ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାସ୍ତରୀୟ ୭୮ ତମ ସ୍ଵାଧୀନତା ଦିବସ ଜିଲ୍ଲା ସଦର ମହକୁମା ନବରଙ୍ଗପୁର ଷ୍ଟାଡିୟମ୍ ଠାରେ ପାଳନ ନିମନ୍ତେ ଆଜି ସ୍ଥାନୀୟ ମିଶନ ଶକ୍ତି ସଭା ଗୃହରେ ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଡଃ ମିଶ୍ର ସମସ୍ତଙ୍କୁ ଙ୍କୁ ସ୍ଵାଗତ ଜଣାଇ ଆଗାମୀ ଜିଲ୍ଲାସ୍ତରୀୟ ସ୍ଵାଧୀନତା ଦିବସ ଉତ୍ସାହର ସହିତ ମହାସମାରୋହରେ ପାଳନ କରିବା ନିମନ୍ତେ ସମସ୍ତ ଙ୍କର ସହଯୋଗ କାମନା କରିଥିଲେ। ନବରଙ୍ଗପୁର ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲାସ୍ତରୀୟ ଉତ୍ସବ ପାଳନ ର ଆବଶ୍ୟକ ପୂର୍ବ ପ୍ରସ୍ତୁତି ନିମନ୍ତେ ଦାୟିତ୍ଵ ନ୍ୟସ୍ତ କରାଯାଇଥିବା ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ନିଜର ଦାୟିତ୍ଵ ସୁଚାରୁରୂପେ ତୁଲାଇବା ପାଇଁ ଜିଲ୍ଲାପାଳ ଡଃ ମିଶ୍ର ନିର୍ଦ୍ଦେଶ ଦେଇଥିଲେ। ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ଅନୁଯାୟୀ ଅଗଷ୍ଠ ୧୫ ତାରିଖ ଦିନ ପ୍ରାତଃ ଘ୪.୩୦ ମି ସମୟରେ ସହରରେ ମାଇକ୍ ଯୋଗେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ରାମଧୁନ ପରିବେଷଣ କରାଯିବ। ସେହିପରି ସକାଳ୭ ରୁ ୮ ଘଟିକା ମଧ୍ୟରେ ସହର ସ୍ଥିତ ମହାପୁରୁଷ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ, ବିଭିନ୍ନ ସରକାରୀ, ବେସରକାରୀ ଅନୁଷ୍ଠାନ ମାନଙ୍କରେ ସମ୍ମାନ ର ସହିତ ଜାତୀୟ ପତାକା ଉତ୍ତୋଳନ, ପୂର୍ବାହ୍ନ ଘ ୯.୧୫ ମି ସମୟରେ ଷ୍ଟାଡିୟମ ଠାରେ ଦିବସର ମୁଖ୍ୟ ଅତିଥି ଙ୍କ ଦ୍ଵାରା ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ,ସମ୍ମିଳିତ ପ୍ୟାରେଡ ପରିଦର୍ଶନ ଓ ଅଭିବାଦନ ଗ୍ରହଣ, ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପ୍ୟାରେଡ ପ୍ରଦର୍ଶନ,ସାଂସ୍କୃତିକ କାର୍ଯ୍ୟକ୍ରମ, ବିଭିନ୍ନ କ୍ଷେତ୍ରରେ ଶ୍ରେଷ୍ଠ ବିବେଚିତ ଉତ୍ସର୍ଗୀକୃତ ସେବା ପାଇଁ ସମ୍ମାନିତ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ମିଳିତ ପ୍ୟାରେଡ ରେ କୃତିତ୍ଵ ଅର୍ଜନ କରିଥିବା ଶିକ୍ଷାନୁଷ୍ଠାନ ଙ୍କୁ ମୁଖ୍ୟ ଅତିଥି ଙ୍କ ଦ୍ଵାର ପୁରସ୍କାର ପ୍ରଦାନ କରାଯିବ। ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଉପ କାରାଗାର ରେ ଥିବା ଅନ୍ତେବାସୀ ମାନଙ୍କୁ ଫଳ,ମିଷ୍ଟାନ୍ନ ବଣ୍ଟନ କରାଯିବ। ଏହି ଅବସରରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ, ଶିକ୍ଷା ବିଭାଗ, ସମନ୍ୱ୍ୟିତ ଆଦିବାସୀ ଉନ୍ନୟନ ସଂସ୍ଥା, ମୃତ୍ତିକା ସଂରକ୍ଷଣ ଓ ଜିଲ୍ଲାପରିଷଦ ତରଫରୁ ନିଜ ନିଜ ବିଭାଗୀୟ ଉନ୍ନୟନ କାର୍ଯ୍ୟକ୍ରମ ର ସଚେତନତା ବାର୍ତ୍ତା ବାହକ ପ୍ରଜ୍ଞାପନ ମେଢ଼ ପରିକ୍ରମା କରାଯିବ। ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଶିକ୍ଷାନୁଷ୍ଠାନ ର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପ୍ରବନ୍ଧ, ବକ୍ତୃତା ଓ ଦେଶାତ୍ମବୋଧ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଆସନ୍ତା ଅଗଷ୍ଟ ୧୧,୧୨ ଓ ୧୩ ତାରିଖ ପୂର୍ବାହ୍ନ ୮ ଘଟିକା ରୁ ୧୦ଘଟିକା ପର୍ଯ୍ୟନ୍ତ ଷ୍ଟାଡିୟମ ଠାରେ ଆର .ଆଇ ଅଫ୍ ପୋଲିସ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅଭ୍ଯାସ ପ୍ୟାରେଡ ଅନୁଷ୍ଠିତ ହେବ। ଏହି ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ)ନବୀନ ଚନ୍ଦ୍ର ନାୟକ, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ବିରଞ୍ଚିନାରାୟଣ ଦରୱାନ,ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବଟକୃଷ୍ଣ ମିଶ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା ମଳୟ କୁମାର ତ୍ରିପାଠୀ, ଅଧ୍ୟକ୍ଷ ପୌରପାଳିକା ନବରଙ୍ଗପୁର କୁନୁ ନାୟକ,ପି ଏ ଆଇ ଟି ଡି ଏ, ରାଜୀବ କୁମାର ସାହୁ, ଆର.ଆଇ ଅଫ୍ ପୋଲିସ ଅଜୟ କୁମାର ଏକ୍କା, ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ, ଜିଲ୍ଲା ଯୋଗାଣ ଅଧିକାରୀ ଅଜୟ କୁମାର ମଲ୍ଲିକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର, ପ୍ରକଳ୍ପ ନିର୍ଦେଶକ ଜଳ ବିଭାଜିକା ଚକ୍ରଧର ମିଶ୍ର, ନିର୍ବାହୀ ଅଧିକାରୀ ପୌରପାଳିକା ଶଙ୍କର କେରକେଟା, ତହସିଲଦାର ନବରଙ୍ଗପୁର କୈଲାସ ଚନ୍ଦ୍ର ତ୍ରିପାଠୀ,ବିଡିଓ ସୁନୀଲ ଖରା, ନିର୍ବାହୀ ଯନ୍ତ୍ରୀ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ଖଣ୍ଡ ପ୍ରତୀକ କୁମାର ରାଉତ, ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରେଶମ ଲାଲ ନାୟକ,ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଭରତ ଚନ୍ଦ୍ର ସାହୁ, ଡକ୍ଟର ବିଜୟ କୁମାର ମିଶ୍ର, ବିଜୟ ଚୌଧୁରୀ, ନିରଞ୍ଜନ ମିଶ୍ର ଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ,ବିଭିନ୍ନ ଶିକ୍ଷାନୁଷ୍ଠାନ ର ପ୍ରଧାନ ଶିକ୍ଷୟତ୍ରୀ, ଶିକ୍ଷକ, ବେସରକାରୀ ଅନୁଷ୍ଠାନ ର କର୍ମକର୍ତ୍ତା, ଗଣମାଧ୍ୟମ ର ପ୍ରତିନିଧି ପ୍ରମୁଖ ଯୋଗଦେଇ ଥିଲେ। କାର୍ଯ୍ୟକ୍ରମ କୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ ପରିଚାଳନା କରିଥିଲେ ଏବଂ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post
Next Post