ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର କୁଆରମୁଣ୍ଡା ହାଥିବାରୀ ରାସ୍ତାରେ ଜଣେ ବ୍ୟବସାୟୀଙ୍କ ନିର୍ଦ୍ଦୟ ହତ୍ୟା । ଏହି ଖବର ଅଞ୍ଚଳରେ ଏକ ଭୟର ବାତାବରଣ ସୃଷ୍ଟି କରିଛି । ସୂଚନା ଅନୁଯାୟୀ ତା ୩୦/୦୭/୨୪ ରିଖ ଦିନ ପ୍ରାୟ ୧୦ଟା ରାତିରେ କୁଆରମୁଣ୍ଡା ଏବଂ ହାତିବାରୀ ମଧ୍ୟରେ ଥିବା ଡୋଙ୍ଗାପାନି ରାସ୍ତାପଲ ଉପରେ ୭ ରୁ ୮ ଜଣ ଲୋକ ଧାରୁଆ ଅସ୍ତ୍ରରେ ଗୋଟିଏ ଧୋଲ ରଙ୍ଗର ସୁଇପ ଡିଜାର କାରକୁ ଅଟକାଇ ବ୍ୟବସାୟୀ ବସନ୍ତ କୁମାର ବଡାଇକ ୪୫ ବର୍ଷଙ୍କୁ ହାଣି ହତ୍ୟା କରିଥିବା ସୂଚନା ମିଳିଛି । ହାତିବାରୀ ଥାନା ଅନ୍ତର୍ଗତ କୁସୂମଟୋଲି ଅଞ୍ଚଳର ବାସିନ୍ଦା ବାଲି ଜଣାପଡ଼ିଛି । ବସନ୍ତ ରାଉରକେଲାରୁ ନିଜର କାମ କରିବା ପରେ ତାଙ୍କ ଡ୍ରାଇଭର ଚିତ୍ତରଞ୍ଜନ ସିଂ ସହିତ ତାଙ୍କ କାର ଯାହାର ନମ୍ବର OD 14 AF 3446 ରୁ ନିଜଘର କୁସୂମଟୋଲି ହାତିବାରୀକୁ ଫେରୁଥିବା ସମୟରେ କୁଆରମୁଣ୍ଡା ଓ ହାତିବାରୀ ମଧ୍ୟରେ ଥିବା ଡୋଙ୍ଗାପାନି ରାସ୍ତା ନିକଟରେ କିଛି ଅଜ୍ଞାତ ବ୍ୟକ୍ତି ଅଟକି ରହି ଥିଲେ । କାର ଉପରେ ଅଚାନକ ଆକ୍ରମଣ କରିଥିଲେ । କାର ଡ଼୍ରାଇଭର ଘଟଣା ସ୍ଥଳରୁ କାର ଓ ବସନ୍ତକୁ ଛାଡି ଦୌଡ଼ି ନିଜର ଜୀବନ ବଞ୍ଚାଇ ବସନ୍ତଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ । ପରିବାର ଲୋକେ ପୋଲିସକୁ ଘଟଣା ଘଟିଥିବାକୁ ନେ଼ଇ ସୁଚନା ଦେଇଥିଲେ । ସୂଚନା ପାଇବା ପରେ ବୀରମିତ୍ରପୁର ଉପଖଣ୍ଡ ଅଧିକାରୀ ସୁଶାନ୍ତ କୁମାର ଦାସ, ବୀରମିତ୍ରପୁର ଥାନା ଅଧିକାରୀ ବନ୍ଧନା ପାତ୍ର, କୁଆଁରମୁଣ୍ଡା ଫାଣ୍ଡି ଅଧିକାରୀ ଅଭୟ ମହାପାତ୍ର ଏବଂ ରାଉଲକେଲାରୁ ଜ୍ଞାନିକ ଦଳ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁଇ ଜଣଙ୍କୁ ବୀରମିତ୍ରପୁର ଥାନାରେ ଅଟକ ରଖି ପଚରାଉଚରା କରୁଥିବା ସୁଚନା ମିଳିଛି । ପୋଲିସ ସବ ଜବତ କରି ଆଜି ଵେବଛେଦ ପରେ ଘର ଲୋକଙ୍କୁ ହସ୍ତାନ୍ତର କରିଥିବା ପୋଲିସ ପକ୍ଷରୁ ପ୍ରକାଶ । ବୀରମିତ୍ରପୁର ଥାନାରେ ଏକ ହତ୍ୟା ମାମଲା ରୁଜ୍ଜୁ କରି ,ବସନ୍ତଙ୍କୁ କାହିଁକି ହତ୍ୟା କରାଯାଇଥିଲା ଏବଂ କିଏ ଏହି ହତ୍ୟାକାଣ୍ଡ ଘଟାଇଛି ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।
Sign in
Sign in
Recover your password.
A password will be e-mailed to you.