ଫୁଲବାଣୀ : ନିକଟରେ ପ୍ରକାଶ ପାଇଥିବା ଓ.ଏ.ଏସ୍ ପରୀକ୍ଷାରେ କନ୍ଧମାଳ ଜିଲାର ୧୩ ଜଣ କୃତିତ୍ୱ ଲାଭ କରିଥିବା ବେଳେ ସମସ୍ତ କୃତୀ ପରୀକ୍ଷାର୍ଥୀଙ୍କୁ କନ୍ଧମାଳ ଜିଲ୍ଲା ପ୍ରଶାସନ ଓ ଫୁଲବାଣୀ ବିଧାୟକଙ୍କ ମିଳିତ ଆନୁକୂଲ୍ୟରେ ଆଜି ଏକ ସମ୍ବର୍ଦ୍ଧନା ସଭା ଫୁଲବାଣୀ ଆଇ.ଟି.ଡ଼ି.ଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଫୁଲବାଣୀ ଆଇ.ଟି.ଡ଼ି.ଏ ପ୍ରକଳ୍ପ ପ୍ରଶାସକ ଦେବଯାନୀ ଭୁୟାଁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥିଭାବେ ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ , କନ୍ଧମାଳ ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ , ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ଜେନା,ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମ୍ଭୁନାଥ ନନ୍ଦୀ , ଉପଜିଲ୍ଲାପାଳ ଚିତ୍ତ ରଂଜନ ମହନ୍ତ ପ୍ରମୁଖ ଯୋଗଦେଇ ଉପସ୍ଥିତ ଥିବା କୃତୀ ପରୀକ୍ଷାର୍ଥୀ ମାନଙ୍କୁ ବିଭିନ୍ନ ଦିଗ ଉପରେ ପରାମର୍ଶ ଦେଇଥିଲେ । ଏହି ଅବସରରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଯୋଗଦେଇ କୃତୀ ପରୀକ୍ଷାର୍ଥୀ ମାନେ ନିଜ ନିଜର ଅଭିଜ୍ଞତା ଉପରେ ଆଲୋକପାତ କରିଥିଲେ । ସମ୍ବର୍ଦ୍ଧନା ସଭାରେ ଯୋଗ ଦେଇଥିବା କୃତୀ ପରୀକ୍ଷାର୍ଥୀ ମନିଷା ମହାନନ୍ଦିଆ , ଲିପ୍ସା କହଁର , ରୁନୀତା ପ୍ରଧାନ , ସେରଲ୍ର୍ୀ ପ୍ରଧାନ , ଚନ୍ଦନ କୁମାର ସାହୁ , ବସୁଧା ପ୍ରଧାନ , ବ୍ଳେଚୁମ୍ ପ୍ରଧାନ , ରଂଜିତା ଲେଙ୍କା , ସରସ୍ୱତୀ ଜାନୀ , ଏନ୍.ପଲ୍ଳବୀ ପ୍ରମୁଖଙ୍କୁ ସମସ୍ତ ଅତିଥିମାନେ ମାନପତ୍ର , ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା କରିଥିବା ବେଳେ ଅନୁପମ ପ୍ରଧାନ , ହରିହର ପ୍ରଧାନ ଏବଂ ସଂଜୀବ ପାଟମାଝୀଙ୍କ ଅଭିଭାବକ ମାନଙ୍କୁ ମଧ୍ୟ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରାଯାଇ ଉତ୍ସାହିତ କରାଯାଇଥିଲା । କାର୍ଯ୍ୟକ୍ରମରେ ସମସ୍ତ କୃତୀୟ ପରୀକ୍ଷାର୍ଥୀଙ୍କ ଅଭିଭାବକ ମାନେ ଯୋଗଦେଇଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନାରେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀମାନେ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.