ଯାତ୍ରୀ ଓ ରେଳବାଇର ସୁରକ୍ଷା ପାଇଁ ରେଳମନ୍ତ୍ରୀଙ୍କ ଇସ୍ତଫା ଦାବୀ କଲା ସିପିଏମ୍…

କମାପଲ୍ଲୀ ଛକଠାରେ ବିକ୍ଷୋଭ ପ୍ରଦର୍ଶନ

ବ୍ରହ୍ମପୁର : ଦେଶରେ ରେଳ ଦୁର୍ଘଟଣା ନିତିଦିନିଆ ଘଟଣାରେ ପରିଣତ ହୋଇଛି।ଗୋଟିଏ ଦିନରେ ଚକ୍ରଧର ପୁରରେ ପାସିଞ୍ଜେର ଓ ସମ୍ବଲପୁରରେ ମାଲବାହୀ ଟ୍ରେନ ଦୁର୍ଘଟଣା ଏବଂ ହୀରାଖଣ୍ଡ ଏକ୍ସପ୍ରେସରେ ଷଣ୍ଢ ବାଡେଇହେବା ଏହାର ଜ୍ୱଳନ୍ତ ଉଦାହରଣ।ଏହା ଧାରାବାହିକ ରେଳ ଦୁର୍ଘଟଣାର ପ୍ରତୀକ ମାତ୍ର।ବହୁ ଲୋକଙ୍କ ଧନ ଜୀବନ ଏବଂ ରେଳ ବିଭାଗର କୋଟି କୋଟି ଟଙ୍କା କ୍ଷତି ହୋଇଛି।ରେଳ ଯାତ୍ରୀ ଆତଙ୍କିତ ଅବସ୍ଥାରେ ଯାତ୍ରା କରୁଥିବା ଅଭିଯୋଗ କରିଛି ସିପିଏମ।ଦେଶର ଗମନାଗମନର ଜୀବନରେଖା ଯାତ୍ରୀ ଯନ୍ତ୍ରଣାରେ ପରିଣତ ହୋଇଛି। ଏହା ମନୁଷ୍ୟ କୃତ।ରେଳ ବିଭାଗର ଅପରଗତାର ଯୋଗୁଁ ଏଭଳି ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି।ତେଣୁ ବିଭାଗର ମୁଖ୍ୟ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଇସ୍ତଫା ଦାବି କରିଛି ସିପିଏମ।

ରେଳ ବିଭାଗରେ ପ୍ରାୟ ଅଢେ଼ଇ ଲକ୍ଷ ପଦବୀ ଖାଲି ପଡ଼ିଥିବା ବେଳେ ଟ୍ରେନ ଡ୍ରାଇଭର, ଗାର୍ଡ, ସିଗନାଲ କର୍ମଚାରୀ, ଷ୍ଟେସନ ମ୍ୟାନେଜର ଭଳି କର୍ମଚାରୀ ଙ୍କ ଉପରେ ମାତ୍ରାଧିକ କାର୍ଯ୍ୟ ପଡୁଛି।ଯାହାକି ଦୁର୍ଘଟଣାର ଏକ ପ୍ରମୁଖ କାରଣ।ସେହିଭଳି ନୂଆ କୌଶଳ ଉପରେ କର୍ମଚାରୀଙ୍କୁ ଆବଶ୍ୟକୀୟ ତାଲିମ ଦିଆଯାଉନାହିଁ।ଏହା ରେଳ ବାଇରେ କାର୍ଯ୍ୟରତ ସମସ୍ତ 11 ଟି କର୍ମଚାରୀ ସଂଘର ଅଭିଯୋଗ ହୋଇଛି।ବିଭାଗର ମୁଖ୍ୟଭାବେ ରେଳ ମନ୍ତ୍ରୀ ଇସ୍ତଫା, ଖାଲି ପଦବୀ ପୂରଣ ଓ କବଚ2 ସମେତ ଯାତ୍ରୀ ନିରାପତ୍ତା ପାଇଁ ଅତିଶୀଘ୍ର ପଦକ୍ଷେପ ଗ୍ରହଣ କରିବା ପାଇଁ ସିପିଏମ ପକ୍ଷରୁ ଦାବୀ କରାଯାଇଛି।ଆଜିର ପ୍ରତିବାଦ କାର୍ଯ୍ୟକ୍ରମ ରେ ଯୁଧିଷ୍ଠିର ବେହେରା, ପ୍ରତାପ ଚୌଧୁରୀ, ଶିବ ପ୍ରସାଦ ମହାପାତ୍ର, ଗୋକୁଳ ତ୍ରିପାଠୀ,କେଶବ ଗୌଡ଼, ମୋହନ ରାଓ, ଚନ୍ଦ୍ର ଶେଖର ନାୟକ,ରାଜା ରାଓ ,ଗୋପାଳ ମହାନ୍ତି, କିଶୋର ମିଶ୍ର, ଶ୍ରୀନିବାସ ଦାସ ପ୍ରମୁଖ ଯୋଗଦେଇଥିଲେ।

nis-ad
Leave A Reply

Your email address will not be published.