ଲାଞ୍ଚ ଅଭିଯୋଗରେ ବରିଷ୍ଠ କିରାଣୀଙ୍କୁ ୩ବର୍ଷ ଜେଲ ୫ହଜାର ଜୋରିମାନା

ଫୁଲବାଣୀ : ଏକ ଲାଞ୍ଚ ମାମଲାର ବିଚାର କରି ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ବିଚାରପତି ସମର ବିଳାସ ବେହେରା ଦାରିଙ୍ଗବାଡି ବିଇଓ ଅଫିସର ପୂର୍ବତନ ବରିଷ୍ଠ କିରାଣୀ ଚିତ୍ତ ରଞ୍ଜନ ସିଂଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡଦେଶ ଶୁଣାଇଛନ୍ତି । ଏଥିସହ ୫ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ଅଧିକ ତିନିମାସ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ । ଅଭିଯୁକ୍ତ ସିଂହ ଗତ ୨ ୩ /୧ ୧ /୨ ୦ ମସିହାରେ ଜଣେ ମୃତ ଶିକ୍ଷକଙ୍କ ସମ୍ପର୍କୀୟଙ୍କ ଠାରୁ ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଲାବେଳେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଟିମ ତାଙ୍କୁ ମାଡିବସି ଧରିଥିଲା । ଏ ସମ୍ପର୍କରେ ଭିଜିଲାନ୍ସ ବିଭାଗ ଏକ ମାମଲା ରୁଜୁ କରିଥିଲା । ତେବେ ଅଭିଯୁକ୍ତ ସିଂହଙ୍କୁ କୋର୍ଟ ପଚାଶ ହଜାର ଟଙ୍କା ସହ ଗୋଟେ ସିଉରୀଟିରେ ଜାମିନ ପ୍ରଦାନ କରିଛନ୍ତି । ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଭିଜିଲାନ୍ସ ପିପି ଭି ଭି ରାମଦାସ ମକଦମାକୁ ପରିଚାଳନା କରୁଥିଲେ |

nis-ad
Leave A Reply

Your email address will not be published.