ବ୍ରହ୍ମପୁର : ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ବାଇକ ସହ ଜଳିଗଲେ ଯୁବକ । ଗତକାଲି ବିଳମ୍ବିତ ରାତିରେ ଗଞ୍ଜାମ ଜିଲା ୧୬ ନମ୍ବର ଜାତୀୟ ରାଜପଥ କନିସି ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଳିଯାଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣକ ହେଲେ କେ. ନୂଆଗାଁ ଥାନା ଅଧୀନ ବୃନ୍ଦାବନଚନ୍ଦ୍ରପୁର ଗ୍ରାମର ଅଜିତ କୁମାର ସାହୁ। ଗୁରୁତର ଆହତ ଜଣକ ରତ୍ନାକର ପାଣିଗ୍ରାହୀ ବୋଲି ସୂଚନା ମିଳିଛି । ଏ ନେଇ ପୋଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି।
ସୂଚନା ମୁତାବକ, କେ. ନୂଆଗାଁ ଥାନା ଅଧୀନ ବୃନ୍ଦାବନଚନ୍ଦ୍ରପୁର ଗ୍ରାମର ଅଜିତ ଓ ରତ୍ନାକର ଗୁରୁବାର ବିଳମ୍ବିତ ରାତିରେ ଏକ ପଲ୍ସର ବାଇକ୍ରେ ବ୍ରହ୍ମପୁର ବଡ଼ ମେଡିକାଲ ଯାଉଥିଲେ। ହେଲେ ଜାତୀୟ ରାଜପଥ କନିସି ଗ୍ରାମ ନିକଟରେ ଅନ୍ୟ ଏକ ଗାଡି ସହ ଅଜିତଙ୍କ ବାଇକ୍ ମଧ୍ୟରେ ଧକ୍କା ହୋଇଥିଲା । ଫଳରେ ବାଇକ୍ ଭାରସାମ୍ୟ ହରାଇ ତଳେ ପଡିିଯିବା ସହ ବାଇକ୍ରେ ନିଆଁ ଲାଗଯାଇଥିଲା। ଏପରିକି ଅଜିତଙ୍କ ଦେହରେ ନିଆଁ ଲାଗିଯାଇଥିଲା। ଏପରିକି ବାଇକ୍ ପଛପଟେ ବସିଥିବା ରତ୍ନାକର ରାସ୍ତାରେ ଛିଟିକି ପଡି ଗୁରୁତର ଆହତ ହୋଇଥିଲେ।
ଖବର ପାଇ ଗୋଳନ୍ଥରା ଥାନା ପୋଲିସ ଓ କନିସି ଅଗ୍ନିଶମ କର୍ମଚାରୀମାନେ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରଥିଲେ। ଆହତଙ୍କୁ ପୋଲିସ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ । ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ସେ ଆଇସିୟୁରେ ଜୀବନ ସହ ସଂଗ୍ରମ କରୁଛନ୍ତି ରତ୍ନାକର ପାଣିଗ୍ରାହୀ । ଅନ୍ୟ ପକ୍ଷେ ଅଜିତଙ୍କ ଦେହର ୭୦ ଭାଗରୁ ଊର୍ଦ୍ଧ୍ୱପୋଡି ହୋଇ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବଡ଼ ମେଡିକାଲ ପଠାଇଛି।
Sign in
Sign in
Recover your password.
A password will be e-mailed to you.