସହ ଚାହାନ୍ତି ତାହାହେଲେ ସ୍ଵତନ୍ତ୍ର ସ୍ୱୟଂଶାସିତ ଦକ୍ଷିଣାଞ୍ଚଳ ଉନ୍ନୟନ ପରିଷଦ ଗଠନ କରି ଦିଅନ୍ତୁ। ଯେଉଁଥିରେ ସମୁଦାୟ ସଦସ୍ୟ ମଣ୍ଡଳୀର ଅଧା ନିର୍ବାଚିତ ପ୍ରତିନିଧି ଓ ବାକି ଅଧା ସରକାରଙ୍କ ଦ୍ଵାରା ମନୋନୀତ ବ୍ୟକ୍ତି ଯେଉଁମାନେ ବିଭିନ୍ନ ବିଷୟରେ ବ୍ରୂତ୍ତିଧାରୀ ବିଶେଷଜ୍ଞ ଥିବେ ସେହିମାନଙ୍କୁ ମନୋନୀତ କରାଯିବର ବ୍ୟବସ୍ଥା ରହିବା ଦରକାର । ଏହାର ପ୍ରସାଶନିକ ପରିଚାଳନା ନିମନ୍ତେ ଜଣେ ଦକ୍ଷ ବରିଷ୍ଠ ସର୍ବ ଭାରତୀୟ ସ୍ତରର ଅଧିକାରୀଙ୍କୁ ନିଯୁକ୍ତ କରାଯିବାର ବ୍ୟବସ୍ଥା ରହୁ। ଏହାର ପ୍ରଶାସନିକ ଭବନ ମୁଖ୍ୟାଳୟ ବ୍ରହ୍ମପୁରରେ ରହୁ। ପରିଷଦକୁ ନିଜ ଅଞ୍ଚଳର ଆବଶ୍ୟକତା ଅନୁଯାୟୀ ଯୋଜନା ଓ ପ୍ରକଳ୍ପ ଚୟନ ଓ କାର୍ଯ୍ୟକାରୀ କରିବାର କ୍ଷମତା ରହିବା ଦରକାର। ସେହିଭଳି ସ୍ଥାନୀୟ ଭାବରେ ଉପଲବ୍ଧ ପ୍ରାକୃତିକ ସମ୍ପଦକୁ ମୂଲ୍ୟ ଯୁକ୍ତ ଉପଯୋଗ କରିବାର ଅଧିକାର ପରିଷଦକୁ ମିଳିବା ଦରକାର। ରାଜ୍ୟ ବଜେଟ ରେ ସ୍ଵତନ୍ତ୍ର ବଜେଟାରୀ ସପୋର୍ଟ ପ୍ରୋଭିଜନ ରହିବା ଦରକାର । ସେହିଭଳି ଆଇନଗତ ସୀକୃତି ଓ ସାମ୍ବିଧାନିକ ମାନ୍ୟତା ମିଳିବା ଦରକାର ।

ଏହି ବିଷୟ ନେଇ କମିଟି ଏହା ଉପରେ ଏଥି ପୂର୍ବରୁ ରାଜ୍ୟ ସରକାରଙ୍କୁ ଦାବୀ ପତ୍ର ଇମେଲ ମାଧ୍ୟମରେ ଦେଇଥିଲା। କମିଟି କହିଛି କେବଳ ବିକାଶ ପରିଷଦ ନାମରେ ଏକ ପ୍ରଭାବ ହୀନ ସଂସ୍ଥା ଓ ଅନୁଷ୍ଠାନ ଗଠନ କରିଦେଲେ ଏହାର ସୁଫଳ କିଛି ମିଳିବ ନାହିଁ। କାରଣ ଦକ୍ଷିଣାଞ୍ଚଳ ଚିରାଚରିତ ଭାବେ ରାଜ୍ୟ ସରକାରଙ୍କ ଦ୍ୱାରା ଅବହେଳିତ। ଓଡ଼ିଶା ପ୍ରଦେଶ ଗଠନ ପରଠାରୁ ଦକ୍ଷିଣାଞ୍ଚଳ କୁ ଐତିହାସିକ ଏବଂ ମୋନୁମେଣ୍ଟାଲ ଅବହେଳା ଓ ଅଣଦେଖା କରାଯାଇଛି। ଫଳସ୍ୱରୂପ ଏହି ଅଞ୍ଚଳ ଦାରିଦ୍ର୍ୟ ଓ ଦାଦନ ର ପରିଚୟ ନେଇ ହୀନମନ୍ୟତାରେ ଜର୍ଜରିତ। ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ,ନିଯୁକ୍ତି, ଭିତ୍ତିଭୂମି, ଶିଳ୍ପ, ଟେକ୍ନୋଲୋଜି, ଭୌଗୋଳିକ ଅବସ୍ଥିତି, ପରିବେଶ,ରାଜନୈତିକ ଜଳସେଚନ,ମୌଳିକ ସୁବିଧା, ପର୍ଯ୍ୟଟନ ଓ ଗମନାଗମନ ଏହିଭଳି ଅନେକ ବ୍ୟବସ୍ଥା ଓ ସୁବିଧା ଦୃଷ୍ଟିକୋଣରୁ ପ୍ରଭୃତି ବହୁ କ୍ଷେତ୍ରରେ ତୁଳନାତ୍ମକ ଭାବରେ ପଛୁଆ, ଅବହେଳିତ, ଅନଗ୍ରସର ଓ ଅବିକଶିତ। ଏହି ସବୁ ଅଞ୍ଚଳରେ ଏକ ବଡ଼ ଭାଗ ଜନଜାତି ସମ୍ପ୍ରଦାୟର ଓ ପଛୁଆ ବର୍ଗ ଜାତିର ଲୋକ ବସବାସ କରନ୍ତି। ଯେଉଁମାନେ ଉପଯୁକ୍ତ ଶିକ୍ଷା ଓ ସ୍ଵାସ୍ଥ୍ୟ ସୁବିଧାରୁ ବଂଚିତ ହୋଇ ଅପପୃଷ୍ଟି ଓ ମାତୃ ଶିଶୁ ମୃତ୍ୟୁ ହାରରେ ଆଗରେ। ସ୍ବାଧୀନତାର ଏତେ ବର୍ଷ ପରେ ମଧ୍ୟ ଏଠାକାର ଲୋକେ ଅଖାଦ୍ୟ ଖାଇବା ଓ ଅଜଣା ରୋଗରେ ଜୀବନ ହରୁଥିବାର ଲଜ୍ୟଜନକ ଦୃଶ୍ୟ ଆଜି ମଧ୍ୟ ଦେଖିବାକୁ ମିଳୁଛି।

