ରାଜ୍ୟ ବିଜେପିର ସାଙ୍ଗଠନିକ ନିର୍ବାଚନ ପାଇଁ ପ୍ରସ୍ତୁତି, ଆସନ୍ତା ୫ରେ ଆସିବ ପ୍ରଥମ ସକ୍ରିୟ ସଦସ୍ୟ ତାଲିକା

ରାଜ୍ୟ ବିଜେପିର ସାଙ୍ଗଠନିକ ନିର୍ବାଚନ ପାଇଁ ପ୍ରସ୍ତୁତି । ସକ୍ରିୟ ସଦସ୍ୟତା ଅଭିଯାନ ପରେ ଏବେ ସାଙ୍ଗଠନିକ ନିର୍ବାଚନ ଲାଗି ପ୍ରସ୍ତୁତି ଚାଲିଛି । ଏଥିପାଇଁ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସଙ୍ଗଠନ ପର୍ବ – ୨୦୨୪ ରାଜ୍ୟ କର୍ମଶାଳା ଆୟୋଜନ କରିଛି ଦଳ । କର୍ମଶାଳାରେ ରାଜ୍ୟ ସଭାପତିଙ୍କ ଠୁ ଆରମ୍ଭ କରି ସବୁ ନେତୃତ୍ୱ ଯୋଗ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ପ୍ରଭାତୀ ପରିଡା ମଧ୍ୟ ସାମିଲ ଅଛନ୍ତି ।  ଆସନ୍ତା ୫ରେ ଆସିବ ପ୍ରଥମ ସକ୍ରିୟ ସଦସ୍ୟ ତାଲିକା ।  ପୁଣି ୨୫ରେ ଦ୍ଵିତୀୟ ସକ୍ରିୟ ସଦସ୍ୟ ତାଲିକା ଆସିବା ପରେ ଆରମ୍ଭ ହେବ ନିର୍ବାଚନ ପ୍ରକ୍ରିୟା। ଏହାପରେ ବୁଥ ଏବଂ ମଣ୍ଡଳ ସ୍ତରରେ ସଭାପତି ପଦ ପାଇଁ ଆବେଦନ କରିବେ ।

ବୁଥ ଏବଂ ମଣ୍ଡଳ ସଭାପତି ସ୍ଥିର ହେବା ପରେ ସେମାନେ ଜିଲ୍ଲା ସଭାପତି ବାଛିବେ ଏବଂ ଜିଲ୍ଲା ସଭାପତି ରାଜ୍ୟ ସଭାପତିଙ୍କୁ ବାଛିବେ ।  ଏବେ ସୁଦ୍ଧା ଅନଲାଇନରେ ୫୦ ଲକ୍ଷ ସଦସ୍ୟ ବିଜେପି ସହ ଯୋଡି ହୋଇଛନ୍ତି ।  ଅଫଲାଇନରେ ମଧ୍ୟ ସଦସ୍ୟ ଯୋଡ଼ିବା ଚାଲିଛି ।  ଆଜି ରାଜ୍ୟ ସ୍ତରୀୟ କର୍ମଶାଳା ପରେ ଜିଲ୍ଲା ଗୁଡିକରେ ମଧ୍ୟ କର୍ମଶାଳା ମଧ୍ୟ ଅନୁଷ୍ଠିତ ହେବ ।

nis-ad
Leave A Reply

Your email address will not be published.