ସେହିଭଳି ଏଠାକାର ଲୋକଙ୍କ ମୁଣ୍ଡ ପିଛା ଆୟ ଓ କ୍ରୟ ଶକ୍ତି କ୍ଷମତା ଜାତୀୟ ହାର ଠାରୁ ବହୁତ କମ୍ । ମନେ ହେଉଛି ବ୍ରହ୍ମପୁର ଓ ଦକ୍ଷିଣ ଓଡ଼ିଶା ଅଞ୍ଚଳର ବାସିନ୍ଦାଙ୍କ ଅସ୍ମିତା ଓ ସ୍ୱାଭିମାନ ଆହ୍ୱାନର ସମ୍ମୁଖିନ ହୋଇ ବିପଦରେ ପଡ଼ିଛି। ଏହି ମର୍ମରେ କମିଟି ପକ୍ଷରୁ ଆଜି ଆରଡିସି ଙ୍କ ମାଧ୍ୟମରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ନଗର ଉନ୍ନୟନ ବିଭାଗ ସଚିବଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇ ଅବିଳମ୍ବେ ବ୍ରହ୍ମପୁର ଓ ଦକ୍ଷିଣ ଓଡ଼ିଶା ବାସୀଙ୍କ ଅଭିବୃଦ୍ଧି, ଉନ୍ନତି ଓ ସ୍ବାର୍ଥକୁ ଆଖି ଆଗରେ ରଖି ସ୍ୱୟଂଶାସିତ ଦକ୍ଷିଣାଞ୍ଚଳ ଉନ୍ନୟନ ପରିଷଦ ଗଠନ କରିବାକୁ ସରକାର ପଦକ୍ଷେପ ନେବା ନିମନ୍ତେ ଆଗ୍ରହ କରାଯାଇଛି। କମିଟି ସଭାପତି ସଞ୍ଜୀବ କୁମାର ପଟ୍ଟନାୟକଙ୍କ ନେତୃତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଡ . ଶିବ ପ୍ରସାଦ ମିଶ୍ର, ଦେବୀ ପ୍ରସାଦ ଦାସ, ଟି ସୁଦେଶ କୁମାର ପାତ୍ର,ବି ଭି ସାଗର,ଏମ୍ ଲାବଣ୍ୟ ପାତ୍ର, ରାଜେନ୍ଦ୍ର କୁମାର ଜେନା, ଦିଗାମ୍ବର ସାମନ୍ତରାୟ, ଅଜିତ୍ ପଟ୍ଟନାୟକ, ଅନିଲ ଅଧିକାରୀ, ସି ଏଚ୍ଚ ରାମ କ୍ରିଷ୍ଣା ଦାସ, ଶ୍ରୀକାନ୍ତ ପଢ଼ିହରୀ,ଏମ୍ ନର୍ଶୀଙ୍ଗୁଲୁ, ଗୋପାଳ ଶତପଥୀ, ଲକ୍ଷ୍ମୀ କାନ୍ତ ଜେନା, ରାଜେନ୍ଦ୍ର ପଣ୍ଡା, ଆଦିତ୍ୟ ନାରାୟଣ ରଥ, ପ୍ରବୀଣ କୁମାର ପଟ୍ଟନାୟକ, ଇ ଟି ରାଓ, ଶ୍ୟାମ ସୁନ୍ଦର ଖାଡଙ୍ଗା, ଅଶ୍ୱିନ କୁମାର ସାହୁ, ବୃନ୍ଦାବନ ଖଟେଇ, ବୁଢ଼ା ସାହୁ, ସୁରେଶ ଚନ୍ଦ୍ର ତ୍ରିପାଠୀ, ମାନସ ପାତ୍ର, ପ୍ରଣବ କୁମାର ପଣ୍ଡା, ଜଗନ୍ନାଥ ପ୍ରଧାନ, ଜିତେନ୍ଦ୍ର କୁମାର ପାଢ଼ୀ, ଶଙ୍କର ନାରାୟଣ ସାହୁ, ପ୍ରିତିଶ କୁମାର ପାଣିଗ୍ରାହୀ, କାହୁଁ ଚରଣ ପତି , ଡ଼ିମ୍ପୁ ଦୋର, ପୂର୍ଣ୍ଣ ଚନ୍ଦ୍ର ବେହେରା ଓ ଭୀଷ୍ମ ଚୌଧୁରୀ ପ୍ରମୁଖ ବହୁ ସଦସ୍ୟ ଓ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ।

nis-ad
Leave A Reply

Your email address will not be published.